ETV Bharat / state

ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ୨୦୨୩ ବ୍ୟାଚ ଆଇଏଏସ ପ୍ରୋବେସନର - IAS Probationers Met Pradeep Jena

author img

By ETV Bharat Odisha Team

Published : Apr 19, 2024, 10:57 AM IST

IAS Probationers Met Chief Secretary Pradeep Jena: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ସାକ୍ଷାତ କଲେ ଭାରତୀୟ ପ୍ରଶାସନିକ ସେବାର ୮ ଜଣ ଶିକ୍ଷାନବିଶ ବା ଆଇଏଏସ ପ୍ରୋବେସନର ।

Etv Bharat
Etv Bharat

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ସାକ୍ଷାତ କଲେ ୨୦୨୩ ବ୍ୟାଚର ଭାରତୀୟ ପ୍ରଶାସନିକ ସେବାର ୮ ଜଣ ଶିକ୍ଷାନବିଶ ବା ଆଇଏଏସ ପ୍ରୋବେସନର । ଲୋକସେବା ଭବନରେ ଗୁରୁବାର ଦିନ ମୁଖ୍ୟ ଶାସନ ସଚିବଙ୍କୁ ସେମାନେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ସମୟରେ ମୁଖ୍ୟ ଶାସନ ସଚିବ ଯୁବ ପ୍ରଶାସନିକ ଅଧିକାରୀଙ୍କୁ ନିଜର ଅଭିଜ୍ଞତା ବାଣ୍ଟିଥିଲେ ।

ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିବା ସମସ୍ତ ଆଇଏଏସ ପ୍ରୋବେସନର ଓଡ଼ିଶା କ୍ୟାଡରର । ସେମାନେ ହେଲେ କସ୍ତୁରୀ ପଣ୍ଡା, ତେଜସ୍ୱିନୀ ବେହେରା, ଆସ୍ନି ଏଲ., ପ୍ରଣୀତା ଦାଶ, ଦୁଧାଲ ଅଭିଷେକ ଦିଲ୍ଲୀପ, ଜିମକୁମ ଆଇ. ଓଜୁକୁମ, ସି. ସରଭାନନ ଓ ପ୍ରେକ୍ଷା ଅଗ୍ରଓ୍ୱାଲ । ଏହି ସମସ୍ତ ଶିକ୍ଷାନବିଶ ମାନେ ଭୁବନେଶ୍ୱର ସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଅଧିନରେ ପ୍ରାୟ ୧ ବର୍ଷ ପ୍ରଶିକ୍ଷଣ ନେବେ । ଗୋପବନ୍ଧୁ ଏକାଡେମୀ ଏବଂ ପରେ ପରେ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ନେବେ । ପରବର୍ତ୍ତୀ ସମୟରେ ଓଡିଶାର ବିଭିନ୍ନ ଜିଲ୍ଲାରେ ସେମାନେ ମଧ୍ୟ ଅବସ୍ଥାପିତ ହେବେ । ଓଡ଼ିଶାରେ ପ୍ରଶିକ୍ଷଣ ସମୟରେ ସେମାନେ ରାଜସ୍ୱ ଆଇନ ସଂପର୍କିତ ପ୍ରଶିକ୍ଷଣ, କ୍ଷେତ୍ର ପରିଦର୍ଶନ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପରିଦର୍ଶନ କରିବେ । ଏଥି ସହିତ ମଧ୍ୟ ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ସମୟରେ ସେମାନେ ଅବସ୍ଥାପିତ ହେବାକୁ ଥିବା ବିଭିନ୍ନ ଜିଲ୍ଲାରେ ନିର୍ବାଚନ ପରିଚାଳନା ଓ ମତଗଣନା ସଂକ୍ରାନ୍ତୀୟ କାର୍ଯ୍ୟ ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-ତୁରନ୍ତ ପାନୀୟ ଜଳ ସମସ୍ୟାର ସମାଧାନ କର: ମୁଖ୍ୟ ଶାସନ ସଚିବ - Chief Secy Meeting

ମୁଖ୍ୟ ଶାସନ ସଚିବ ସମସ୍ତ ପ୍ରୋବେସନରଙ୍କୁ ସେମାନଙ୍କର ପ୍ରଶିକ୍ଷଣର ସଫଳତା ତଥା ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ରାଜ୍ୟରେ ନିଜର ଅଭିଜ୍ଞତା ବାବଦରେ ମଧ୍ୟ ସେମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ପରିଦର୍ଶନ ସମୟରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ତଥା ପର୍ଯ୍ୟଟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଉପ ମହାନିର୍ଦ୍ଦେଶକ ମନିଷ ଅଗ୍ରଓ୍ୱାଲ ଉପସ୍ଥିତ ଥିଲେ । ଏହି ଆଇଏଏସ ପ୍ରୋବେସନର ମାନେ ଏହା ପୂର୍ବରୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଯୋଗଦାନ କରିବା ପରେ ପ୍ରଥମେ ଏକାଡେମୀର ମହା ନିର୍ଦ୍ଦେଶକ ତଥା ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.