ETV Bharat / state

ରାଜ୍ୟ ପୋଲିସ ଡ୍ୟୁଟି ମିଟ ଆରମ୍ଭ, DGP ଦେଲେ ସଫଳତାର ସୂତ୍ର - POLICE DUTY MEET

ରାଜ୍ୟ ପୋଲିସ୍ ବାହିନୀର ୬୯ତମ ବୃତ୍ତିଗତ ପ୍ରତିଯୋଗିତା ଆଜି ଠାରୁ ଆରମ୍ଭ ହୋଇଛି । ଚାରି ଦିନ ଧରି ହେବାକୁ ଥିବା ଏହି ବୃତ୍ତିଗତ ପ୍ରତିଯୋଗିତା କଟକରେ ଆୟୋଜିତ ହେଉଛି ।

POLICE DUTY MEET
POLICE DUTY MEET (ETV BHARAT ODISHA)
author img

By ETV Bharat Odisha Team

Published : Dec 13, 2024, 3:27 PM IST

କଟକ: ସର୍ବ ଭାରତୀୟ ପୋଲିସ ଡ୍ୟୁଟି ମିଟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା ପୋଲିସ । ଏନେଇ ଆଜି ଠାରୁ ଆରମ୍ଭ ହୋଇଯାଇଛି ରାଜ୍ୟ ପୋଲିସ ବାହିନୀର ୬୯ତମ ପୋଲିସ ଡ୍ୟୁଟି ମିଟ ବା ବୃତ୍ତିଗତ ପ୍ରତିଯୋଗିତା । କଟକରେ ଆୟୋଜିତ ହୋଇଥିବା ଚାରି ଦିନିଆ ଏହି ବୃତ୍ତିଗତ ପ୍ରତିଯୋଗିତାରେ ରାଜ୍ୟ ପୋଲିସର ବାହିନୀର ୩୭ଟି ଟିମ ଭାଗ ନେଇଛନ୍ତି । ଜିଲ୍ଲା ପୋଲିସ, କ୍ରାଇମ୍‌ବ୍ରାଞ୍ଚ୍, ଜିଆର୍‌ପି, ଏସ୍‌ଟିଏଫ୍ ବିଭିନ୍ନ ସଂସ୍ଥାର ଅଧିକାରୀମାନେ ସାମିଲ ହୋଇଛନ୍ତି ।

ବୃତ୍ତିଗତ ପ୍ରତିଯୋଗିତା:

ଅପରାଧ ତଦନ୍ତ, ସାଇଣ୍ଟିଫିକ୍ ତଦନ୍ତ, ସାଇବର ଅପରାଧ, ଆଙ୍ଗୁଳି ଛାପ, ସ୍ବାନ୍, ଲିଫ୍‌ଟିଙ୍ଗ, ପ୍ୟାକିଂ ଆଦି ବୃତ୍ତିଗତ ସ୍ତରରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । କ୍ରାଇମ୍‌ବ୍ରାଞ୍ଚର ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତା ପରିଚାଳନା ଲାଗି ଅଭିଜ୍ଞ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଏହି ପ୍ରତିଯୋଗିତାରୁ ଗୋଟିଏ ଟିମ ଚୟନ ହେବ ଯିଏ କି ଆଗାମୀ ଦିନରେ ହେବାକୁ ଥିବା ସର୍ବ ଭାରତୀୟ ପୋଲିସ ଡ୍ୟୁଟି ମିଟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବ । ଡିଜିପି ୱାଇବି ଖୁରାନିଆ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।

ପ୍ରତିଯୋଗିତା ଦ୍ବାରା ତଦନ୍ତ କୌଶଳ ଶାଣିତ ହେବ:

POLICE DUTY MEET
POLICE DUTY MEET (ETV BHARAT ODISHA)

ଉଦଘାଟନୀ ଅବସରରେ ସେ କହିଛନ୍ତି, ''ଓଡିଶା ପୋଲିସର ମୂଳ ଲକ୍ଷ୍ୟ ହେଉଛି ଅପରାଧ ଦମନ । ବର୍ତ୍ତମାନ ସମୟରେ ପୋଲିସ କର୍ମଚାରୀଙ୍କୁ ସବୁ ଦିଗରେ ଦକ୍ଷତାବାନ କରାଇବା ଓ ସେମାନଙ୍କ ମଧ୍ୟରେ ବୈଜ୍ଞାନିକ ପଦ୍ଧତିରେ ତଦନ୍ତ କରିବାର ଇଚ୍ଛାକୁ ଜାଗ୍ରତ କରିବା ପରେ ଅପରାଧ ଓ ଅପରାଧୀଙ୍କୁ ଦମନ କରିବାରେ ସଫଳ ହୋଇଛି ଓଡି଼ଶା ପୋଲିସ । ଏହାସହ ମାଓ ଦମନ, ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ଓ ଡିଜିଟାଲ ଏଭିଡେନ୍ସ ପ୍ରକ୍ରିୟାରେ ସଫଳତା ହାସଲ କରିଛି ପୋଲିସ । ଏଭଳି ପ୍ରତିଯୋଗିତା ଦ୍ବାରା ତଦନ୍ତ କୌଶଳ ଶାଣିତ ହୋଇଥାଏ । ନୂଆ ଆଇନରେ ସାଇଣ୍ଟିଫିକ ତଦନ୍ତ ଉପରେ ଗୁରୁତ୍ବ ଦିଆୟାଇଛି । ଯେଉଁ କର୍ମୀ ମାନେ ଥାନା ଫାଣ୍ଡିରେ ଅଛନ୍ତି, ସେମାନଙ୍କ ଅଭିଜ୍ଞତା ଓ ଜ୍ଞାନକୌଶଳରେ ଉନ୍ନତି ଆଣିବା ପାଇଁ ଚେଷ୍ଟା ଆରମ୍ଭ ହୋଇଛି । ଏଥର ଯେଉଁ ପୋଲିସ ଡ୍ୟୁଟି ମିଟ ହେଉଛି ଆମେ ଜାଣିବାକୁ ଚେଷ୍ଟା କରିବୁ ଜ୍ଞାନ କୌଶଳ କେତେ ଏମାନେ ହାସଲ କରିଛନ୍ତି ।''

ଏହା ମଧ୍ୟ ପଢନ୍ତୁ-OPSରେ ସିଧା ସଳଖ ପଦୋନ୍ନତି, DSP ହେଲେ ଅତିରିକ୍ତ SP - OPS DSP PROMOTION AND TRANSFER

ଏହା ମଧ୍ୟ ପଢନ୍ତୁ-DG-IG ସମ୍ମିଳନୀ ଉଦଯାପିତ: ଫୋକସରେ AI, ସ୍ମାର୍ଟ ପୋଲିସିଂକୁ ମୋଦିଙ୍କ ଗୁରୁତ୍ବ - DG IG CONFERENCE

ଉଦ୍‌ଯାପନୀ ଦିବସରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ:

POLICE DUTY MEET
POLICE DUTY MEET (ETV BHARAT ODISHA)

ଏଵେ ଅପରାଧର ତରିକା ବଦଳି ଥିବାରୁ ତଦନ୍ତ ପ୍ରକ୍ରିୟା ଵଦଳିଵାର ଆଵଶ୍ୟକତା ରହିଛି‌ । ଅତ୍ୟାଧୁନିକ ଓ ଵୈଜ୍ଞାନିକ ତଦନ୍ତ କୌଶଳକୁ ଆପଣଉଛି ଓଡ଼ିଶା ପୋଲିସ ବୋଲି କହିଛନ୍ତି ଡିଜି। ଉଦ୍‌ଯାପନୀ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପୋଲିସ ଅଧିକାରୀମାନଙ୍କୁ ପୁରସ୍କୃତ ଓ ଟ୍ରଫି ପ୍ରଦାନ କରିବେ । ଏଥିଲାଗି ରାଜ୍ୟ ପୋଲିସ ବାହିନୀ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ପନ୍ନୁର ଭିଡିଓ ଧମକ ଘଟଣାରେ ତଦନ୍ତକାରୀ ଏଜେନ୍ସିର ସହଯୋଗ ନିଆଯାଉଛି:

ଏହାସହ ଗତ ଡିଜିପି ସମ୍ମିଳନୀରେ ଆତଙ୍କବାଦୀ ପନ୍ନୁର ଭିଡିଓ ଧମକ ଘଟଣାରେ ପୋଲିସ ଡିଜି ଓ୍ବାଇ.ବି ଖୁରାନିଆ ପ୍ରତିକ୍ରିୟାରେ କହିଛନ୍ତି, ''ଏହି ଘଟଣାର ତଦନ୍ତ ଚାଲିଛି, ଅନ୍ୟ ତଦନ୍ତକାରୀ ଏଜେନ୍ସିର ସହଯୋଗ ନିଆଯାଉଛି।'' ସେହିପରି ଭୁବନେଶ୍ବରରେ କଲ୍ ସେଣ୍ଟର ନାଁରେ ସାଇବର ଠକେଇ ଘଟଣାରେ, ଜନସାଧାରଣ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି । ଏହିଭଳି ଠକେଇରୁ ଲୋକେ ଦୂରେଇ ରୁହନ୍ତୁ। ଏହି ଘଟଣାରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ପୋଲିସ ଡିଜିପି ୱାଇବି ଖୁରାନିଆ ।

POLICE DUTY MEET
POLICE DUTY MEET (ETV BHARAT ODISHA)

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.