ETV Bharat / state

ଢେଙ୍କାନାଳ ଲଜ୍ଜା: ପୀଡିତାଙ୍କୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା, ଡିଏନଏ ଟେଷ୍ଟ ପାଇଁ ଗଲା ଅଭିଯୁକ୍ତଙ୍କ ନମୂନା - Dhenkanal gangrape case

author img

By ETV Bharat Odisha Team

Published : Sep 10, 2024, 5:02 PM IST

Updated : Sep 10, 2024, 7:31 PM IST

Dhenkanal sexual assault: ଘଟଣାସ୍ଥଳ ପରିଦର୍ଶନ କରି ପୀଡିତାଙ୍କୁ ଭେଟିଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ତ୍ବରିତ ତଦନ୍ତ ପାଇଁ ଏସପିଙ୍କୁ ନିର୍ଦ୍ଦେଶ । ଆଉ ଜଣେ ଗିରଫ ସହ 5 ପହଞ୍ଚିଲା ଅଭିଯୁକ୍ତଙ୍କ ସଂଖ୍ୟା । ଡିଏନଏ ଟେଷ୍ଟ ପାଇଁ ଗଲା ନମୂନା । ଅଧିକ ପଢନ୍ତୁ

ଢେଙ୍କାନାଳ ଗଣଦୁଷ୍କର୍ମ ଘଟଣା: ସମସ୍ତ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର, ‘ଡିଏନଏ’ ଟେଷ୍ଟ ପାଇଁ ଗଲା ନମୂନା
ଢେଙ୍କାନାଳ ଗଣଦୁଷ୍କର୍ମ ଘଟଣା: ସମସ୍ତ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର, ‘ଡିଏନଏ’ ଟେଷ୍ଟ ପାଇଁ ଗଲା ନମୂନା (ETV Bharat Odisha)

ଢ଼େଙ୍କାନାଳ: ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ଅଞ୍ଚଳରେ ଜଣେ ଅସହାୟା ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୀଡିତାଙ୍କୁ ଭେଟିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା । ଉଦ୍ଧାର ହୋଇ ସଖୀ କେନ୍ଦ୍ରରେ ଥିବା ଉଭୟ ପୀଡିତା ଓ ତାଙ୍କ ମାନସିକ ଭିନ୍ନକ୍ଷମ ବାପାଙ୍କୁ ଆଜି କମିଶନ ଅଧ୍ୟକ୍ଷାଙ୍କ ନେତୃତ୍ବାଧୀନ ଟିମ୍‌ ଭେଟିଛି । ଏହା ସହ ଅଧ୍ୟକ୍ଷା ସ୍ଥାନୀୟ ଏସପିଙ୍କୁ ମଧ୍ୟ ଭେଟି ତଦନ୍ତ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଫଳରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା 5ରେ ପହଞ୍ଚିଛି ।

ଢେଙ୍କାନାଳ ଲଜ୍ଜା: ପୀଡିତାଙ୍କୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷ, ସେପଟେ ଡିଏନଏ ଟେଷ୍ଟ ପାଇଁ ଗଲା ଅଭିଯୁକ୍ତଙ୍କ ନମୂନା (ETV Bharat Odisha)
  • ପୀଡିତାଙ୍କୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା :-

ଘଟଣାଟି ଅତ୍ୟନ୍ତ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଆଜି ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଡ଼ଃ ମିନତୀ ବେହେରା ନିଜେ ଢେଙ୍କାନାଳ ଗସ୍ତ କରି ପୀଡିତାଙ୍କ ସହ ଆଲୋଚନା କରିଛନ୍ତି । କମିଶନ ଅଧ୍ୟକ୍ଷାଙ୍କ ସହ ସଦସ୍ୟ ଲ’ ଅଫିସର ଅରବିନ୍ଦ ପଟ୍ଟନାୟକ ଓ ଇନ୍ସପେକ୍ଟର ସସ୍ମିତା ଦାଶ ଢେଙ୍କାନାଳ ଯାଇ ସଖୀ କେନ୍ଦ୍ରରେ ଥିବା ପୀଡିତା ଓ ତାଙ୍କର ମାନସିକ ଭିନ୍ନକ୍ଷମ ବାପାଙ୍କୁ ଭେଟି ଆଶ୍ୱାସନା ଦେଇଛନ୍ତି । ପରେ ଏହି ଟିମ୍‌ ଢେଙ୍କାନାଳ ଏସପିଙ୍କୁ ସାକ୍ଷାତ କରି ତଦନ୍ତ ସମ୍ପର୍କରେ ମଧ୍ୟ ସମୀକ୍ଷା କରିଛି ।

ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଆୟୋଗ ଅଧ୍ୟକ୍ଷା ମୀନତି ବେହେରା କହିଛନ୍ତି,‘‘ଘଟଣାର କିପରି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ ହେବ । ଯଥାଶୀଘ୍ର ପୀଡିତାଙ୍କୁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ମିଳିବ ଓ ମାମଲା ପରିଚାଳନାଠାରୁ ଆରମ୍ଭ କରି ଥଇଥାନ ପର୍ଯ୍ୟନ୍ତ ଖୁବ ଶୀଘ୍ର କରାଯାଇ ପାରିବ ସେ ଦିଗରେ ଢେଙ୍କାନାଳ ଏସପିଙ୍କୁ ନିର୍ଦ୍ଦେଶ ଦେଇଛି ।’’

  • ଡିଏନଏ ଟେଷ୍ଟ ପାଇଁ ଗଲା ନମୂନା:

ଗିରଫ 4 ଅଭିଯୁକ୍ତଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇ ଡାକ୍ତରୀ ମାଇନା କରିଛି ପୁଲିସ । ଅପରପକ୍ଷରେ ପୀଡିତା ୭ମାସ ଗର୍ଭବତୀ ଥିବାରୁ ଅଭିଯୁକ୍ତମାନଙ୍କ DNA ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଇଛି । ପୀଡିତା ଯୁବତୀଙ୍କ ଅଭିଯୋଗକୁ ଆଧାର କରି ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଭାରତୀୟ ନ୍ୟାୟ ସଂହିତାର ଦଫା 450, 376-2(n), 376(d) ରେ ଅଭିଯୁକ୍ତ ମହୁଲପୁଞ୍ଜି ଗ୍ରାମର ବାବୁଲି ନାୟକ, ବିରଞ୍ଚି ମହାରଣା, ଅବିନାଶ ପରିଡା ଓ ଜୀବନ ପରିଡାଙ୍କୁ ଗତକାଲି (ସୋମବାର) ସନ୍ଧ୍ୟାରେ ପୁଲିସ କୋର୍ଟ ଚାଲାଣ କରିଥିଲା । ମାତ୍ର ଅଭିଯୁକ୍ତମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

  • 5ରେ ପହଞ୍ଚିଲା ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା:-

ପୀଡ଼ିତାଙ୍କ ବୟାନକୁ ଆଧାର କରି ଏହି ଗଣଦୁଷ୍କର୍ମ ଘଟଣାରେ ୭ଜଣ ଅଭିଯୁକ୍ତଙ୍କ ଭିତରୁ ୪ ଗିରଫ ହୋଇଥିବା ବେଳେ ଆଜି ଅନ୍ୟ ଜଣେ ଫେରାର ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ଭାପୁର ଫାଣ୍ଡି ମହୁଲପୁଞ୍ଜି ଗ୍ରାମର କାଠିଆ ମହାରଣା ବୋଲି ଜଣାପଡିଛି । ଫଳରେ ଏହି ଗଣଦୁଷ୍କର୍ମ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ଏବେ ମଧ୍ୟ ଆଉ ଜଣେ ଫେରାର ରହିଛି । ପୁଲିସ ତଦନ୍ତରୁ ଏହି ଘଟଣାରେ ୬ରୁ ୭ଜଣ ସମ୍ପୃକ୍ତ ଥିବା ଜଣାପଡ଼ିଥିବା ବେଳେ ଜଣେ ଅଭିଯୁକ୍ତର ଗତ ଦେଢ଼ ମାସ ତଣେ ମୃତ୍ୟୁ ଘଟିଥିବା ଜଣାପଡିଛି । ଏହି ଘଟଣାର ସମ୍ବେଦନଶୀଳତାକୁ ଉପଲବ୍ଧି କରି ଉପମୁଖ୍ୟମନ୍ତ୍ରୀ ତଥା ମାହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ଢେଙ୍କାନାଳ ଏସପିଙ୍କୁ ଫୋନ ଯୋଗେ ପଚାରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଖବରପାଇ ତାଙ୍କୁ ଉଦ୍ଧାର କରାଯାଇ ସଖୀ କେନ୍ଦ୍ରରେ ରଖାଯାଇଛି ଓ ନିୟମାନୁଯାୟୀ କାଉନସିଲିଂ ଜାରି ରହିଛି ।

  • ପରିତ୍ୟକ୍ତ ଅଙ୍ଗନାଓ୍ବାଡି ଗୃହରେ ଭିନ୍ନକ୍ଷମ ବାପାଙ୍କ ସହ ଆଶ୍ରୟ ନେଇଥିଲେ ପୀଡିତା

ପ୍ରକାଶ ଥାଉକି, ପୀଡିତାଙ୍କ ବାପା ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ଅଞ୍ଚଳରେ ନିଜ ଶ୍ୱଶୁର ଘରେ ରହିଆସୁଥିଲେ । ମାତ୍ର ପୀଡିତାଙ୍କ ମା’ଙ୍କ ପରଲୋକ ପରେ ସମ୍ପର୍କୀୟଙ୍କ ସହ ଜମିବାଡି ବିବାଦକୁ ନେଇ ତାଙ୍କର ମାନସିକ ସମସ୍ୟା ଦେଖାଯାଇଥିଲା । ଏହାର ସୁଯୋଗରେ ସମ୍ପର୍କୀୟମାନେ ତାଙ୍କର ଘରବାଡ଼ି ଓ ଜମିଜମା ହଡପ କରିନେଇଥବା ବେଳେ ଉଭୟ ବାପ-ଝିଅ ଗାଁର ଏକ ପରିତ୍ୟକ୍ତ ପରିତ୍ୟକ୍ତ ଅଙ୍ଗନୱାଡି କେନ୍ଦ୍ରର ଏକ ଭଙ୍ଗା କୋଠରୀରେ ଆଶ୍ରୟ ନେଇଥିଲେ । ମାନସିକ ଭିନ୍ନକ୍ଷମ ବାପା ଓ ଯୁବତୀଙ୍କର ଅସହାୟତାର ସୁଯୋଗ ନେଇ ଅଭିଯୁକ୍ତମାନେ ଏହି ଅମାନବୀୟ କାଣ୍ଡ ଘଟଣାଇବାକୁ ପଛାଇନଥିଲେ ।

ଏହା ମଧ୍ୟ ପଢନ୍ତୁ:- ଯୁବତୀଙ୍କୁ ମାସ ମାସ ଧରି ଗଣଦୁଷ୍କର୍ମ କରୁଥିଲେ ୭ ଜଣ ଯୁବକ, ପୀଡିତା ୭ ମାସର ଗର୍ଭବତୀ - Woman Gang Raped

ଏହା ମଧ୍ୟ ପଢନ୍ତୁ :- ଏହା ମଧ୍ୟ ପଢନ୍ତୁ:- ଯୁବତୀଙ୍କୁ ମାସ ମାସ ଧରି ଗଣଦୁଷ୍କର୍ମ କରୁଥିଲେ ୭ ଜଣ ଯୁବକ, ପୀଡିତା ୭ ମାସର ଗର୍ଭବତୀ - Woman Gang Raped

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 10, 2024, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.