ETV Bharat / state

ହୋଟେଲ ମାଲିକଙ୍କ କବଜାରେ 'ଡ୍ରିଙ୍କ ଫ୍ରମ ଟ୍ୟାପ' ଯୋଜନା; ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ଶ୍ରଦ୍ଧାଳୁ, ଦେଖନ୍ତୁ ଗ୍ରାଉଣ୍ଡ ରିପୋର୍ଟ - drink from tap yojana hijack

author img

By ETV Bharat Odisha Team

Published : Jul 2, 2024, 10:12 AM IST

DRINK FROM TAP YOJANA HIJACK IN PURI: ପୁରୀରେ ହୋଟେଲ ମାଲିକ ଓ ଉଠା ଦୋକାନୀଙ୍କ କବଜାରେ 'ଡ୍ରିଙ୍କ ଫ୍ରମ ଟ୍ୟାପ' । ପାଣି ନପାଇ ହନ୍ତସନ୍ତ ପର୍ଯ୍ୟଟକ, ନିରବ ଦ୍ରଷ୍ଟା ସାଜିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

DRINK FROM TAP YOJANA HIJACK IN PURI
DRINK FROM TAP YOJANA HIJACK IN PURI (ETV Bharat Odisha)

ପୁରୀ: ହୋଟେଲ ମାଲିକ ଓ ଉଠା ଦୋକାନୀଙ୍କ କବଜାରେ 'ଡ୍ରିଙ୍କ ଫ୍ରମ ଟ୍ୟାପ' । ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି ପର୍ଯ୍ୟଟକ । ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି । ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବଡ଼ ଦାଣ୍ଡର ଉଭୟ ପାର୍ଶ୍ୱରେ 'ଡ୍ରିଙ୍କ ଫ୍ରମ ଟ୍ୟାପ' ବ୍ୟବସ୍ଥା କରିଛନ୍ତି । ବଡ ଦାଣ୍ଡର ଉଭୟ ପାର୍ଶ୍ୱରେ ଅତ୍ୟାଧୁନିକ ଷ୍ଟାଣ୍ଡ ପୋଷ୍ଟ ବ୍ୟବସ୍ଥା ହୋଇଛି । ହେଲେ ଦୁର୍ଭାଗ୍ୟର ବିଷୟ କିଛି ହୋଟେଲ ମାଲିକ ଏହାକୁ କବଜା କରିଛନ୍ତି ।

DRINK FROM TAP YOJANA HIJACK (ETV Bharat Odisha)

ଏହି ବିଶୁଦ୍ଧ ପାନୀୟ ଜଳକୁ ହୋଟେଲର ବିଭିନ୍ନ ଅଇଁଠା ବାସନ ମାଜିବା ସହ ଅନ୍ୟାନ୍ୟ ଧୁଆ କାର୍ଯ୍ୟ କରୁଛନ୍ତି । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଯେଉଁ ଉଦ୍ଦେଶ୍ୟ ଏହି 'ଡ୍ରିଙ୍କ ଫ୍ରମ ଟ୍ୟାପ' ଲାଗିଥିଲା, ତାହା ପୂରଣ ନ ହେବାକୁ ନେଇ ବୁଦ୍ଧିଜୀବୀ ମହଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଭଳି କିଛି ଦୃଶ୍ୟ ପୁରୀ ବଡଦାଣ୍ଡରେ ଦେଖିବାକୁ ମିଳିଛି ।

ବଡଦାଣ୍ଡରେ ଥିବା ପାପୁଡିଆ ମଠ ତଳେ ଥିବା ଏକ ହୋଟେଲ ବେଧଡକ ଭାବେ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ପାନୀୟ ଜଳ ପୋଷ୍ଟ ତଥା ଡ୍ରିଙ୍କ ଫ୍ରମ ଟ୍ୟାପକୁ କବଜା କରି ହୋଟେଲର ଅଇଁଠା ବାସନ ସଫା କରାଯାଉଛି । ତେବେ ଶ୍ରୀମନ୍ଦିରକୁ ପ୍ରତିଦିନ ଏକାଧିକ ଥର ପୁରୀ ଜିଲ୍ଲା ପ୍ରଶାସନର ସବୁ ଅଧିକାରୀ ଏକାଧିକ କାର୍ଯ୍ୟ ପାଇଁ ଆସୁଥିବା ବେଳେ କିଭଳି ଏହା କାହାର ଦୃଷ୍ଟି ପଡୁନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି । 'ଡ୍ରିଙ୍କ ଫ୍ରମ ଟ୍ୟାପ'କୁ ଯେଉଁ ବ୍ୟକ୍ତି, ଅନୁଷ୍ଠାନ ଅପବ୍ୟବହାର କରିବ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବା ବୋଲି ପୁରୀ ଜିଲ୍ଲାପାଳ ପୂର୍ବରୁ ଚେତାବନୀ ଦେଇ ସାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ପାଖେଇ ଆସୁଛି ରଥଯାତ୍ରା, ତିନି ରଥରେ ବସିଲା କନକମୁଣ୍ଡି ସାଙ୍ଗି ନିର୍ମାଣ ଶେଷ - PURI RATH YATRA 2024

ଗତ ରଥ ଯାତ୍ରା ସମନ୍ଵୟ ବୈଠକରେ ଆଇନମନ୍ତ୍ରୀ ମଧ୍ୟ 'ଡ୍ରିଙ୍କ ଫ୍ରମ ଟ୍ୟାପ'କୁ ବ୍ୟବସ୍ଥିତ କରିବା, ଜବର ଦଖଲରୁ ମୁକ୍ତ ସହ ପରିସ୍କାର ପରିଛନ ରଖିବା, ନିୟମ ଉଲଘଂନ କରୁଥିବା ବ୍ୟକ୍ତି, ଅନୁଷ୍ଠାନ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହି ନିର୍ଦ୍ଦେଶକୁ ପୁରୀ ଜିଲ୍ଲା ପ୍ରଶାସନ ଭୁଲି ଯାଇଛି । ପୂର୍ବ ଭଳି ପୁରୀ ବଡ଼ ଦାଣ୍ଡରେ 'ଡ୍ରିଙ୍କ ଫ୍ରମ ଟ୍ୟାପ'କୁ ବିଭିନ୍ନ ହୋଟେଲ ମାଲିକ, ଉଠା ଦୋକାନୀ କବଜା କରି ନିଜ ବ୍ୟବସାୟ ପ୍ରତିଷ୍ଠାନରେ ପାନୀୟ ଜଳକୁ ଅପବ୍ୟବହାର ସହ ଅଇଁଠା ବାସନ ସହ ବିଭିନ୍ନ ଧୁଆ କାର୍ଯ୍ୟ କରୁଛନ୍ତି ।

ତେବେ ଭକ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ମହତ୍ ଯୋଜନା କରାଯାଇଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନର ଅବହେଳାକୁ ଏହା ସମ୍ପୂର୍ଣ୍ଣ ସାମ୍ନାକୁ ଆଣିଛି । ଏବେ ଭକ୍ତ 'ଡ୍ରିଙ୍କ ଫ୍ରମ ଟ୍ୟାପ'ରୁ ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରିବା ପରିବର୍ତ୍ତେ ଦୋକାନରୁ ପାଣି ବୋତଲ କିଣି ଥିବା ଅଭିଯୋଗ ହୋଇଛି । ତେବେ ପୁରୀ ବଡ଼ ଦାଣ୍ଡ କାହିଁକି ପୁରୀ ସମୁଦ୍ର କୂଳ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.