ଢେଙ୍କାନାଳ: ଜିଲ୍ଲା କାମାକ୍ଷାନଗର ଅନୁଷ୍ଠିତ ହେଲା ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା । କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ଠାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ନିଯୁକ୍ତି ମେଳାରେ ପ୍ରାୟ ୧୧୩୪ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ କାମାକ୍ଷାନଗର ବିଧାୟକ ତଥା ଖଣିଇ ଇସ୍ପାତ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ସାଂସଦ ମହେଶ ସାହୁ ।
ତେବେ ଜିଲ୍ଲାରୁ ୮ଟି ବ୍ଲକରୁ ଯୁବକ ଯୁବତୀମାନେ ଆସି ସକାଳ ୧୦ସମୟରେ ସେମାନଙ୍କର ନାମ ପଞ୍ଜକୃତ କରିଥିଲେ । ଏଠାକୁ ମୋଟ ୪୦ଟି ନାମିଦାମୀ କମ୍ପାନୀ ଆସି ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ କରିଥିଲେ । ଏବଂ ଏହି ନିଯୁକ୍ତି ମେଳାରେ ସୁରକ୍ଷା ବାହିନୀରେ ଯୋଗ ଦେବା ପାଇଁ ମଧ୍ୟ ଚୟନ ପ୍ରକ୍ରିୟା ବ୍ୟବସ୍ଥା କରାଯାଇଥିଲା । ଯାହାକି ବେକାର ଯୁବକ ଯୁବତୀଙ୍କ ପାଇ ସୁବର୍ଣ୍ଣ ସୁଯୋଗ ଆଣିଛି । ସୁରକ୍ଷା ବାହିନୀ ପାଇଁ ଯେଉଁ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହେବେ ସେହିମାନଙ୍କୁ ନିଯୁକ୍ତି ମିଳିବ ।
ସେପଟେ ଚୟନ ପ୍ରକ୍ରିୟା ଗୋଟିଏ ଦିନ ଥିବାବେଳେ ଦିନ ୧୦ଟା ଠାରୁ ଆରମ୍ଭ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଚାଲିଥିଲା । କିନ୍ତୁ ବିଭାଗ ତରଫରୁ ଯେଉଁଭଳି ଭାବେ ପ୍ରଚାର ପ୍ରସାର କରିବା କଥା ସେହିଭଳି ଭାବେ ହୋଇନଥିବାରୁ ପ୍ରାଥୀମାନଙ୍କ ସଂଖ୍ୟା କମି ଯାଇଥିବା ଦେଖିବାକୁ ମିଳିଥିଲା । ଅନେକ ବେକାର ଯୁବକ ଯୁବତୀ ନିଯୁକ୍ତି ମେଳା ବିଷୟରେ ଜାଣି ପାରି ନଥିବାବେଳେ ନିଯୁକ୍ତିରୁ ବଞ୍ଚିତ ହୋଇଛନ୍ତି । ଯାହାଫଳରେ ୮ଟି ବ୍ଲକ ମଧ୍ୟରୁ କାମାକ୍ଷାନଗର ବ୍ଲକରେ ୬୪୨ ଓ ଢେଙ୍କାନାଳ ସଦର ବ୍ଲକରେ ୧୯୬ ଜଣ ପଞ୍ଜିକରଣରେ ସର୍ବାଧିକ ତିନିଅଙ୍କ ଛୁଇଁଥିଲା । ଅନ୍ୟ ୬ଟି ବ୍ଲକରେ ପଞ୍ଜିକରଣ ସଂଖ୍ୟା ତିନିଅଙ୍କ ଛୁଇଁନଥିଲା । ଆଜି ନିଯୁକ୍ତି ମେଳାରେ ସର୍ବମୋଟ ୧୧୩୪ ଜଣ ପଞ୍ଜକୃତ କରିଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ .......ନନ୍ଦନକାନନରେ 'ନାଇଟ୍ ଆଉଟ ଆଟ୍ ଜୁ’, ସନ୍ଧ୍ୟା ୬ଟା ୩୦ରୁ ରାତି ୮ ଯାଏଁ ବୁଲି ପାରିବେ
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କାମାକ୍ଷାନଗର ବିଧାୟକ ତଥା ଖଣିଇସ୍ପାତ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଢେଙ୍କାନାଳ ସାସଂଦ ମହେଶ ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟାନ୍ୟ ଅତିଥି ଭାବେ କାମାକ୍ଷାନଗର ଉପଜିଲ୍ଲାପାଳ, ଓ ବିଡିଓ, ବ୍ଲକ ଅଧ୍ୟକ୍ଷ, ଏନଏସି ଅଧକ୍ଷ ସମେତ ଦକ୍ଷତାବିକାଶ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ନିଜ ଅଞ୍ଚଳର ବେକାର ଯୁବକ ଯୁବତୀମାନେ ନିଯୁକ୍ତି ପାଇବା ନେଇ ଖୁସି ବ୍ୟକ୍ତ କରିଥିଲେ ମନ୍ତ୍ରୀ l
ଇଟିଭି ଭାରତ, ଢେଙ୍କାନାଳ