ETV Bharat / state

ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ବିଏମସିର ଜୁଲୁମ, ବଳ ପୂର୍ବକ ଆନ୍ଦୋଳନରୁ ଉଠାଇ ନେଲା - protest against bmc

Divyanga Protest: ଧାରଣାରତ ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ମାଡ ମାରି ଉଠାଇଲା ବିଏମସି । ଦାବି ପୂରଣ ପରିବର୍ତ୍ତେ ଧାରଣାରୁ ଉଠାଇ ନିଆଯାଇଛି । ଅଧିକ ପଢ଼ନ୍ତୁ

ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ମାଡ ମାରି ଉଠାଇଲା ଘରୋଇ ସଂସ୍ଥା

author img

By ETV Bharat Odisha Team

Published : Jan 31, 2024, 8:23 AM IST

ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ମାଡ ମାରି ଉଠାଇଲା ଘରୋଇ ସଂସ୍ଥା

ଭୁବନେଶ୍ବର: ଧାରଣାରତ ଦିବ୍ୟାଙ୍ଗ ବ୍ୟବସାୟୀଙ୍କ ଉପରେ ବିଏମସିର ଜୁଲୁମ । ଦାବି ପୂରଣ ପରିବର୍ତ୍ତେ ଧାରଣାରୁ ଉଠାଇ ନେଇଛି ବିଏମସି । ଏନଫୋର୍ସମେଣ୍ଟ ଟିମର ଉପସ୍ଥିତିରେ ଅତି ଦୟନୀୟ ଭାବେ ତାଙ୍କୁ ଧାରଣାରୁ ଉଠାଇ ନିଆଯାଇଥିବା ଅଭିଯୋଗ । ଏହାକୁ ନେଇ ଆନ୍ଦୋଳନରତ ଦିବ୍ୟାଙ୍ଗ ବ୍ୟବସାୟୀ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସ୍ଥାୟୀ ଭେଣ୍ଡିଂ ଜୋନ ଦାବିରେ ଗତ ଜାନୁଆରୀ 25ରୁ ଆନ୍ଦୋଳନ କରି ଆସୁଛନ୍ତି ଦିବ୍ୟାଙ୍ଗ ବ୍ୟବସାୟୀ ।

ସୂଚନା ଥାଉକି, ମାର୍କେଟ ବିଲଡ଼ିଙ୍ଗ ଠାରେ ଛୋଟ ବ୍ୟବସାୟ କରି ପରିବାର ପୋଷଣ କରୁଥିଲେ ଏମାନେ । କିନ୍ତୁ ତାଙ୍କୁ ସେଠାରୁ ମାର୍କେଟ ବିଲଡ଼ିଙ୍ଗର ବ୍ୟବସାୟୀ ସଂଘ ଉଠାଇ ଦେଇଥିଲେ । ସେନେଇ ସେମାନେ ଗତ 25 ତାରିଖ ଠାରୁ ଆନ୍ଦୋଳନରେ ବସିରହିଥିଲେ । ଆନ୍ଦୋଳନରେ ବସିବା ପାଇଁ ସେମାନେ ପୋଲିସ ପ୍ରଶାସନ ପକ୍ଷରୁ ଅନୁମତି ମଧ୍ୟ ନେଇଥିଲେ । କିନ୍ତୁ ଗତକାଲି ତାଙ୍କୁ ବଳ ପୂର୍ବକ ସେଠାରୁ ଏକ ଘରୋଇ ସଂସ୍ଥା ଉଠାଇ ଦେଇଛନ୍ତି । ସେମାନଙ୍କୁ ପତିତ ଆଖ୍ୟା ଦେଇ ସେଠାରୁ ଉଠାଇ ଦିଆଯାଇଛି । ସେମାନଙ୍କୁ ବଳ ପୂର୍ବରୁ ସେଠାରୁ ଉଠାଇ ଦିଆଯାଇଛି । ସେପଟେ ସେମାନେ ଧାରଣାରେ ବସିଥିବା ବେଳେ ତାଙ୍କ ସହ ଶାନ୍ତିପୂର୍ଣ୍ଣ ଆଲୋଚନା କରିବା ପରିବର୍ତ୍ତେ ତାଙ୍କୁ ଏହି ଭଳି ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ।

ଏହା ମଧ୍ୟ ପଢ଼ନ୍ତୁ.... ବିଭିନ୍ନ ଦାବି ନେଇ ଟ୍ରେଡ଼ ୟୁନିୟନ ସମନ୍ୱୟ ସମିତିର ଧାରଣା

ଭୁବନେଶ୍ୱର ମାର୍କେଟ ବିଲଡ଼ିଙ୍ଗରୁ ତାଙ୍କୁ ଉଚ୍ଛେଦ କରାଯାଇଥିଲା । ସେମାନଙ୍କୁ ଭେଣ୍ଡିଜୋନ ଦେବା ପାଇଁ ଲିଖିତ ଭାବରେ ପ୍ରତିଶ୍ରୁତି ଦେଇ ମଧ୍ୟ ପୂରଣ କରିନଥିବାରୁ ସେମାନେ ଆନ୍ଦୋଳନରେ ବସିଥିଲେ । ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ବସି ସେମାନେ ଶୋଭାକୁ ନଷ୍ଟ କରୁଛନ୍ତି ବୋଲି କହି ସେମାନଙ୍କୁ ଉଠାଇ ଦିଆଯାଇଛି । ସେମାନଙ୍କ ମଧ୍ୟରୁ କେତେକଙ୍କୁ ପୋଲିସ ଗିରଫ କରିଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ଏନେଇ ଧାରଣାରତ ଦିବ୍ୟାଙ୍ଗ କହିଛନ୍ତି, ‘‘ ଆମେ କେବଳ ଆମର ଥଇଥାନ ପାଇଁ ଜାଗା ଆଶାରେ ଆସିଥିଲୁ । କିନ୍ତୁ ଆମ ସହ ଶାନ୍ତିପୂର୍ଣ୍ଣ ଭାବରେ ଆଲୋଚନା ନକରି ଆମ ଉପରେ ଅତ୍ୟାଚାର କରାଯାଉଛି । ତେବେ ଆମକୁ ଜାଗାର ଆବଶ୍ୟକତା ନାହିଁ । ଆମ ପିଲାଙ୍କୁ ଛାଡ଼ି ଦିଅନ୍ତୁ । ’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.