ETV Bharat / state

ସମ୍ବଲପୁରରେ ମାଡିଲାଣି ଜଣ୍ଡିସ; ସ୍କୁଲ ନିକଟରେ ଫାଷ୍ଟଫୁଡ ଦୋକାନ ଖୋଲିବାକୁ ଜିଲ୍ଲା ପ୍ରଶାସନର ବାରଣ - NO FAST FOOD NEAR SCHOOLS

author img

By ETV Bharat Odisha Team

Published : Jun 26, 2024, 1:33 PM IST

Jaundice Situation In Sambalpur: ସହରରେ କାୟା ବିସ୍ତାର କରୁଛି ଜଣ୍ଡିସ । ଏବେ ସୁଦ୍ଧା ୯୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସଜାଗ ହୋଇଛନ୍ତି ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ । ଜଣ୍ଡିସ ପାଇଁ ୭ ଦିନ ପାଇଁ ସ୍କୁଲ ବାହାରେ ଫାଷ୍ଟଫୁଡ ଦୋକାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ବାରଣ କରିଛି । ଅଧିକ ପଢନ୍ତୁ,

Jaundice Situation In Sambalpur
Jaundice Situation In Sambalpur (ETV Bharat Odisha)

ସମ୍ବଲପୁର: ସହରରେ ଜଣ୍ଡିସ ବ୍ୟାପୀ ଚାଲିଥିବାବେଳେ ଆଜି ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୯୩ରେ ପହଞ୍ଚିଲାଣି । ସ୍ଥିତିର ଅନୁଧ୍ୟାନ ପାଇଁ ଭୁବେନେଶ୍ୱରରୁ ୨ ଜଣିଆ ମେଡିକାଲ ଟିମ ସୋମବାରଠୁ ଆସି ସମ୍ବଲପୁର ସହରର ଜଣ୍ଡିସ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରୁଛି । ଜଣ୍ଡିସକୁ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏନେଇ ମଙ୍ଗଳବାର ଏକ ସମୀକ୍ଷା ବୈଠକ କରିଥିଲେ ।

ଏହି ସମୟରେ ସେ କହିଛନ୍ତି, "ମୁଖ୍ୟତଃ ଗୁପଚୁପ ଓ ଦୂଷିତ ପାନୀୟ ଜଳ ଯୋଗୁଁ ଜଣ୍ଡିସ ହୋଇଥାଇପାରେ ବୋଲି ସ୍ୱାସ୍ଥ୍ୟ ବିଭାଗ କହୁଛି । ଏଥିପାଇଁ ୭ ଦିନ ପାଇଁ ସ୍କୁଲ ଅଞ୍ଚଳରେ ଫାଷ୍ଟଫୁଡ ଦୋକାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ବାରଣ କରିଛି ।" ଏହାସହ ୨ଟି ବରଫ ଫ୍ୟାକ୍ଟ୍ରିକୁ ସିଲ କରାଯାଇଥିବାବେଳେ ସ୍ୱାସ୍ଥ୍ୟ ବିଭାଗର ୨ ଜଣ ଫୁଡ ସେଫ୍‌ଟି ଅଫିସର ନିୟମିତ ସବୁ ଦୋକାନ ଓ ହୋଟେଲ ଗୁଡିକର ଖାଦ୍ୟର ମାନ ଯାଞ୍ଚ କରିବା ସହ ସେମାନଙ୍କୁ ତାଗିଦ କରି କେତେକ ଦୋକାନକୁ ବନ୍ଦ କରାଯାଇଥିବା ସମ୍ବଲପୁର CDMPHO ସୁଜାତା ରାଣୀ ମିଶ୍ର ସୂଚନା ଦେଇଛନ୍ତି ।

ଏହାବ୍ୟତୀତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଭାବେ ଜଣ୍ଡିସ ପ୍ରଭାବିତ ଅଞ୍ଚଳକୁ ନିରୀକ୍ଷଣ କରୁଛି । ଆଶା, ଅଙ୍ଗନବାଡି କର୍ମୀ ସହ ANM ମାନେ ଘରକୁ ଘର ବୁଲି ସଚେତନତା କରୁଛନ୍ତି । ଓଆରଏସ ଓ ହେଲୋଜେନ ବଟିକା ଘରକୁ ଘର ଦିଆଯାଇଛି । 3ଟି ଟିମ 24 ଘଣ୍ଟା ପ୍ରଭାବିତ ଅଞ୍ଚଳ ପାଇଁ ପ୍ରସ୍ତୁତ ଅଛନ୍ତି । ମାଇକ୍‌ ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ସମ୍ବଲପୁରରେ କାୟା ବିସ୍ତାର କରୁଛି ଜଣ୍ଡିସ, ସ୍ଥିତି ପରଖିଲା ରାଜ୍ୟ ମେଡିକାଲ ଟିମ

ଅନ୍ୟପଟେ ଭୁବନେଶ୍ୱରରୁ ଆସିଥିବା ୨ ଜଣିଆ ମେଡିକାଲ ଟିମ ଆଜି ପେନସନ ପଡା ଓ ଆଖପାଖ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସାହ ସ୍ଥାନୀୟ ଅଞ୍ଚଳର ପାନୀୟ ଜଳ ପରୀକ୍ଷା କରିଛି । ରୋଗୀ ତଥା ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସହ ଆଲୋଚନା ମଧ୍ୟ କରିଛି ଏହି ଟିମ । ଏହାସହ ସମ୍ବଲପୁର ଜିଲ୍ଲାପାଳ ଓ ଏସ୍‌ଏମ୍‌ସି କମିଶନରଙ୍କ ସହ ଏହି ଟିମ ସମୀକ୍ଷା କରିଛି । ଅନ୍ୟପଟେ ସମ୍ବଲପୁର ବିଧାୟକ କହିଛନ୍ତି, "ସମଗ୍ର ସହରରେ ପାନୀୟ ଜଳ ପାଇପର ନବୀକରଣ ପାଇଁ କେତେ ଖର୍ଚ୍ଚ ଆସିବ, ସେନେଇ ବିଭାଗୀୟ ଅଧିକାରୀଙ୍କୁ ଏକ ବ୍ୟୟ ଅଟକଳ କରିବାକୁ କୁହାଯାଇଛି ।" ଆସନ୍ତା ବଜେଟ ପୂର୍ବରୁ ଏଥିପାଇଁ ବଜେଟରେ ବ୍ୟବସ୍ଥା କରାଯିବ ବୋଲି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି ।

ସମ୍ବଲପୁର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.