ETV Bharat / state

ରାଜ୍ୟରେ ବଢୁଛି କ୍ରୀଡା ଭିତ୍ତିଭୂମି କମୁଛି କ୍ରୀଡାବିତଙ୍କ ସଂଖ୍ୟା, କାରଣ କହିଲେ ଦୂତୀ ଚାନ୍ଦ - Odia Player in Paris Olympics

author img

By ETV Bharat Odisha Team

Published : Jun 30, 2024, 6:21 PM IST

Odia Player in Paris Olympics: ଦିନ ଥିଲା ଓଡ଼ିଶାରୁ ଅନେକ ଖେଳାଳି ବିଭିନ୍ନ କ୍ରୀଡ଼ାରେ ଅନ୍ତର୍ଜାତୀୟସ୍ତରରେ ଭାରତର ପ୍ରତିନିଧିତ୍ବ କରୁଥିଲେ । ହେଲେ ଏଥର ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳରେ ଏକମାତ୍ର ଓଡ଼ିଆ ଭାବେ ସ୍ଥାନ ପାଇଛନ୍ତି ଅମିତ ରୋହିଦାସ । ରାଜ୍ୟରେ କ୍ରୀଡା ଭିତ୍ତିଭୂମି ବଢ଼ୁଥିଲେ ମଧ୍ୟ କାହିଁକି କମୁଛି କ୍ରୀଡ଼ାବିତ୍‌ଙ୍କ ସଂଖ୍ୟା ? ପଢ଼ନ୍ତୁ

Odia Player in Paris Olympics
Odia Player in Paris Olympics (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ବଢୁଛି କ୍ରୀଡା ଭିତ୍ତିଭୂମି, ମାତ୍ର କମିବାରେ ଲାଗିଛି କ୍ରୀଡ଼ାବିତଙ୍କ ସଂଖ୍ୟା । ପୂର୍ବରୁ ଥିବା ସରକାର ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆୟୋଜନ କରି ବାଃ ବାଃ ନେଉଥିବାବେଳେ ଅଲିମ୍ପିକ ହେଉ, କି ଦେଶର ବିଭିନ୍ନ ଖେଳରେ ଜାତୀୟ ଟିମରେ ସବୁଠି କମୁଛି ଓଡ଼ିଆଙ୍କ ସଂଖ୍ୟା । ପୂର୍ବ ସରକାର କହିଥିଲେ ଓଡିଶାକୁ କ୍ରୀଡାର ହବ୍‌ କରାଯିବ । ହେଲେ ଦିନକୁ ଦିନ ଓଡ଼ିଆଙ୍କ ସଂଖ୍ୟା କମିବାରେ ଲାଗିଛି । ଓଡ଼ିଶାର କ୍ରୀଡା ଭିତ୍ତିଭୂମିର ବିକାଶ ହେଉଛି, କିନ୍ତୁ କ୍ରୀଡାବିତଙ୍କ ସଂଖ୍ୟା କମୁଛି । ଅଲିମ୍ପିକ ସମେତ ଅନ୍ୟ କ୍ରୀଡାରେ ମଧ୍ୟ କମୁଛି ଓଡ଼ିଆଙ୍କ ଅଂଶଗ୍ରହଣ । କେଉଁଠି ରହୁଛି, ତ୍ରୁଟି ଏହା ଉପରେ ବଡ଼ ସମୀକ୍ଷା ହେବା ଆବଶ୍ୟକ ।

ଆସନ୍ତା ମାସରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଘୋଷଣା ହୋଇସାରିଛି ଭାରତୀୟ ହକି ଦଳ । ଅଲିମ୍ପିକ୍ସ ପାଇଁ ୧୬ ଜଣିଆ ହକି ଟିମ୍ ଘୋଷଣା ହୋଇଛି । ଦଳର ଅଧିନାୟକ ଭାବେ ଅଲିମ୍ପିକ୍ସରେ ଦାୟିତ୍ବ ସମ୍ଭାଳିବେ ହରମନପ୍ରୀତ ସିଂହ । ଏଥିସହ ହାର୍ଦ୍ଦିକ ସିଂହଙ୍କୁ ଦଳର ଉପ-ଅଧିନାୟକ ନିଯୁକ୍ତ କରାଯାଇଛି । ତେବେ ୧୬ ଜଣିଆ ଦଳରେ ଅମିତ ରୋହିଦାସ ଏକମାତ୍ର ଓଡିଆ ଭାବେ ସ୍ଥାନ ପାଇଛନ୍ତି । ହକି ଇଣ୍ଡିଆର ପ୍ରାୟୋଜକ ଓଡ଼ିଶା ରହିଥିବାବେଳେ କାହିଁକି ଜାତୀୟ ଦଳରେ କମୁଛି ଓଡିଆଙ୍କ ସଂଖ୍ୟା ? ତାହା ଏବେ ଏକ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି ।

ଅଲିମ୍ପିକ୍ସର ବିଗତ ତିନୋଟି ସଂସ୍କରଣକୁ ଦେଖିଲେ ଏଥିରେ ବି କମିଛି ଓଡ଼ିଆ କ୍ରୀଡ଼ାବିତଙ୍କ ସଂଖ୍ୟା । ଆଗକୁ ହେବାକୁ ଥିବା ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳରେ ଅମିତ ରୋହିଦାସ ସ୍ଥାନ ପାଇଥିବାବେଳେ ଜାଭେଲିନ ଥ୍ରୋ ଖେଳାଳି କିଶୋର ଅଲିମ୍ପିକ୍‌ ଯୋଗ୍ୟତା ହାସଲ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାଙ୍କ ନାମ ଘୋଷଣା ହୋଇନାହିଁ । ଏକଦା ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦଙ୍କ ପରି ଆଥଲେଟ୍‌ ଅଲିମ୍ପିକରେ ଅଂଶଗ୍ରହଣ କରୁଥିବାବେଳେ ଏବେ କାହଁକି ସେପରି ଆଥଲେଟ୍‌ ଆଉ ବାହାରୁନାହାନ୍ତି, ତାହା ମଧ୍ୟ ଏକ ବଡ ପ୍ରଶ୍ନ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ; 16 ଜଣିଆ ଟିମ୍ ଘୋଷଣା କଲା ହକି ଇଣ୍ଡିଆ, ଓଡ଼ିଆ ଖେଳାଳି ଅମିତ ସାମିଲ -Indian Hockey Squad

ସେପଟେ ଏହାକୁ ନେଇ ଦୂତୀ ଚାନ୍ଦ କହିଛନ୍ତି, "ଓଡ଼ିଶାର ପ୍ରାୟ ୮୦ ପ୍ରତିଶତ ଖେଳାଳି ରାଜ୍ୟ ବାହାରର । ରାଜ୍ୟରେ କ୍ରୀଡା ଭିତ୍ତିଭୂମି ନାଁରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି, ହେଲେ ନୂଆ ଖେଳାଳି ସୃଷ୍ଟି ହେଇ ପାରୁନାହାନ୍ତି । କ୍ରୀଡା ବିଭାଗକୁ ବେସରକାରୀ ସଂସ୍ଥା ଗୁଡ଼ିକ ହାତକୁ ଟେକି ଦିଆଯାଇଛି । ଓଡ଼ିଆ ଖେଳାଳି ଅପେକ୍ଷା ବାହାର ରାଜ୍ୟର ଖେଳାଳିଙ୍କୁ ଅଧିକ ସୁଯୋଗ ମିଳୁଛି । ରାଜ୍ୟରେ କ୍ରୀଡା ଭିତ୍ତିଭୂମି ସୁଦୃଢ ସତ, କିନ୍ତୁ ଓଡ଼ିଆ ଖେଳାଳିଙ୍କ ପାଇଁ ସୁଯୋଗ ନାହିଁ । କେବଳ ଯେ ଖେଳାଳି ବାହାର ରାଜ୍ୟର ତାହା ନୁହେଁ, ଯେତିକି କୋଚ୍‌ ଅଛନ୍ତି ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ କୋଚ୍‌ ମଧ୍ୟ ବାହାର ରାଜ୍ୟ ଓ ଦେଶର । ପୂର୍ବତନ ସରକାର କ୍ରୀଡା ଭିତ୍ତିଭୂମି ସୁଦୃଢ କରିଛନ୍ତି, ହେଲେ ଜିଲ୍ଲାସ୍ତରରେ ଭଲ ପ୍ରଶିକ୍ଷକ ନାହାନ୍ତି । ସେଥିପାଇଁ ନୂଆ ଖେଳାଳି ସୃଷ୍ଟି ହେଇ ପାରୁନାହାନ୍ତି । ଅନେକ ବେସରକାରୀ ସଂସ୍ଥା ହାତକୁ ଟେକି ଦିଆଯାଇଛି ଅନେକ ବିଭାଗ । ସେମାନେ ବ୍ୟାପାର ବଢେଇବା ପାଇଁ ବାହାର ରାଜ୍ୟର ପିଲାଙ୍କୁ ଆଣି NOC ଦେଇ ଓଡ଼ିଶା ନାଁରେ ଖୋଲାଯାଇଛି । ଯେଉଁଥିପାଇଁ ଆଜି ଓଡ଼ିଶାରୁ ଖେଳାଳି ବାହାରି ପାରୁନାହାନ୍ତି ଏବଂ ଅଲମ୍ପିକ୍ସ ଭଳି ବଡ ପ୍ଲାଟଫର୍ମରେ ଓଡ଼ିଆ ଖେଳାଳିଙ୍କ ସହଭାଗିତା ହ୍ରାସ ପାଇବାରେ ଲାଗିଛି ।" ହାଇପର୍‌ଫର୍ମାନ୍ସ ସେଣ୍ଟର ନାମରେ ଗୋଟିଏ ପରେ ଗୋଟେ ଅଟାଳିକା ଛିଡା କରିବା ଏବଂ ଗୋଟିଏ ପରେ ଗୋଟେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିଥିବା ବେଳେ ଏଥିରେ ରାଜ୍ୟକୁ କ'ଣ ଫାଇଦା ମିଳିଛି, ତାହା ପ୍ରଶ୍ନବାଚୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.