ETV Bharat / state

ମୋବାଇଲ ଲାଇଟରେ ଚାଲିଛି ରୋଗୀ ଚିକିତ୍ସା, ଅଧିକାରୀଙ୍କ ଉତ୍ତରରେ ରହୁନି ତାଳମେଳ - ମୋବାଇଲ ଟର୍ଚ୍ଚରେ ଚିକିତ୍ସା

Doctors treat patients using mobile Tourch Lights: କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୋବାଇଲ ଟର୍ଚ୍ଚ ଲାଇଟରେ ଚାଲିଛି ଚିକିତ୍ସା । ରାଜ୍ୟ ସାରା 5T ରୂପାୟନର କଥା ସରକାର କହୁଥିବା ବେଳେ ସ୍ବାସ୍ଥ୍ୟ କେନ୍ଦ୍ରରେ ସାମାନ୍ୟ ଡିଜି ସେଟ ମଧ୍ୟ ନାହିଁ । ଦେଖନ୍ତୁ ଏହି ରିପୋର୍ଟ

କେନ୍ଦ୍ରାପଡାରେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର , ମୋବାଇଲ ଲାଇଟରେ ଚାଲିଛି ରୋଗୀ ଚିକିତ୍ସା, ଅଧିକାରୀଙ୍କ ଉତ୍ତରରେ ରହୁନି ତାଳମେଳ

author img

By ETV Bharat Odisha Team

Published : Feb 13, 2024, 9:23 PM IST

କେନ୍ଦ୍ରାପଡାରେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର , ମୋବାଇଲ ଲାଇଟରେ ଚାଲିଛି ରୋଗୀ ଚିକିତ୍ସା, ଅଧିକାରୀଙ୍କ ଉତ୍ତରରେ ରହୁନି ତାଳମେଳ

କେନ୍ଦ୍ରାପଡା: ରାଜ୍ୟରେ ସରକାର ସାଧାରଣ ଲୋକମାନଙ୍କ ପାଇଁ ସ୍ବାସ୍ଥ୍ୟକ୍ଷେତ୍ରରେ ଯୋଜନା ଉପରେ ଯୋଜନା ଘୋଷଣା କରିଛନ୍ତି । କିନ୍ତୁ ଏ ସବୁ ଗୋଲାପୀ ଚିତ୍ର ମଧ୍ୟରେ ପେଶି ହେଉଛନ୍ତି ସାଧାରଣ ଜନତା । ଯାହାର ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । ସ୍ବାସ୍ଥ୍ୟ କେନ୍ଦ୍ରରେ ଚାଲିଛି ମୋବାଇଲ ଟର୍ଚ୍ଚ ଲାଇଟରେ ଚିକିତ୍ସା । ବିଦ୍ୟୁତ କାଟ ଫଳରେ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ଗୁରୁତର ରୋଗୀ ମାନଙ୍କ ପାଇଁ ମୋବାଇଲ ଲାଇଟ ଏକମାତ୍ର ସାହାରା ପାଲଟିଛି । ରାଜ୍ୟ ସାରା ୫ଟି ରୂପାୟନର କଥା ସରକାର କହୁଥିବା ବେଳେ ସ୍ବାସ୍ଥ୍ୟ କେନ୍ଦ୍ରରେ ସାମାନ୍ୟ ଡିଜି ସେଟ ମଧ୍ୟ ନାହିଁ ।

୨୬ ପଞ୍ଚାୟତର ପ୍ରାୟ ଏକ ଲକ୍ଷ ଲୋକ ମାନେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ବିଦ୍ୟୁତ କାଟ ବେଳେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଗତକାଲି ରାତିରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ପ୍ରଶାନ୍ତ ସେଠୀ ନାମକ ଜଣେ ଯୁବକ ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ତାଙ୍କୁ ସଙ୍ଗେସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ଡେରାବିଶ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ତେବେ ତାଙ୍କର ଜରୁରୀକାଳୀନ ଚିକିତ୍ସା ବା ପ୍ରାଥମିକ ଚିକିତ୍ସାକୁ ମେଡିକାଲ ଷ୍ଟାଫ ମୋବାଇଲ ଟର୍ଚ୍ଚ ଆଲୁଅରେ କରୁଥିବା ଦେଖାଯାଇଥିଲା । କେବଳ ଜଣେ ନୁହଁନ୍ତି କୁରୁଜଙ୍ଗା ପଞ୍ଚାୟତର ଜଣେ ବରିଷ୍ଠ ନାଗରିକ ଶ୍ରୀଧର ସାମଲ ମଧ୍ୟରାତିରେ ଅସୁସ୍ଥ ହୋଇ ଚିକିତ୍ସିତ ହେବାକୁ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିବା ବେଳେ ରାତିରେ ଡାକ୍ତର ଅନ୍ଧାରରେ ମୋବାଇଲ ଟର୍ଚ୍ଚ ମାରି ପ୍ରେସକ୍ରିପ୍ସନ ଲେଖିବା ଦେଖାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ ... ପୁଣି ଧରାପଡିଲେ ୩ ଦଲାଲ, ଛଦ୍ମବେଶରେ ଏସସିବିରୁ ଗିରଫ କଲା ପୋଲିସ

ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜରୁରୀକାଳୀନ ସେବା କରିବା ପାଇଁ ଡିଜି ସେଟ ବା ଜେନେରେଟର ନଥିବା ସୂଚନା ରହିଥିବା ବେଳେ ମେଡିକାଲ ଅଧିକାରୀ ଚିତ୍ତରଞ୍ଜନ ବେହେରା ଫୋନ ଯୋଗେ "ଡିଜି ଷ୍ଟାର୍ଟ ହେଉନଥିବା" କହିଥିବା ବେଳେ ଅନ୍ୟପକ୍ଷରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ସଚ୍ଚିଦାନନ୍ଦ ମିଶ୍ର "ଏହି ମେଡିକାଲରେ ଡିଜି ନଥିବା ଓ ସେ ଜେନେରେଟର ସେଟ ଭଡାରେ ଆଣିବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କୁ କହିଥିବା" ସୂଚନା ଦେଇଛନ୍ତି । ଉଭୟଙ୍କ କଥାରେ ତାଳମେଳ ରହୁ ନଥିବା ସ୍ପଷ୍ଟ ହୋଇଛି ।

ଖୋଦ ଶକ୍ତି ମନ୍ତ୍ରୀଙ୍କ ଜିଲ୍ଲାରେ ଏଭଳି ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି । ପ୍ରାୟ ୧୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଆଖପାଖ ଅଞ୍ଚଳ ଗୁଡିକରେ ବିଦ୍ୟୁତ୍ ସେବା ବନ୍ଦ ରହୁଛି ଯେଉଁଥିପାଇଁ ଅନେକ ଜରୁରୀକାଳୀନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଫଳରେ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୋ ହସ୍ପିଟାଲ , ବିଜୁ ସ୍ବାସ୍ଥ୍ୟ କାର୍ଡ ଭଳି ବିଭିନ୍ନ ଯୋଜନା ସରକାର ଘୋଷଣା କରିଛନ୍ତି । ଯଦି ସରକାର ପ୍ରତିଟି ସ୍ବାସ୍ଥ୍ୟ କେନ୍ଦ୍ର ଓ ହସ୍ପିଟାଲରେ ଆବଶ୍ୟକ ଭିତ୍ତିଭୂମିର ବିକାଶ କରି ପାରନ୍ତେ ତେବେ ଜନସାଧାରଣ ବହୁ ଉପକୃତ ହୁଅନ୍ତେ । ତେବେ ସରକାରଙ୍କ ଏନେଇ କଣ ପଦକ୍ଷେପ ରହିବ, ତାହା ଦେଖିବାକୁ ବାକି ରହିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.