ETV Bharat / state

ଦୁର୍ଗା ପୂଜାରେ ମା’ଙ୍କୁ ବି ଛାଡିନେଲି, 15 ଲକ୍ଷ ଟଙ୍କାର ସୁନା ରୂପା ଚୋରାଇ ନେଲେ

ବରୁଣ୍ଡେଇ ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଚୋରି । ଥାନାରେ ଅଭିଯୋଗ । ପୋଲିସର ତଦନ୍ତ ଆରମ୍ଭ ।

author img

By ETV Bharat Odisha Team

Published : 3 hours ago

Updated : 2 hours ago

DURGA GOLD ORNAMENTS STOLEN
DURGA GOLD ORNAMENTS STOLEN (ETV Bharat Odisha)

ଯାଜପୁର: ଦୁର୍ଗା ପୂଜାରେ ମା’ ଦୁର୍ଗାଙ୍କ ମୁଣ୍ଡରୁ ସୁନା ଓ ରୂପା ଅଳଙ୍କାର ଚୋରି l ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲାର କୋରେଇ ଅଞ୍ଚଳରେ l ଦେବୀଙ୍କ ମଣ୍ଡପରୁ ଚୋରୀ, ମା’ ଦୁର୍ଗା, ମହିଷାସୁର ଓ ଅନ୍ୟ ସମସ୍ତ ପାର୍ଶ୍ଵଦେବତାଙ୍କ ସୁନ ରୂପା ହାର, ମୁକୁଟ, ଅସ୍ତ୍ରଶସ୍ତ୍ର ସବୁ କିଛି ଲୁଟିନେଇଛନ୍ତି ଦୁର୍ବୃତ୍ତ ।

ମଣ୍ଡପରେ ପୂଜକ ଓ କର୍ମକର୍ତ୍ତା ଶୋଇ ରହିଥିବା ବେଳେ ଅତି ଚତୁରତାର ସହିତ କଳକନା ବୁଲେଇଛନ୍ତି ଚୋର । ଲୁଟ ହୋଇଥିବା ଅଳଙ୍କାରର ଆନୁମାନିକ ମୂଲ୍ୟ 15ଲକ୍ଷ ଟଙ୍କା ହେବ । ଯାଜପୁର ଜିଲ୍ଲା କୋରେଇ ବ୍ଲକ ବୈତରଣୀ ରୋଡ ନିକଟ ବରୁଣ୍ଡେଇ ଗାଁର ଦୁର୍ଗା ମଣ୍ଡପରୁ ଗତକାଲି ରାତ୍ର ପ୍ରାୟ 2ଟାରୁ 3ଟା ମଧ୍ୟରେ ସୁନା ରୁପା ଅଳଙ୍କାର ଚୋରୀ ହୋଇଯାଇଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ ରାତିରେ ମଣ୍ଡପରେ ଭୋଜିର ଆୟୋଜନ ହୋଇଥିଲା । ଭୋଜି ସରିବା ପରେ ରାତି ପ୍ରାୟ 12ବେଳେ କର୍ମକର୍ତ୍ତା ଓ ଅନ୍ୟମାନେ ନିଜ ନିଜ ଘରକୁ ଚାଲିଯାଇଥିଲେ । ମଣ୍ଡପରେ କେବଳ ପୂଜକ ଓ ପୂଜା କମିଟି ସମ୍ପାଦକ ଗ୍ରିଲରେ ଚାବି ପକାଇ ମଣ୍ଡପ ଭିତରେ ଶୋଇରହିଥିଲେ । ହଠାତ୍ ମଝି ରାତିରେ ଶୌଚ ପାଇଁ ଉଠିଲା ବେଳକୁ ମୂର୍ତ୍ତି ମାନଙ୍କରୁ ସମସ୍ତ ସୁନାରୁପା ଅଳଙ୍କାର ଚୋରୀ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ବିଳମ୍ବିତ ରାତିରେ ଦୂର୍ବୃତ୍ତଙ୍କ ଦ୍ବାରା ଦେବୀ ଓ ପାର୍ଶ୍ଵଦେବତା ମାନଙ୍କ ସୁନା ରୂପା ଗହଣା ଚୋରି ହୋଇଯାଇଛି । କୋରେଇ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିବା ପରେ ମଣ୍ଡପ ନିକଟରେ ପହଞ୍ଚିଲା ପୋଲିସ । ପୋଲିସ ଦ୍ବାରା ସାଇଣ୍ଟିଫିକ ଟିମ୍ ସହାୟତାରେ ଘଟଣାର ତଦନ୍ତ ଜାରି ରହିଛି ।

ଏହା ବି ପଢନ୍ତୁ- ଜନ୍ମମାଟିରେ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ, ଆଜିଠୁ 3ଦିନିଆ କେନ୍ଦୁଝର ଗସ୍ତ

ଏହା ବି ପଢନ୍ତୁ- କଟକରେ ଦୁର୍ଗାପୂଜା ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ, ମଣ୍ଡପରେ ମା'ଙ୍କ ଦର୍ଶନ କରି ନେଲେ ଆଶୀର୍ବାଦ

ଏହା ବି ପଢନ୍ତୁ- ପକ୍ଷୀଙ୍କୁ ସୁରକ୍ଷା ଦେବାକୁ ବାହାରିଲେ ମା’ ଦୁର୍ଗା !

ଏହା ବି ପଢନ୍ତୁ- ରାବଣ ପାଇଁ ବିତିଗଲାଣି ଅଧା ବୟସ, ‘ରାବଣ ପୋଡି’ ପ୍ରସ୍ତୁତିରେ ସାରା ପରିବାର

"କାଲି ଆମେ ରାତି 12 ପରେ ପ୍ରସାଦ ସେବନ କରି ଘରକୁ ଯାଇଥିଲୁ । ଏଠାରେ ଆମର ଦୁଇ ଜଣ ଥିଲେ କିନ୍ତୁ ଗେଟ ଖୋଲି ରାତି 3ଟାରେ ଦେଖିବା ପରେ ମା’ଙ୍କ ଅଳଙ୍କାର ଚୋରି ହୋଇଛି । 7 ଭରିରୁ ଉର୍ଦ୍ଧ୍ବ ତଥା 15 ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଅଳଙ୍କାର ଚୋରି ହୋଇଛି । ମାଙ୍କ ମୁକୁଟ ସହିତ ବିଭିନ୍ନ ଅଳଙ୍କାର ଥିଲା । ଆମେ ପୋଲିସରେ ମାମଲା ରୁଜୁ କରିଛୁ । ପୋଲିସ ତଦନ୍ତ ଆରମ୍ଭ କରିଛି," ବୋଲି କହିଛନ୍ତି ପୂଜା କମିଟି କର୍ମକର୍ତ୍ତା ମାନସ କୁମାର ମିତ୍ର ।

ଆଜି ପବିତ୍ର ବିଜୟା ଦଶମୀ-

ଆଜି ପବିତ୍ର ବିଜୟା ଦଶମୀ । ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ଅଧର୍ମ ଉପରେ ହେବ ଧର୍ମର ବିଜୟ । ମଣ୍ତପରେ ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ପୁରପଲ୍ଲୀ ।

ପୁରାଣରେ ବର୍ଣ୍ଣିତ ଅଛି ଯେ, ମିହଷାସୁରର ଅତ୍ୟାଚାରରେ ଦେବତାମାନେ ଯେତେବେବେଳେ ତ୍ରାହି ତ୍ରାହି ଡାକିଲେ ଏବଂ ପୃଥିବୀ ଭୟରେ ଥରହର ହେଉଥିଲା ସେହି ସମୟରେ ମହାଦେବ ଓ ଦେବଗଣଙ୍କ ତେଜ ରଶ୍ମିରୁ ଆର୍ବିଭୂତା ହୋଇଥିଲେ ମା' ଦୁର୍ଗତିନାଶିନୀ । ଦେବୀ ସିଂହବାହିନୀ ମହିଷାସୁର ସହ ଯୁଦ୍ଧ କରିଥିଲେ । ଦେବୀ ଶୂଳଦ୍ବାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଡଦ୍ବାରା ଶିରଚ୍ଛେଦ କଲେ । ପାପୀ ମହିଷାସୁରକୁ ବଦ୍ଧ କରି ବ୍ରାହ୍ମଣ୍ଡରେ ଶାନ୍ତି ପ୍ରତିଷ୍ଠା କରିଥିଲେ ।

ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟ ଓ ପାପ ଉପରେ ପୁଣ୍ୟର ବିଜୟର ସ୍ବରୂପ ହେଉଛି ବିଜୟା ଦଶମୀ । ମା’ ଜଗଜ୍ଜନନୀଙ୍କ ଆଗମନରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ପୂଜା ମଣ୍ଡପରେ ମା’ଦୁର୍ଗା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ପାରମ୍ପରିକ ରୀତିନୀତି ଅନୁଯାୟୀ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା ।

ମହିଷାମର୍ଦ୍ଦିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାମାୟା । ସକାଳୁ ଉପଚାର ପୂଜା ସହ ଅନୁଷ୍ଠିତ ହେଉଛି ନୀତିକାନ୍ତି । ଅପରାଜିତା ପୂଜା ଶେଷ ପରେ ମଣ୍ଡପରେ ଘଟ ବିସର୍ଜନ ହୋମଯଜ୍ଞ ପାଳିତ ହେବ । ଅପରାଜିତା ପୂଜା, ଅନ୍ନପୂର୍ଣ୍ଣା ଭିକ୍ଷା ଓ ଶେଷରେ ମଣ୍ଡପରେ ଘଟ ବିସର୍ଜନ ବିଧି ପାଳିତ ହେବ ।ମାଆଙ୍କ ଦର୍ଶନ କରି ସୌଭାଗ୍ୟ ଲାଭ କରୁଛନ୍ତି ହଜାର ହଜାର ଭକ୍ତ ।

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.