ETV Bharat / state

ମୌସୁମୀର ବର୍ଷା ଛିଟାରେ ଭାସି ଆସିଲା ପୁରୁଣା ସ୍ମୃତି, ମନମୋହିଲା ରାଜନେତା ଓ କଣ୍ଠଶିଳ୍ପୀଙ୍କ ଯୁଗଳବନ୍ଦୀ - Duo Of Politician And Singer

Duo Of Politician And Singer: ରାଜଧାନୀର ସୂଚନା ଭବନ ସାମ୍ବାଦିକ ଖଟିରେ ରାଜନେତା ଓ କଣ୍ଠଶିଳ୍ପୀଙ୍କ ଭେଟଘାଟ । ବର୍ଷା ସାଙ୍ଗକୁ ପୂରୁଣା ସଂଗୀତ । ଭାସିଆସିଲା ଅଭୁଲା ସ୍ମୃତି । ଅଧିକ ପଢ଼ନ୍ତୁ

ରାଜନେତା ଓ କଣ୍ଠଶିଳ୍ପୀଙ୍କ ଯୁଗଳବନ୍ଦୀ
ରାଜନେତା ଓ କଣ୍ଠଶିଳ୍ପୀଙ୍କ ଯୁଗଳବନ୍ଦୀ (ETV Bharat Odisha)
author img

By ETV Bharat Odisha Team

Published : Jun 24, 2024, 4:30 PM IST

ଭୁବନେଶ୍ବର: ରାଜନୀତି ଏବଂ ସଙ୍ଗୀତର ଯୁଗଳବନ୍ଦୀ । ବର୍ଷାରେ ଭିଜି ଭିଜି ପୁରୁଣା ଦିନର ସ୍ମୃତି ରୋମନ୍ଥନ କଲେ ବର୍ଷିୟାନ କଣ୍ଠଶିଳ୍ପୀ ତାନସେନ ସିଂହ । ମୌସୁମୀର ପ୍ରଥମ ବର୍ଷା ଛିଟାରେ ରାଜଧାନୀର ଖୋଲା ଆକାଶ ତଳେ ମେଘ ମହ୍ଲାରର ଭାବାବେଗ ପରିବେଶରେ ଜଣେ ହୃଦୟଖୋଲା ନେତା, ଆଉ ଜଣେ ହୃଦୟସ୍ପର୍ଶୀ କଣ୍ଠଶିଳ୍ପୀଙ୍କ ମାନମୋହିବା ଭଳି ସଙ୍ଗୀତ ଆସର କିଛି ସମୟ ପାଇଁ ଶ୍ରୋତାଙ୍କୁ ଅଭିଭୂତ କରିଥିଲା । ସଙ୍ଗୀତ ଦୁନିଆର ବେତାଜ ବାଦଶାହ ହ୍ବିସିଲ ମାରି ସଙ୍ଗୀତଙ୍କୁ ସ୍ୱାଗତ କରିଥିଲେ । ସୁମଧୁର କଣ୍ଠରେ ଭାସି ଆସିଥିଲା 'ଏକି ବର୍ଷାରେ... ମାଟି ଗନ୍ଧରେ..’ ଶବ୍ଦ ସଂଗୀତରେ ଦର୍ଶକଙ୍କ ମନ ମୋହିଥିଲେ ।

ରାଜନେତା ଓ କଣ୍ଠଶିଳ୍ପୀଙ୍କ ଯୁଗଳବନ୍ଦୀ (ETV Bharat Odisha)

ଏଭଳି ବିରଳ ଯୁଗଳବନ୍ଦୀ ଦୃଶ୍ୟ ଖୁବ କମ ଦେଖିବାକୁ ମିଳେ । ମୟୂରୀ ଗୋ......ଗୀତର ତାଳେ ତାଳେ ପୁରୁଣା ଦିନ କଥା ମନେ ପକାଇ ଭାବ ବିହ୍ଵଳ ହେଲେ ବର୍ଷିୟାନ କଣ୍ଠଶିଳ୍ପୀ ତାନସେନ ସିଂହ ଏବଂ ଭେଟେରାନ ରାଜନେତା ସୁର ରାଉତରାୟ । ବୟସର ଆରମ୍ଭରେ ଓଡ଼ିଆ ସଙ୍ଗୀତ ଜଗତର ଯେଉଁ କେତୋଟି ଗୀତ ଓଡ଼ିଶାରେ ଚହଳ ପକାଇଥିଲା ସେହି ଶୃତି ମଧୁର ସଂଗୀତକୁ ମନପକାଉଥିଲେ ସଙ୍ଗୀତ ଜଗତର ଏହି ବେତାଜ ବାଦଶାହା । କିଛି ସମୟ ପାଇଁ ସେଠାରେ ପୁରୁଣା ଦନର ଅଭୁଲା ପରିବେଶ ସୃଷ୍ଟି ହୋଇଥିଲା । ସୂଚନା ଭବନ ସାମ୍ବାଦିକ ଖଟିରେ ଝିପି ଝିପି ବର୍ଷାରେ ତାନସେନ ସିଂହଙ୍କ ‘ହ୍ବିସିଲ ମରା’ ଦର୍ଶକଙ୍କ ମନ ମୋହିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଜନ୍ମମାଟି ରାଇକଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଗାଁ ଦାଣ୍ଡରେ ଝୋଟି, ଭବ୍ୟ ସ୍ବାଗତ, ରନ୍ଧା ହୋଇଛି ପ୍ରିୟ ଖାଦ୍ୟ ପଖାଳ ଓ ଶାଗ ଭଜା - Cm Mohan Majhi kendujhar visit

ସୂଚନା ଥାଉ କି, ଓଡିଶା ସଙ୍ଗୀତ ଜଗତରେ ତାନସେନ ସିଂହଙ୍କ ଏକ ସ୍ୱତନ୍ତ୍ର ପରିଚୟ ରହିଛି । 80 ଦଶକରେ ସେ ଯେଉଁ ସୃତିମଧୁର ଗୀତ ଗାଇଛନ୍ତି, ତାହା ଚିରକାଳ ପର୍ଯ୍ୟନ୍ତ ଅମର ହୋଇ ରହିବ । ରୋମାଞ୍ଚଭରା ଶୈଳୀରେ ଅନେକ ସୁପ୍ରସିଦ୍ଧ ସଙ୍ଗୀତ ଗାଇଛନ୍ତି ତାନସେନ ସିଂହ । ଯାହା ଓଡ଼ିଆ ସଙ୍ଗୀତ ଜଗତରେ ମାଇଲ ଖୁଣ୍ଟ ହୋଇ ରହିଯାଇଛି । ସେହିପରି ଓଡିଶା ରାଜନୀତି ଇତିହାସରେ ସୁର ରାଉତରାୟ ଜଣେ ବର୍ଷିୟାନ ରାଜନେତା । ସୁର କଂଗ୍ରେସ ଦଳର ପୋଷ୍ଟର ବୟ ଭାବରେ ସାରା ଓଡ଼ିଶାରେ ସୁପରିଚିତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.