ETV Bharat / state

ରାଜ୍ୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, EdCIL ଦେଲା ସ୍ପଷ୍ଟୀକରଣ

author img

By ETV Bharat Odisha Team

Published : Jan 23, 2024, 10:54 PM IST

Updated : Jan 23, 2024, 11:01 PM IST

EdCIL Clarification On Selection Of Junior Teacher : ରାଜ୍ୟରେ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ନେଇ ଆସିଥିବା ଅଭିଯୋଗରେ EdCIL ଦେଲା ସ୍ପଷ୍ଟିକରଣ । ଏଥିରେ EdCILର କୌଣସି ଭୂମିକା ନଥିବା କହିଛି । ଅଧିକ ପଢ଼ନ୍ତୁ

ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା
ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା

ଭୁବନେଶ୍ବର: ରାଜ୍ୟରେ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ନେଇ ଆସିଥିବା ଅଭିଯୋଗରେ EdCIL ଦେଲା ସ୍ପଷ୍ଟିକରଣ । ଏଥିରେ EdCILର କୌଣସି ଭୂମିକା ନଥିବା କହିଛି । ଏହାକୁ ଓଡ଼ିଶା ସରକାରଙ୍କ ଓସେପାକୁ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଦିଆଯାଇଥିଲା । ଶିକ୍ଷକ ନିଯୁକ୍ତିରେ ଯାହା କିଛି ସମସ୍ୟା ହୋଇଛି ତାହା ଓସେପା ତରଫରୁ ସମସ୍ୟା ରହିଥିବା ସ୍ପଷ୍ଟୀକରଣ ଦେଇଛି EdCIL ।

ରାଜ୍ୟରେ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ନେଇ ଆସିଥିବା ଅଭିଯୋଗରେ EdCIL ସ୍ପଷ୍ଟିକରଣ ଦେବା ସହ ଏନେଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରି EdCIL କହିଛି ଯେ, EdCIL ଓଡ଼ିଶା ସରକାରଙ୍କ ଓସେପା ସହ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ 2023 ମସିହା ଅଗଷ୍ଟ 22 ତାରିଖରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ପାଇଁ ଏମଓୟୁ ସ୍ବାକ୍ଷର କରିଥିଲା ଏବଂ ପରୀକ୍ଷା ଆୟୋଜନ କରିଥିଲା । ହେଲେ ନିୟମ, ସର୍ତ୍ତାବଳୀ ଓ ମାନଦଣ୍ଡ ଅନୁସାରେ ଆଶାୟୀ ପ୍ରାର୍ଥୀମାନଙ୍କ ଚୟନ କରି ମେରିଟ୍ ତାଲିକା ଓଡ଼ିଶା ସରକାରଙ୍କ ଅଧୀନ ଓସେପାକୁ ଦିଆଯାଇଥିଲା ।

ରେସପୋର୍ନସେସ୍ କ୍ୟୁରି ମ୍ୟାନେଜମେଣ୍ଟ ଦ୍ବାରା ଓସେପାର ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ସବୁ ପ୍ରକାର ଅଭିଯୋଗର ସମାଧାନ କରାଯାଇଥିଲା । ସିବିଟି ପରୀକ୍ଷା ପରେ EdCIL 22 ଅଗଷ୍ଟ 2023ରେ ରେଜଲ୍ୟୁସନରେ ଦର୍ଶାଯାଇଥିବା ଗାଇଡଲାଇନ ଆଧାରରେ ପରୀକ୍ଷା ଫଳ ପ୍ରସ୍ତୁତ କରିଥିଲା ଏବଂ ଏମଓୟୁ ଆଧାରରେ ଓସେପାର ଅଧିକାରପ୍ରାପ୍ତ ନିଯୁକ୍ତ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । କମ୍ବାଇନଡ୍ ଲିଷ୍ଟ ଓସେପାକୁ 13 ଜାନୁଆରୀରେ ପ୍ରଦାନ କରାଯାଇଥିଲା ଏବଂ 15 ଜାନୁଆରୀରେ ଜିଲ୍ଲା ଆଲୋକେସନ ସହ ମେରିଟ୍ ଲିଷ୍ଟ ଓସେପାକୁ ବି ପ୍ରଦାନ କରାଯାଇଥିଲା । ଶିକ୍ଷକ ନିଯୁକ୍ତିରେ ଯାହା କିଛି ସମସ୍ୟା ହୋଇଛି, ତାହା ଓସେପା ତରଫରୁ ସମସ୍ୟା ରହିଥିବା ସ୍ପଷ୍ଟୀକରଣ ଦେଇଛି EdCIL ।

ଏହା ମଧ୍ୟ ପଢ଼ନ୍ତୁ....ଶିକ୍ଷକ ନିଯୁକ୍ତି ଅନିୟମିତତା ନେଇ ସରକାରଙ୍କୁ ଘେରିଲା ବିଜେପି

ସୂଚନା ଅନୁଯାୟୀ, ଶିକ୍ଷକ ନିଯୁକ୍ତିକୁ ନେଇ ଅନେକ ଆଶାୟୀ ନିଯୁକ୍ତି କ୍ଷେତ୍ରରେ ଅନିୟମିତ ହୋଇଥିବା ନେଇ ଅଭିଯୋଗ କରିଆସୁଥିଲେ । ହେଲେ ପିଲାମାନେ ଓସେପା ଅଫିସ ସମେତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ମଧ୍ୟ ଅଭିଯୋଗ କରିଛନ୍ତି । ସେପଟେ ଏହି ପ୍ରସଙ୍ଗକୁ ନେଇ ହାଇକୋର୍ଟ ମଧ୍ୟ କିଛି ନିର୍ଦ୍ଦେଶାନାମା ଦେଇଥିଲେ । ଏହାକୁ କେନ୍ଦ୍ର କରି ମଧ୍ୟ ରାଜନୀତିକ ପ୍ରସଙ୍ଗ ପାଲଟିଥିଲା । ଯାହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ବାସଭବନ ଆଗରେ ଆଶାୟୀ ଛାତ୍ରଛାତ୍ରୀ ଓ ବିରୋଧୀ ଦଳର ଛାତ୍ର ନେତାମାନେ ବିକ୍ଷୋଭ କରିବା ସହ ବାସଭବନ ଉପରକୁ ଅଣ୍ଡାମାଡ ମଧ୍ୟ କରିଥିଲେ । ତେବେ ଏହି ପ୍ରସଙ୍ଗକୁ ନେଇ ଆଜି EdCIL ସମ୍ପୂର୍ଣ ଭାବରେ ସ୍ପଷ୍ଟିକରଣ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 23, 2024, 11:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.