ETV Bharat / state

ଥମୁନି ପାନୀୟ ଜଳ ସମସ୍ୟା, କାନପୁର ବିସ୍ଥାପିତ ହନ୍ତସନ୍ତ - Drinking Water Problem

author img

By ETV Bharat Odisha Team

Published : May 15, 2024, 4:31 PM IST

Drinking Water Problem: ଜଳ ସମସ୍ୟା ଯୋଗୁ ହନ୍ତସନ୍ତ ହେଉଛନ୍ତି ବିସ୍ଥାପିତ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉନଥିବା କହିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

Drinking Water Problem
Drinking Water Problem (ETV Bharat Odisha)

କେନ୍ଦୁଝର: ଥମୁନି ପାଣି ସମସ୍ୟା । କାନପୁର ବିସ୍ଥାପିତମାନେ ଜଳ ସମସ୍ୟା ଯୋଗୁ ହନ୍ତସନ୍ତ ହେଉଛନ୍ତି । ରାଜ୍ୟ ସରକାର ଘରକୁ ଘର ପିଇବା ପାଣି ପହଞ୍ଚାଇବା ପାଇଁ ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରି ଚାଲିଛନ୍ତି । ସେଥିପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ ମଧ୍ୟ କରୁଛନ୍ତି । ଏଥିପାଇଁ କେଉଁଠି ବୋରୱେଲ ତ ଆଉ କେଉଁଠି ନଦୀ ବନ୍ଧ ନିର୍ମାଣ କରୁଛନ୍ତି । କିନ୍ତୁ ଏତେ ଯୋଜନା ପରେ ମଧ୍ୟ ପାନୀୟ ଜଳ ସମସ୍ୟା ଦୂର ହେଉନାହିଁ । ବିଶେଷ କରି ଡ଼ହ ଡ଼ହ ଖରାରେ ଶୁଦ୍ଧ ପାନୀୟ ଜଳ ମିଳୁନଥିବାବେଳେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବିସ୍ଥାପିତ ।

ସୂଚନା ଅନୁସାରେ, କେନ୍ଦୁଝରର କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ ପୁନଃବାସ ଓ ପୁନଃ ଥଇଥାନ ବସତି ଅଙ୍ଗୁଳିଆରୁ ଏଭଳି ଅଭିଯୋଗ ଆସିଛି । ଏହି ପ୍ରକଳ୍ପ ପାଇଁ ଚମକପୁର ଗ୍ରାମର ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରାଯାଇଥିଲା । ପ୍ରାୟ ଶତାଧିକ ଗ୍ରାମବାସୀଙ୍କୁ ଅଙ୍ଗୁଲିଆକୁ ସ୍ଥାନାନ୍ତର କରାଯାଇ ଥଇଥାନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସେତେବେଳେ ପୁନଃବାସ ହୋଇଥିବା ଗ୍ରାମବାସୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ସବୁ ପ୍ରତିଶ୍ରୁତି ପାଣିର ଗାର ସାଜିଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଗାଁରେ ଗାଧୋଇବା ଯୋଗ୍ୟ ପୋଖରୀ ନଥିବାବେଳେ ପାନୀୟ ଜଳ ମଧ୍ୟ ଉପଲବ୍ଧ ନାହିଁ । ଫଳରେ ପାଣି ପାଇଁ ଗ୍ରାମବାସୀଙ୍କୁ ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡୁଛି । ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ଏହା ବି ପଢନ୍ତୁ...ଷ୍ଟିଲ ସିଟିରେ ପାନୀୟ ଜଳ ସମସ୍ୟା, ହନ୍ତସନ୍ତ ବସ୍ତି ବାସିନ୍ଦା - Rourkela Water Problem

ଏହା ବି ପଢନ୍ତୁ...ଲହଡ଼ିଆରେ ପାନୀୟ ଜଳ ସମସ୍ୟା, ହନ୍ତସନ୍ତ ଗ୍ରାମବାସୀ - Puri Drinking Water Problem

ଏହା ବି ପଢନ୍ତୁ...ପାଣି ସମସ୍ୟାରେ ଯୁଝି ହେଉଛି ହିରଲୀ, ଗରା ରଖି ମହିଳାଙ୍କ ରାସ୍ତାରୋକ - Hirli Village Water Problem

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, "ଗାଁରେ ପାଣି ଟାଙ୍କି ହୋଇଛି କିନ୍ତୁ ସେଥିରେ ପାଣି ଆସୁନାହିଁ । ଏହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।" ଖାଲି ସେତିକି ନୁହେଁ, ଅଙ୍ଗୁଲିଆ ଗ୍ରାମର ଗ୍ରାମବାସୀ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଏ ବାବଦରେ ଜଣାଇ ଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଏଭଳି ସମସ୍ୟାକୁ ନେଇ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସାଧାରଣ ନିର୍ବାଚନ ଥିବାରୁ ଯେଉଁ ଦଳ ଗାଁର ମୌଳିକ ସୁବିଧାକୁ ଅଗ୍ରାଧିକାର ଦେବ ତାଙ୍କୁ ଭୋଟ ଦେବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.