ETV Bharat / state

ତୁଟୁନି ଜମି ଅଧିଗ୍ରହଣ ବିବାଦ, ଝୁଲୁଛି କୋରାପୁଟ ବାଇପାସ୍ ଭାଗ୍ୟ - କୋରାପୁଟ ସହର ବାଇପାସ ରାସ୍ତା

Koraput Bypass road construction issue: କୋରାପୁଟ ସହର ବାଇପାସ ରାସ୍ତା ନିର୍ମାଣକୁ ନେଇ ତୁଟୁନି ବିବାଦ । ଜମି ମୂଲ୍ୟ ନିର୍ଦ୍ଧାରଣକୁ ନେଇ ବିବାଦ ଦେଖାଯାଇଥିବା ବେଳେ କେବେ ଏହି ରାସ୍ତା ନିର୍ମାଣ ଶେଷ ହେବ ସେନେଇ ପ୍ରଶ୍ନ ଉଠିଛି । ଅଧିକ ପଢନ୍ତୁ

Koraput Bypass road construction issue
ଝୁଲୁଛି କୋରାପୁଟ ବାଇପାସର ଭାଗ୍ୟ
author img

By ETV Bharat Odisha Team

Published : Jan 27, 2024, 10:27 AM IST

ଝୁଲୁଛି କୋରାପୁଟ ବାଇପାସର ଭାଗ୍ୟ

କୋରାପୁଟ: କୋରାପୁଟ ସହରରେ ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ କେଁ ଦେଖା ଦେଇଛି । ପୂର୍ବରୁ ଜାଗା ଚିହ୍ନଟ ଓ ଜମି ଅଧିଗ୍ରହଣ ପାଇଁ ଏହି ପ୍ରକଳ୍ପ ବିଳମ୍ୱ ହେଇଥିବା ବେଳେ ବର୍ତ୍ତମାନ ଏହି ଜମି ଗୁଡିକର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଏହି ପ୍ରକଳ୍ପର ଭାଗ୍ୟ ଅନଶ୍ଚିତତା ଭିତରକୁ ଠେଲି ହୋଇ ଯାଉଛି । ଅନ୍ୟପକ୍ଷରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ସାଧାରଣରେ ଦାବି ଉଠିଛି ।

କୋରାପୁଟ ସହରରେ ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟ ଦୀର୍ଘ ଦିନରୁ ଆରମ୍ଭ ହୋଇ ଥିଲେ ମଧ୍ୟ ରେଳ ବିଭାଗର କିଛି ଜାଗା ଅଧିଗ୍ରହଣ ହୋଇପାରି ନଥିବାରୁ ରାସ୍ତା ନିର୍ମାଣରେ ସମସ୍ୟା ଉପୁଜିଥିଲା । ବାଇପାସ୍ ରାସ୍ତା ନିର୍ମାଣରେ ରେଳ ବିଭାଗର କିଛି ଜମି ରହିଥିଲା ଯାହାକୁ ମଞ୍ଜୁର ଦେଇନଥିଲା ରେଳ ବିଭାଗ । ଏହି ସମସ୍ୟାକୁ ନେଇ ବାରମ୍ବାର ରେଳ ବିଭାଗ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ସେଗୁଡିକ ଫେଲ ମାରିଥିଲା ।

ଏହାରି ମଧ୍ୟରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କୋରାପୁଟ ଗସ୍ତରେ ଆସିଥିବା ସମୟରେ ବାଇପାସ୍ ନିର୍ମାଣ ପାଇଁ ଆବଶ୍ୟକ ଜମି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାସହ ରେଳ ବିଭାଗର ଅଧିକାରୀଙ୍କୁ ଜମି ହସ୍ତାନ୍ତର ପ୍ରକିୟା ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଜାତୀୟ ରାଜପଥ ବିଭାଗର ସୁନାବେଡା଼ ଡିଭିଜନ ପକ୍ଷରୁ ଏକ ଜନ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ତିନିଟି ଡିଜାଇନ୍ ମଧ୍ୟରୁ ଏକ ଡିଜାଇନକୁ ଅନୁମୋଦନ ମିଳିଥିଲା । ଏହି ରାସ୍ତାର ଲମ୍ବ ୩.୮ କିମି ରହିଥିବା ବେଳେ ଏହି ପ୍ରକଳ୍ପର ଅଟକଳ ପ୍ରାୟ ୭୫ କୋଟି ଆକଳନ କରାଯାଇଛି । କୋରାପୁଟ ସହର ଉପକଣ୍ଠସ୍ଥ ମାଛରା ନିକଟରୁ ଏହି ବାଇପାସ ରାସ୍ତା ଆରମ୍ଭ ହୋଇ ରେଳ ଷ୍ଟେସନ ଛକ ତଥା ମହିଳା ମହାବିଦ୍ୟାଳୟ ପର୍ଯ୍ୟନ୍ତ ରହିବ । ଏଥିପାଇଁ କୁମ୍ଭା, କହ୍ନେଇପୁଟ ଓ କୋରାପୁଟର କିଛି ଜମି ଅଧିଗ୍ରହଣ କରାଯିବ । ଏହି ଜମି ଗୁଡ଼ିକର ମୂଲ୍ୟ ନିର୍ଧାରଣ କରି କୋରାପୁଟ ତହସିଲ୍ ପକ୍ଷରୁ ଜାତୀୟ ରାଜପଥ ବିଭାଗକୁ ଅବଗତ କରାଯାଇଛି । ହେଲେ ଏହି ମୂଲ୍ୟକୁ ନେଇ ଏବେ ରାଜ୍ୟ ସରକାର ଓ ଜନ ପ୍ରତିନିଧି ତପ୍ତର ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ ।ଯଥାଶୀଘ୍ର ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି ଉଠିଛି ।

ଏହାମଧ୍ୟ ପଢନ୍ତୁ.. ନଭେମ୍ବରରେ ରାସ୍ତା ଚିନ୍ତା, କାମ ନକରି ବିଲ ନେଇ ଛୁ ଠିକାଦାର !

ଅନ୍ୟପଟେ ଏନେଇ ଜିଲ୍ଲାପାଳ ଅବଦଲ ଅଖତର କହିଛନ୍ତି, "ଏହି ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ଥିବା ଜମି ଜବରଦଖଲ କରାଯିବ । ରେଳ ବିଭାଗ ଜାଗା ହସ୍ତାନ୍ତର କରି ସାରିଥିବା ବେଳେ ଏଠାରେ ବର୍ତ୍ତମାନ ଘରୋଇ ଜାଗା ହିଁ ରହିଛି । ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗର ମୁଖ୍ୟ ଅନୁସାରେ କେନ୍ଦ୍ର ଜାତୀୟ ରାଜପଥ ବିଭାଗକୁ ତଥ୍ୟ ପ୍ରଦାନ କରାଯାଇଛି । ହେଲେ ଜମିର ମୂଲ୍ୟକୁ ନେଇ ମନ୍ତ୍ରାଳୟ ସହମତ ନୁହେଁ । ଏଥିପାଇଁ କୌଣସି ଅନୁଦାନ କିମ୍ବା ଅନୁମତି ମିଳୁନାହିଁ । ଫଳରେ ଏହି ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ ହୋଇ ପାରୁ ନାହିଁ ।"

ଜିଲ୍ଲାପାଳ କହିଛନ୍ତି, "ଆଗକୁ ଭାରତମାଲା ପ୍ରକଳ୍ପ ( ଛତିଶଗଡ଼ରୁ ଆନ୍ଧ୍ର ରାସ୍ତା ) ଏବଂ ବିଜୁ ଏକ୍ସପ୍ରେସ ( ଜୟପୁରରୁ ବ୍ରହ୍ମପୁର ରାସ୍ତା ) କାର୍ଯ୍ୟକ୍ଷମ ହେଲେ କୋରାପୁଟ ସହରରେ ଟ୍ରାଫିକ ଯନ୍ତ୍ରଣା କମିବ । ତେବେ କେନ୍ଦ୍ର ଜାତୀୟ ରାଜପଥ ବିଭାଗର ମୂଲ୍ୟକୁ ନେଇ ଅସହମତି ସମ୍ପର୍କରେ ପୁନଃ ଏକ ରିପୋର୍ଟ ପ୍ରଦାନ କରାଯାଇଛି । ସହମତି ଆସିଲେ କାର୍ଯ୍ୟ ଆରମ୍ଭ ହୋଇ ପାରିବ ।" ଅନ୍ୟପଟେ କୋରାପୁଟ ସାଂସଦ ସପ୍ତଗୀରି ଉଲାକା କହିଛନ୍ତି ଯେ, ବିଭିନ୍ନ ସମୟରେ ଏହି ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ ପାଇଁ ଦାବି ଉଠାଇଛନ୍ତି । ଏଥର ଶେଷ ଅଧିବେଶନରେ ଏହି ପ୍ରସଙ୍ଗ ଉଠାଯାଇ ମନ୍ତ୍ରୀଙ୍କୁ ଅବଗତ କରାଯିବ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.