ETV Bharat / state

ଅକ୍ଷିମୁଠି ଅନୁକୂଳ କଲେ ଧର୍ମେନ୍ଦ୍ର, କହିଲେ ବିଜେଡି ଜାରି କରିଥିବା ନିର୍ବାଚନୀ ଇସ୍ତାହାର ଲୋକ ଦେଖାଣିଆ - Akshi Muthi Ritual by Dharmendra

author img

By ETV Bharat Odisha Team

Published : May 10, 2024, 10:19 PM IST

Akhaya Tritiya Rituals: ସମ୍ବଲପୁରରେ ଚାଷୀମାନଙ୍କ ସହ ମିଶି ଅକ୍ଷିମୁଠି ଅନୁକୂଳ କଲେ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ବିଜେଡି ଇସ୍ତାହାରକୁ ନେଇ କଲେ ଟାର୍ଗେଟ । ଅଧି ପଢ଼ନ୍ତୁ

ଅକ୍ଷିମୁଠି ଅନୁକୂଳ କଲେ ଧର୍ମେନ୍ଦ୍ର, କହିଲେ ବିଜେଡି ଜାରି କରିଥିବା ନିର୍ବାଚନୀ ଇସ୍ତାହାର ଲୋକ ଦେଖାଣିଆ
ଅକ୍ଷିମୁଠି ଅନୁକୂଳ କଲେ ଧର୍ମେନ୍ଦ୍ର, କହିଲେ ବିଜେଡି ଜାରି କରିଥିବା ନିର୍ବାଚନୀ ଇସ୍ତାହାର ଲୋକ ଦେଖାଣିଆ (ETV Bharat Odisha)

ସମ୍ବଲପୁର: କୃଷିଭିତ୍ତିକ ପର୍ବ ‘ଅକ୍ଷୟ ତୃତୀୟା’ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ହୀରାକୁଦର ସାପଲହରା ଗାଁରେ ଚାଷୀଙ୍କ ସହ ମିଶି ଅକ୍ଷିମୁଠି ଅନୁକୂଳ କରିବା ସହ ଧାନ ବୁଣିଛନ୍ତି । ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ସମେତ ଦେଶର ଚାଷୀମାନଙ୍କୁ ‘ଅକ୍ଷୟ ତୃତୀୟା’ର ଶୁଭେଚ୍ଛା ଜଣାଇଛନ୍ତି ଧର୍ମେନ୍ଦ୍ର । ଏହାସହ ବିଜେଡି ଜାରି କରିଥିବା ଇସ୍ତାହାରକୁ ନେଇ ଧର୍ମେନ୍ଦ୍ର ଟାର୍ଗେଟ କରିବା ସହ ଏହା ବିଜେଡିର ଲୋକ ଦେଖାଣିଆ ବୋଲିି କହିଛନ୍ତି ।

ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା ରଖିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, "ବିଜେଡି ଜାରି କରିଥିବା ନିର୍ବାଚନୀ ଇସ୍ତାହାରରେ କୌଣସି ନୂତନତ୍ୱ ନାହିଁ । ଗୁଡ଼ାଏ ଜିନିଷରେ ବିଜେପିର ଇସ୍ତାହାରକୁ କପି କରିବାର ଚେଷ୍ଟା କରାଯାଇଛି । ବିଜେଡିର ଇସ୍ତାହାରରେ ଅନେକ ଗୁଡ଼ିଏ ବିଷୟରେ ବାରମ୍ବାର ପ୍ରତିଶ୍ରୁତି ଦିଆଯାଇଛି । ଇସ୍ତାହାରରେ କୌଣସି ନୂଆ କଥା ନାହିଁ । ୨ ଲକ୍ଷ ଚାକରି ଦେବା କଥା ଇସ୍ତାହାରରେ କହିଛନ୍ତି । ୨୪ ବର୍ଷ ସରକାରରେ ରହିବା ପରେ ଏ ଯାଏଁ କାହିଁକି ରୋଜଗାର ଦେଲେନି ? ରାଜ୍ୟରେ ୧ ଲକ୍ଷ ସରକାରୀ ପଦବୀ ଖାଲି ଥିବା କଥା ବିଧାନସଭାରେ ସରକାରଙ୍କ ମନ୍ତ୍ରୀ ଉତ୍ତର ରଖିଛନ୍ତି । ଏସବୁ ପଦବୀ ପୂରଣ କରିବାକୁ କିଏ ମନା କରିଥିଲା ? ସରକାରୀ ପଦବୀ ପୂରଣ ନ କରି ଏବେ ଚାକିରି ଦେବି ବୋଲି କହିବା ପ୍ରହସନ ବ୍ୟତୀତ ଅନ୍ୟ କିଛି ନୁହଁ ।"

ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି, "ଯୁବକମାନଙ୍କ ପାଇଁ ବଜେଟ୍ ଆଣିବା କଥା ବିଜେଡି ଇସ୍ତାହାରରେ କୁହାଯାଇଛି । ଏହା ପୂର୍ବରୁ ମହିଳା ବଜେଟ୍ ଓ କୃଷି ବଜେଟ୍ ଆଣିଥିଲେ । ରାଜ୍ୟରେ ଜଳସେଚନର ସୁବିଧା ନଥିବା ବେଳେ ଶୀତଳ ଭଣ୍ଡାର ନାହିଁ । ଚାଷୀଙ୍କୁ ସାମାନ୍ୟତମ ସୁବିଧା ମିଳିପାରୁନାହିଁ । ଏନସିଆରବିର ତଥ୍ୟ ଦେଖିଲେ ଓଡ଼ିଶାରେ ହିଁ ମହିଳାମାନେ ସବୁଠାରୁ ଖରାପ ଅବସ୍ଥାରେ ଅଛନ୍ତି । ବିଜେଡିର ଘୋଷଣା ଗୁଡ଼ିକ କେବଳ ଲୋକ ଦେଖାଣିଆ । ଓଡ଼ିଶାର ବିକାଶ ସହ କିଛି ସମ୍ପର୍କ ନାହିଁ ।"

ଅକ୍ଷୟ ତୃତୀୟାକୁ ନେଇ ଚାଷୀମାନଙ୍କୁ ଶୁଭେଚ୍ଛା ଜଣାଇ ଧର୍ମେନ୍ଦ୍ର କହିଛନ୍ତି, "ଓଡ଼ିଆ ପରମ୍ପରାରେ ଆଜି ଦିନଟି ଓଡ଼ିଆଙ୍କ ପାଇଁ ଏବଂ ଚାଷୀ ଭାଇଙ୍କ ପାଇଁ ଏକ ଶୁଭଦିନ । ଆଜିର ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ତିଆରି କାମ ଆରମ୍ଭ ହେଉଛି । ଶୀତଳ ଷଷ୍ଠୀର ଆଦ୍ୟପର୍ବ ଥାଳ ଉଠା କାର୍ଯ୍ୟକ୍ରମ ମଧ୍ୟ ଆଜି ଠାରୁ ଆରମ୍ଭ ହୋଇଛି । ଏହି ପବିତ୍ର ଦିନରେ ଅକ୍ଷିମୁଠି ଅନୁକୂଳ କରିବାର ସୌଭାଗ୍ୟ ପାଇଥିବାରୁ ମୁଁ ଖୁସି । ଆମ ରାଜ୍ୟ ଓଡ଼ିଶା ଏକ କୃଷି ଆଧାରିତ ରାଜ୍ୟ । ଆଗାମୀ ଦିନମାନଙ୍କରେ ଆମ ରାଜ୍ୟ ଓଡ଼ିଶା ଦେଶରେ ଏକ ନମ୍ବର ହେଉ, ପ୍ରଗତି ପଥରେ ଯାଉ, ଚାଷୀ ଭାଇଙ୍କର ଜମିରେ ଭଲ ଫସଲ ହେଉ, ଓଡ଼ିଆ ଲୋକଙ୍କ ଜୀବନ ସୁଖମୟ ହେଉ, ଏହା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ସମଲେଇଙ୍କ ପାଖରେ ପ୍ରାର୍ଥନା କରୁଛି । ଆମ ଦେଶ ଅର୍ଥନୀତିର ମେରୁଦଣ୍ଡ ତଥା ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଗୁରୁ ଦାୟିତ୍ୱ ବହନ କରୁଥିବା ଚାଷୀ ଭାଇମାନଙ୍କର କଲ୍ୟାଣ ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛି ।"

ଏହା ମଧ୍ୟ ପଢ଼ନ୍ତୁ...ସମ୍ବଲପୁରରେ ବିଜେଡି ଉପରେ ବର୍ଷିଲେ ଧର୍ମେନ୍ଦ୍ର, ପଚାରିଲେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ? - Dharmendra Slams BJD

ଏହି ଅବସରରରେ କେନ୍ଦ୍ରମନ୍ତ୍ରୀ ଶରଧାପାଲି ଠାରେ ପଦଯାତ୍ରାରେ ସାମିଲ ହୋଇ ସ୍ଥାନୀୟ ଅଞ୍ଚଳର ମାତୃଶକ୍ତି, ଗୁରୁଜନ ଓ ଯୁବବନ୍ଧୁଙ୍କୁ ଭେଟି ଦେଶରେ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ସହ ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପାଇଁ ପଦ୍ମଫୁଲରେ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ । ସେହିପରି ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ଅବସରରେ ସମ୍ବଲପୁରରେ 'ହରି ଓମ୍ ବାବା ଗୋଶାଳା' ପରିସରରେ ଗୋମାତାଙ୍କ ସେବା କରିବା ସହ ପ୍ରଭୁ ପର୍ଶୁରାମଙ୍କ ପୂଜାର୍ଚ୍ଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟ ନାରାୟଣ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.