ETV Bharat / state

ବୌଦ୍ଧରେ ସରିଲା ପ୍ରଚାର, ମତଦାନ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ - ELECTION PREPARATION IN BOUDH - ELECTION PREPARATION IN BOUDH

ELECTION PREPARATION IN BOUDH: ଆସନ୍ତା ୨୦ରେ ଦ୍ଵିତୀୟ ପର୍ଯ୍ୟାୟ ଭୋଟ । ବୌଦ୍ଧ ଜିଲ୍ଲାରେ ମତଦାନ କେନ୍ଦ୍ର ମୁହାଁ ହେଲେ ନିୟୋଜିତ କର୍ମଚାରୀ । ଅଧିକ ପଢନ୍ତୁ

ବୌଦ୍ଧରେ ସରିଲା ପ୍ରଚାର, ମତଦାନ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ
ବୌଦ୍ଧରେ ସରିଲା ପ୍ରଚାର, ମତଦାନ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ (ETV Bharat Odisha)
author img

By ETV Bharat Odisha Team

Published : May 18, 2024, 6:43 PM IST

ବୌଦ୍ଧରେ ସରିଲା ପ୍ରଚାର, ମତଦାନ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ (ETV Bharat Odisha)

ବୌଦ୍ଧ: ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପାଇଁ ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି । ସରକାରୀ କର୍ମଚାରୀମାନେ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିବା ପରେ ଆଜି ଠାରୁ ପୋଲିଂ ଅଧିକାରୀ, ସେକ୍ଟର ଅଫିସର ତଥା ଅନ୍ୟାନ୍ୟ କର୍ମଚାରୀ ମାନେ ମତଦାନ କେନ୍ଦ୍ର ଅଭିମୁଖେ ବାହାରିଛନ୍ତି । ବୌଦ୍ଧ ଜିଲ୍ଲାରେ ଆସନ୍ତା ୨୦ ତାରିଖରେ ସାଧାରଣ ନିର୍ବାଚନ ପାଇଁ ଭୋଟ ପଡ଼ିବ ।

ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜିଲ୍ଲାରେ ବିଭିନ୍ନ ରାଜନୈତିକ ଦଳର ସରିଲା ପ୍ରଚାର ଅଭିଯାନ । କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବୈଦ୍ଧ ଜିଲ୍ଲାର ଦୁଇ ବିଧାନସଭା ଆସନରେ ୨୦ ତାରିଖରେ ମତଦାନ ଅନୁଷ୍ଠିତ ହେବ । ସ୍ବଚ୍ଛ, ଅବାଧ ତଥା ନିରପେକ୍ଷ ମତଦାନ ପାଇଁ ନିର୍ବାଚନ ବିଭାଗ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ସମୁଦାୟ ୪୧୩ଟି ବୁଥ ପ୍ରତିଷ୍ଠା କରାଯାଇ ଥିବାବେଳେ ୪୦ ଗୋଟି ସଖୀ ବୁଥ ପ୍ରତିଷ୍ଠା କରାଯାଇଛି । ଯେଉଁଥିରେ ମହିଳା ଅଧିକାରୀମାନେ ନିୟୋଜିତ ରହିବେ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ତେବେ ସମସ୍ତ ପୋଲିଂ ବୁଥ ପାଇଁ ଜଣେ ସେକ୍ଟର ଅଫିସର, ପାଞ୍ଚ ଜଣ ପୋଲିଂ ଅଧିକାରୀ ଓ ଜଣେ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ମତଦାନ ପାଇଁ ନିଯୁକ୍ତ ସରକାରୀ କର୍ମଚାରୀ ଓ ପୋଲିସ କର୍ମଚାରୀ ପୋଷ୍ଟାଲ ବାଲାଟ ମାଧ୍ୟମରେ ନିଜ ନିଜର ମତଦାନ କରିଛନ୍ତି । ପରେ ଆଜି ଠାରୁ ଜିଲ୍ଲା ସଦରମହକୁମା କଲେଜ ଠାରୁ ବିଭିନ୍ନ ପୋଲିଂ ବୁଥ ଅଭିମୁଖେ ନିର୍ବାଚନରେ ନିୟୋଜିତ କର୍ମଚାରୀ ମାନେ ବାହାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ.....କେନ୍ଦ୍ରାପଡା ନିର୍ବାଚନ; ପ୍ରସ୍ତୁତି ଶେଷ, ମଇଦାନରେ 50 ପ୍ରାର୍ଥୀ - Kendrapara Collector Review Meeting

ସେପଟେ ସ୍ବଚ୍ଛ, ଅବାଧ ତଥା ଭୟମୁକ୍ତ ମତଦାନ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ଏସପି ସୂଚନା ଦେଇଛନ୍ତି । ବୌଦ୍ଧରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ନେଇ ନିର୍ବାଚନ ପର୍ଯ୍ୟବେକ୍ଷକ ସୂଚନା ଦେଇଛନ୍ତି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ସମୁଦାୟ ୧୬୯୦୨୭ ଜଣ ମତଦାତା ସେମାନଙ୍କ ପ୍ରାର୍ଥୀ ଚୟନ କରିବାକୁ ଥିବାବେଳେ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ସମୁଦାୟ ୧୬୬୪୬୧ ଜଣ ମତଦାନ କରିବେ ବୋଲି ସୂଚନା ମିଳିଛି । ତେବେ ଦେଖିବାକୁ ବାକି ରହିଲା ବୌଦ୍ଧବାସୀ କାହା ଉପରେ ଭରସା କରୁଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.