ETV Bharat / state

ଯୁବ ଭୋଟରଙ୍କ ପାଇଁ ନିର୍ବାଚନୀ ସଚେତନତା କର୍ମଶାଳା, କଫି ପେ ଚର୍ଚ୍ଚା କଲେ ଜିଲ୍ଲାପାଳ

Election Related Awareness Workshop For Young Voters In Koraput : କୋରାପୁଟର ବିଭିନ୍ନ କଲେଜରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜିତ । ଇଭିଏମ ଓ ଭିଭିପାଟ ମେସିନର କାର୍ଯ୍ୟକାରିତା ସମ୍ପର୍କରେ ଦିଆଯାଇଥିଲା ପ୍ରତ୍ୟକ୍ଷ ଜ୍ଞାନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 13, 2024, 10:59 PM IST

ଯୁବ ଭୋଟରଙ୍କ ପାଇଁ ନିର୍ବାଚନୀ ସଚେତନତା କର୍ମଶାଳା , କଫି ପେ ଚର୍ଚ୍ଚା କଲେ ଜିଲ୍ଲାପାଳ

କୋରାପୁଟ: ଆସୁଛି ସାଧାରଣ ନିର୍ବାଚନ । ଏହି କ୍ରମରେ ନୂଆ କରି ଭୋଟଦେବାକୁ ଥିବା ଯୁବ ଭୋଟରମାନଙ୍କୁ ନିର୍ବାଚନ ପ୍ରକ୍ରିୟା ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ପାଇଁ କୋରାପୁଟର ବିଭିନ୍ନ କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଛି । ଏହି କର୍ମଶାଳାରେ ସେମାନଙ୍କୁ ଇଭିଏମ ଓ ଭିଭିପାଟ ମେସିନର କାର୍ଯ୍ୟକାରିତା ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଦିଆଯାଇଥିଲା । ଏହି କର୍ମଶାଳାକୁ କୋରାପୁଟ ଜିଲ୍ଲା ପ୍ରଶାସନ ଆୟୋଜନ କରିଥିଲା ।

କୋରାପୁଟ ଜିଲ୍ଲାରେ ନିର୍ବାଚନ ସମୟରେ ଯୁବପିଢ଼ିଙ୍କ ମତଦାନର ପରିମାଣ ଭଲ ଥିଲେ ହେଁ ଏଥିରେ ଆହୁରି ଅଧକ ସଂଖ୍ୟକ ଯୁବକ ଯୁବତୀ ଯେପରି ଅଂଶଗ୍ରହଣ କରିବେ ସେଦିଗରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ସ୍ଥାନୀୟ ସଂସ୍କୃତି ଭବନଠାରେ ଆୟୋଜିତ କର୍ମଶାଳାରେ କୋରାପୁଟ ଜିଲ୍ଲାପାଳ ଭି.କେ ୱାସନ ମତ ରଖିଛନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକରୁ ନୂତନ ଭୋଟର ଭାବେ ଆସନ୍ତା ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ସେ ଯୁବପିଢିଙ୍କୁ ଶତ ପ୍ରତିଶତ ମତଦାନ କରିବାକୁ ପରାମର୍ଶ ଦେବା ସହ ମତଦାନ ସମୟରେ କାହାଦ୍ବାରା ପ୍ରଭାବିତ ନହୋଇ ମତଦାନ କରିବା ଆବଶ୍ୟକ ବୋଲି ଜଣାଇଥିଲେ । ଏହି ଅବସରରେ ଭୋଟର ସଚେତନତା ପାଇଁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ... 'ରେଡିଓ ଢେମସା'ର ବଢୁଛି ଲୋକପ୍ରିୟତା, ଦେଶିଆ ଭାଷାରେ କରୁଛି ଜନସଚେତନତା

ଆଜି ତାଲିମ ପାଇଥିବା ଯୁବକ ଯୁବତୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା କରାଯାଇଥିଲା । ଏହାସହ କୋରାପୁଟ କଫି ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ନିଜେ ଜିଲ୍ଲାପାଳ ଉପସ୍ଥିତ ରହି ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ନିର୍ବାଚନ ସମେତ ଛାତ୍ରଛାତ୍ରୀ ମାନେ ସେମାନଙ୍କ ମହାବିଦ୍ୟାଳୟରେ ଥିବା ବିଭିନ୍ନ ସମସ୍ୟା ଓ ସେମାନଙ୍କ କ୍ୟାରିଅର ସମ୍ପର୍କରେ ଥିବା ପ୍ରଶ୍ନକୁ ଜିଲ୍ଲାପାଳଙ୍କ ସମ୍ମୁଖରେ ଉତ୍ଥାପନ କରିଥିଲେ । ଜିଲ୍ଳାପାଳ ସେମାନଙ୍କ କଥାକୁ ଗୁରୁତ୍ବର ସହ ଶୁଣିବା ପରେ ଆଜି ତାଲିମ ପାଇଥିବା ଛାତ୍ରଛାତ୍ରୀ ଅନ୍ୟମାନଙ୍କ ମଧ୍ୟରେ ନିର୍ବାଚନ ତଥା ଅନ୍ୟାନ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆହ୍ବାନ ଦେଇଥିଲେ । ରାଜନୀତି ନିଜେ ପଙ୍କ ନୁହେଁ । ବରଂ ତାକୁ ରାଜନୀତି କରୁଥିବା ଲୋକେ ଏପରି ସ୍ଥିତି ରେ ପହୁଞ୍ଚାଇ ଦେଇଥବା ପ୍ରଥମ ଥର ପାଇଁ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା କିଶୋର କିଶୋରୀ ଭୋଟର ଏହି କର୍ମଶାଳାରେ ମତ ରଖିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.