ETV Bharat / state

ଆମିଷ ପ୍ରେମ ଆଗରେ ଫିକା ପଡିଲା ରକ୍ତସମ୍ପର୍କ, ମା’ର ଜୀବନ ନେଲା ସଇତାନ ପୁଅ - Son Kills Mother - SON KILLS MOTHER

Son Kills Mother: ବାଲେଶ୍ବର ଜିଲ୍ଲାରେ ଘଟିଛି ଲୋମହର୍ଷଣକାରୀ ଘଟଣା । ସାମାନ୍ୟ ଏକ କାରଣକୁ କେନ୍ଦ୍ର କରି ପୁଅ ନିଜ ମାଆକୁ ହତ୍ୟା କରିଛି । ପଢନ୍ତୁ ପୂରା ଖବର ।

Son Kills Mother
Son Kills Mother (ETV Bharat Odisha)
author img

By ETV Bharat Odisha Team

Published : Jul 17, 2024, 4:02 PM IST

ବାଲେଶ୍ବର: ନିଶା କବଳରେ କବଳିତ ହୋଇଥାନ୍ତି ବେଳେ ବେଳେ ଅମାନବୀୟ କାଣ୍ଡ ଭିଆଇ ବସନ୍ତି । ସେମିତି ଏକ ଘଟଣା ବାଲେଶ୍ବରରେ ଦେଖିବାକୁ ମିଳିଛି । ନିଶା ସେବନ ପରେ ହିତାହତ ଜ୍ଞାନ ଭୁଲି ଯାଇ ଯେଉଁ ନିଜ ମା'ର ତଣ୍ଟି ଚିପି ହତ୍ୟା କରିଛି ପୁଅ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ ତାଳପଦା ଗ୍ରାମରେ ଏଭଳି ନାରକୀୟ କାଣ୍ଡ ଘଟିଛି । ସେହି ଗ୍ରାମର ବାସନ୍ତୀ ମହାନ୍ତିଙ୍କ ଜୀବନ ଯାଇଛି । ବାସନ୍ତୀଙ୍କ ପୁଅ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

Son Kills Mother (ETV Bharat Odisha)
ସୂଚନା ଅନୁସାରେ, ବାସନ୍ତୀଙ୍କ ବଡ଼ପୁଅ ଅରୁଣ ସବୁଦିନ ନିଶା ସେବନ କରିଥାନ୍ତି । ଏପରିକି ବିଳମ୍ବିତ ରାତି ଯାଏ ସେ ଘରକୁ ଫେରନ୍ତି ନାହିଁ । ବିଳମ୍ବିତ ରାତିରେ ଘରକୁ ଫେରିବା ପରେ ଅରୁଣ ବିନା କାରଣରେ ନିଶାଶକ୍ତ ହୋଇ ନିଜ ସ୍ତ୍ରୀ ପିଲାମାନଙ୍କୁ ମାରପିଟ୍ କରନ୍ତି । ସେହିପରି ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ନିଶାଶକ୍ତ ଅବସ୍ଥାରେ ଅରୁଣ ଘରକୁ ଫେରି ମାଆ ବାସନ୍ତୀଙ୍କୁ ଖାଇବା ପାଇଁ ମାଗିଥିଲେ । ଆଉ ପୁଅକୁ ଖାଇବା ବାଢି ଦେଇଥିଲେ ମାଆ । ହେଲେ କାହିଁକି ଆମିଷ ହୋଇନାହିଁ ବୋଲି ପଚାରିବା ସହ ଅରୁଣ ରାଗି ଯାଇଥିଲେ । ଏପରିକି ବିରକ୍ତି ପ୍ରକାଶ କରିବା ସହ ନିଜ ମାଆଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଇନଥିଲେ ।

ଏହା ବି ପଢନ୍ତୁ...ବାହା ହେବାକୁ ରାଜି ହେଲେନି ମାଲିକଙ୍କ ଝିଅ ! ପ୍ରେମରେ ବିଫଳ ଡ୍ରାଇଭର କଲା ଡବଲ ମର୍ଡର - Sundargarh Double Murder

ଏହା ବି ପଢନ୍ତୁ...ଖାଇ ସାରି ମାଆ ପୁଅ ଶୋଇଲେ, ସକାଳୁ ଉଠିଲା ବେଳକୁ ପୁଅକୁ ହତ୍ୟା- MURDER IN ROURKELA

ଏହାଦେଖି ଅରୁଣଙ୍କ ସ୍ତ୍ରୀ କବିତା ଶାଶୁଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ତେବେ ତଣ୍ଟି ଚିପିଦେବା ଫଳରେ ମାଆ ବାସନ୍ତୀ ଅଚେତ ହୋଇ ତଳେ ପଡ଼ିଯାଇଥିଲେ । ଖବର ପାଇ ବାସନ୍ତୀଙ୍କୁ ସିମୁଳିଆ ମେଡିକାଲରେ ଭର୍ତ୍ତି କରାଇଥିଲେ ପଡୋଶୀ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ବୋହୂ କବିତା ସିମୁଳିଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ମାତୃହନ୍ତା ପୁଅ ଅରୁଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ସାଇଣ୍ଟଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ହତ୍ୟା ପଛରେ ନିଶା କାରବାର ନା ଆଉ କିଛି କାରଣ ରହିଛି ସେନେଇ ପୋଲିସ ଖୋଳତାଡ କରୁଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.