ବୌଦ୍ଧ: ଜିଲ୍ଲାପାଳ କାର୍ଯ୍ୟାଳୟରେ ପାନୀୟ ଜଳ ସମସ୍ୟା ଅଭିଯୋଗ । ବର୍ତ୍ତମାନ ନିର୍ବାଚନ ସମୟରେ ନାମାଙ୍କନ ଦାଖଲ ଠାରୁ ନେଇ ବିଭିନ୍ନ ନିର୍ବାଚନ କାର୍ଯ୍ୟରେ ଆସୁଥିବା ରାଜନୈତିକ ଦଳର ନେତା ଓ କର୍ମୀମାନେ ମଧ୍ୟ ପିଇବାକୁ ପାଣି ମୁନ୍ଦାଏ ପାଉନଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଥଣ୍ଡାପାନୀୟ ଜଳ କିମ୍ବା ସାଧାରଣ ପାଣିର ବ୍ୟବସ୍ଥା ନାହିଁ । ଏନେଇ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।
ଏହାମଧ୍ୟ ପଢନ୍ତୁ.. ଟାଙ୍କି ଅଛି ପାଣି ନାହିଁ, ଫେଲ୍ ମାରିଲା ବସୁଧା ଯୋଜନା ! - NIALI WATER PROBLEM
ରାଜ୍ୟରେ ଆଜି(ମଙ୍ଗଳବାର) କାଳବୈଶାଖୀ ଗ୍ରୀଷ୍ମ ତାତିରୁ ଆଶ୍ୱସ୍ତି ପ୍ରଦାନ କରିଥିବା ବେଳେ ପୂର୍ବରୁ କିନ୍ତୁ ଗ୍ରୀଷ୍ମରେ ଛଟପଟ ହୋଇଛି ରାଜ୍ୟ । ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଜାରି ରହିଛି । ଆକାଶରୁ ଅଗ୍ନି ବର୍ଷା ହେଉଥିବା ବେଳେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଆଉ ଏଭଳି ସମୟରେ ପାନୀୟଜଳର ଉତ୍କଟ ସମସ୍ୟା ଦେଖାଦେଉଛି । ଏପରିକି ଖାସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ପାଣି ମୁନ୍ଦାଏ ପାଇଁ ନିର୍ବାଚନ କାର୍ଯ୍ୟରେ ଆସୁଥିବା ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଅଭିଯୋଗ ହୋଇଛି ।
ବୌଦ୍ଧ ଜିଲ୍ଲାର ଉତ୍ତାପ ସାରା ଦେଶରେ ରେକର୍ଡ଼ ସୃଷ୍ଟି କରିଥିବା ବେଳେ ପାରଦ ଲଗାତାର ଭାବରେ ୪୫ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚି ଯାଉଛି । ତେବେ ଏଭଳି ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାନୀୟଜଳର ଉତ୍କଟ ଅଭାବ ପରିଲକ୍ଷିତ ହୋଇଛି । ହରଭଙ୍ଗା ବ୍ଲକର ବିଭିନ୍ନ ଉପାନ୍ତ ଅଞ୍ଚଳରେ ପାଣି ମୁନ୍ଦାଏ ପିଇବା ପାଇଁ ସାଧାରଣ ଲୋକେ କିଲୋମିଟର କିଲୋମିଟର ଦୂରରୁ ଚୁଆ ପାଣି ସଂଗ୍ରହ କରିବାକୁ ପଡୁଛି । ଏଭଳିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ପାଣିର ବ୍ୟବସ୍ଥା ଠିକରେ ହୋଇ ପାରୁନାହିଁ । ବର୍ତ୍ତମାନ ନିର୍ବାଚନ ସମୟରେ ନାମାଙ୍କନ ଦାଖଲ ଠାରୁ ନେଇ ବିଭିନ୍ନ ନିର୍ବାଚନ କାର୍ଯ୍ୟ ରେ ଆସୁଥିବା ରାଜନୈତିକ ଦଳର ନେତା ଓ କର୍ମୀ ମାନେ ମଧ୍ୟ ପିଇବାକୁ ପାଣି ମୁନ୍ଦାଏ ପାଉନଥିବା ଅଭିଯୋଗ ହୋଇଛି । ଏନେଇ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।
ଇଟିଭି ଭାରତ, ବୌଦ୍ଧ