ETV Bharat / state

SCBରେ ଆହତଙ୍କୁ ଭେଟିଲେ ଅନୁ ଗର୍ଗ, 2 ଆହତ ଭେଣ୍ଟିଲେଟରରେ ଭର୍ତ୍ତି - Puri Cracker Tragedy

author img

By ETV Bharat Odisha Team

Published : May 30, 2024, 11:10 PM IST

Puri Cracker Tragedy: ଏସସିବି ମେଡିକାଲରେ ପହଞ୍ଚି ଆହତଙ୍କୁ ଭେଟିଲେ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ । 2 ଆହତ ଭେଣ୍ଟିଲେଟରରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି ।

Puri Cracker Tragedy
Puri Cracker Tragedy (ETV Bharat Odisha)

କଟକ: ପୁରୀ ବାଣ ବିସ୍ପୋରଣ ଘଟଣା । ଏସସିବି ମେଡିକାଲରେ ପହଞ୍ଚି ଆହତଙ୍କୁ ଭେଟିଲେ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ । ମେଡିକାଲ ଅଧୀକ୍ଷକ ଓ କୁଳ ସଚିବଙ୍କ ସହ ଆଲୋଚନା କରିବା ସହ ଆହତଙ୍କ ପରିବାରକୁ ଭେଟିଛନ୍ତି ଅନୁ ଗର୍ଗ । ଉନ୍ନୟନ କମିଶନର ଅନୁ ଗର୍ଗ କହିଛନ୍ତି, "ଏଭଳି ଘଟଣା ବେଶ ଦୁଃଖଦ । ଏସସିବି ମେଡିକାଲରେ ସମସ୍ତ ଆହତଙ୍କ ଚିକିତ୍ସା ଚାଲିଛି । ଡାକ୍ତରମାନେ ବହୁତ ତତ୍ପରତା ସହ ଚିକିତ୍ସା କରୁଛନ୍ତି । ବର୍ତ୍ତମାନ 4 ଜଣ ଆହତ ପ୍ଲାଷ୍ଟିକ ସର୍ଜରୀ ଆଇସିୟୁରେ ଚିକିତ୍ସା ହେଉଛନ୍ତି । ଏହାବ୍ୟତୀତ ଅନ୍ୟ 3 ଜଣ ସର୍ଜରୀ ବିଭାଗରେ ଭଲ ଅଛନ୍ତି ଓ ଚିକିତ୍ସା ଜାରି ରହିଛି ।"

ସେ ଆହୁରି କହିଛନ୍ତି, "ସେଥିମଧ୍ୟରୁ 2 ଆହତ ପ୍ଲାଷ୍ଟିକ ସର୍ଜରୀ ଭେଣ୍ଟିଲେଟରେ ରହିଛନ୍ତି । କାହିଁକି ନା ସେମାନେ ଗୁରୁତର ରହିଛନ୍ତି । 24 ଘଣ୍ଟିଆ ସ୍ପେଶାଲ ଡାକ୍ତରୀ ଟିମ ଏହି ଆହତ ମାନଙ୍କର ଚିକିତ୍ସା ଜାରି ରଖିଛନ୍ତି । ତେବେ ସୁସ୍ଥ ହେବା ପାଇଁ ସମୟ ଲାଗିବ । ସେନେଇ ଏସସିବି ପକ୍ଷରୁ ସମସ୍ତ ଚେଷ୍ଟା ଜାରି ରହିଥିବା କହିଛନ୍ତି ମେଡିକାଲ ଅଧିକ୍ଷକ ପ୍ରଫେସର ସୁଧାଂଶୁ ଶେଖର ମିଶ୍ର । ଯେଉଁ ୨ ଜଣ ଗୁରୁତର ଆହତ ପୂର୍ବରୁ ଆଇସିୟୁରେ ଥିଲେ ସେମାନଙ୍କ ଶରୀରର ଶତ ପ୍ରତିଶତ ପୋଡିଯାଇଛି ।"

ଏହା ବି ପଢନ୍ତୁ...ବାଣ ଟ୍ରାଜେଡି: ଘଟଣାସ୍ଥଳ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, ମେଡ଼ିକାଲରେ ଆହତଙ୍କୁ ଭେଟିଲେ - Src Pradeep Jena Meets Injured

ଏହା ବି ପଢନ୍ତୁ...ପୁରୀ ବାଣ ବିସ୍ଫୋରଣ ଘଟଣା: ସ୍ୱାସ୍ଥ୍ୟ ସେବା ଉପରେ ପ୍ରଶ୍ନ ଉଠାଇଲା ବିଜେପି - BJP Targets State Govt

ଏହା ବି ପଢନ୍ତୁ...ପଦାରେ ପଡିଲା ସରକାରଙ୍କ ଫମ୍ପା ଦମ୍ଭୋକ୍ତି; କ୍ୟାପିଟାଲ ହସ୍ପିଟାଲରେ ନାହିଁ ବର୍ଣ୍ଣ ସେଣ୍ଟର - NO BURN CENTRE

ଗୁରୁତର ଅବସ୍ଥାରେ ଥିବା ବ୍ୟକ୍ତିଙ୍କର ଚିକିତ୍ସା କରାଯାଉଥିବା ନେଇ ପ୍ଲାଷ୍ଟିକ ସର୍ଜରୀ ବିଭାଗର ବିଶେଷଜ୍ଞ ଡାକ୍ତର ସୂଚନା ଦେଇଥିଲେ। ଅନ୍ୟ ଜଣେ ଆହତଙ୍କ ଶରୀର ୫୦ରୁ ୬୦ ପ୍ରତିଶତ ପୋଡି ଥିବାବେଳେ ଆଉ କେତେକ ଆହତଙ୍କ ଶରୀର ୩୦ରୁ ୪୦ ପ୍ରତିଶତ ଜଳିଯାଇଥିବା ଏସସିବି ସୁପରିଟେଣ୍ଡେଣ୍ଟ ସୂଚନା ଦେଇଥଲେ। ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯାଉଥିବା କହିଛନ୍ତି ସୁପରିଟେଣ୍ଡେଣ୍ଟ। ଗତକାଲି (ବୁଧବାର) ଘଟିଥିଲା ଏହି ଲୋମ ଟାଙ୍କୁରା ଘଟଣା। ଏସସିବିକୁ 8 ଜଣ ଚିକିତ୍ସା ପାଇଁ ଆସିଥିଲାବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା। ବର୍ତ୍ତମାନ 7 ଜଣ ଏସସିବିରେ ଚିକିତ୍ସାଧୀନ ରହିଛନ୍ତି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.