ETV Bharat / state

କେବେ ମିଳିବ 300 ୟୁନିଟ ମାଗଣା ବିଜୁଳି ? ବଡ଼ କଥା କହିଲେ ଉପମୁଖ୍ୟମନ୍ତ୍ରୀ - deputy cm visit balangir

Deputy CM Visits Bolangir: ଖୁବଶୀଘ୍ର ମାଗଣା 300 ୟୁନିଟ ମାଗଣା ବିଜୁଳି ପାଇବେ ରାଜ୍ୟବାସୀ । କେବେ ଓ କେମିତି ଯୋଜନାର ଲାଭ ଉଠାଇବେ ରାଜ୍ୟବାସୀ ? ପଢନ୍ତୁ ପୁରା ଖବର

author img

By ETV Bharat Odisha Team

Published : Jul 11, 2024, 1:33 PM IST

DEPUTY CM VISIT BALANGIR
DEPUTY CM VISIT BALANGIR (ETV BHARAT ODISHA)

ବଲାଙ୍ଗୀର: ରାଜ୍ୟବାସୀ କେବେ ପାଇବେ 300 ୟୁନିଟ ମାଗଣା ବିଜୁଳି ? କେବେଠୁ କାର୍ଯ୍ୟକାରୀ ହେବ ଏହି ନୂଆ ଯୋଜନା ? ରାଜ୍ୟରେ ସରକାର ବଦଳିବା ପରେ ବିଜେପି ଦେଇଥିବା ଏହି ପ୍ରତିଶ୍ରୁତି ପୂରଣ ନେଇ ଦ୍ବନ୍ଦ ଲାଗିରହିଛି । ବିଜେଡି ମଧ୍ୟ ଏନେଇ ପ୍ରଶ୍ନ କରିଥିବା ବେଳେ ବଡ କଥା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନାରେ 300 ୟୁନିଟ ମାଗଣା ବିଜୁଳି ସୁବିଧା ଲୋକେ ପାଇବେ । ଯୋଜନାର ରୂପରେଖ ନେଇ ଏବେ କାର୍ଯ୍ୟ ଜାରି ରହିଛି ଓ ଖୁବଶୀଘ୍ର ଏହି ଯୋଜନା ଆସିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଖୁବଶୀଘ୍ର ମିଳିବ 300 ୟୁନିଟ ମାଗଣା ବିଜୁଳି: ବୁଧବାରଠାରୁ ତିନିଦିନିଆ ବଲାଙ୍ଗୀର ଗସ୍ତରେ ଆସିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସିଧାସଳଖ ଲୋକଙ୍କ ସହ ଅଲୋଚନା କରିବା ସହ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ । ମାଗଣା ବିଜୁଳିକୁ ନେଇ ସେ ପ୍ରତିକ୍ରିୟା ରଖିଥିଲେ । ନୂଆ ସରକାର ଆସିବା ଦିନଠୁ ମାଗଣା ବିଜୁଳିକୁ ନେଇ ବିତର୍କ ଜାରି ରହିଛି । ଯେଉଁଥିରେ ବିରୋଧୀ 300 ୟୁନିଟ ମାଗଣା ବିଜୁଳି କେବେ ବୋଲି ପ୍ରଶ୍ନ ଉଠାଇଛନ୍ତି । ସେହିପରି ଲୋକଙ୍କ ମଧ୍ୟରେ ଏହାକୁ ନେଇ ଦ୍ଵନ୍ଦ ରହିଛି । ଏନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି, ''ଲୋକେ ମାଗଣା ବିଜୁଳିକୁ ନେଇ ଭୁଲ ବୁଝିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନାରେ ମାଗଣା ବିଜୁଳି ସୁବିଧା ମିଳିବ । ଏହି ଯୋଜନାରେ ସବସିଡିରେ ସରକାର ଘର ଛାତ ଉପରେ ସୋଲାର ପ୍ଲେଟ ଯୋଗାଇଦେବେ । ଏଥିରେ ପ୍ରାୟ 300 ୟୁନିଟ ମାଗଣା ବିଜୁଳି ଲୋକ ପାଇବା ସହ ବଳକା ବିକ୍ରି କରିପାରିବେ । ଏହି ଯୋଜନାର ରୂପରେଖ ନେଇ ଏବେ କାର୍ଯ୍ୟ ଜାରି ରହିଛି ଓ ଖୁବଶୀଘ୍ର ଏହି ଯୋଜନା ଆସିବ । ''

ଏହା ମଧ୍ୟ ପଢନ୍ତୁ-ପ୍ରତିଶ୍ରୁତି ନ ହେଉ ପ୍ରତାରଣା; 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ଛାଡ଼ କଥା ମନେ ପକାଇଲା ବିଜେଡି, ମନମୋହନ କହିଲେ ଇସ୍ତାହାର ଠିକରେ ପଢିନି ବିଜେଡି - MLA Pratap Deb On Free Electricity

ତିନି ଦିନିଆ ବଲାଙ୍ଗୀର ଗସ୍ତରେ ଉପମୁଖ୍ୟମନ୍ତ୍ରୀ: ଉପମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ କରି ନିଜ ଜିଲ୍ଲା ଗସ୍ତ କରିଛନ୍ତି କନକ ବର୍ଦ୍ଧନ ସିଂହଦେଓ । ଗତକାଲି ଜିଲ୍ଲାରେ ପହଞ୍ଚିବା ପରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ତାଙ୍କର ଏହି ତିନି ଦିନିଆ ଗସ୍ତରେ ପ୍ରଥମେ ସେ ପଟଣାଗଡ ଲାଠୋର ଅଞ୍ଚଳ ପରିଦର୍ଶନ କରିଥିଲେ । ପଟଣାଗଡରେ ଥିବା ନିଜ ବାସଭବନ ରାଜା ଖମାରକୁ ଯାଇଥିଲେ । ସେଠି ଇଷ୍ଟଦେବୀ ମା ପାଟଣେଶ୍ୱରୀ ଓ ଦସମତିଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ତାଙ୍କର ପତ୍ନୀ ସାଂସଦ ସଂଗୀତା ସିଂହଦେଓ ଓ ଝିଅ ନିବୃତି କୁମାରୀ ମଧ୍ୟ ଉପସ୍ଥିତ ଥିଲେ ।

ଏହାପରେ ବଲାଙ୍ଗୀର ସହରକୁ ଗସ୍ତ କରି ଶୈଳେଶ୍ୱରୀ ପ୍ୟାଲେସକୁ ପରିବାର ସହ ଯାଇ ଇଷ୍ଟଦେବୀଙ୍କ ପୂଜାର୍ଚ୍ଚନା କରିଥିଲେ । ବଲାଙ୍ଗାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ଭର୍ଚ୍ଚୁଆଲ ମୋଡ଼ରେ କ୍ୟାବିନେଟ ବୈଠକରେ ଯୋଗ ଦେଇଥିଲେ । ଏହାପରେ ସେ ପ୍ରତିକ୍ରିୟା ରଖିଥିଲେ ଯେ, ବିକାଶିତ ଭାରତ ପାଇଁ ବିକଶିତ ଓଡିଶା ଗଠନ କରିବାକୁ ପଡିବ । ଏହି କ୍ରମରେ ବଲାଙ୍ଗୀର ମଧ୍ୟ ବିକଶିତ ହେବ । ବିଜେପି ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତ୍ୟେକ ପ୍ରତିଶ୍ରୁତି ପୂରଣ କରିବ । ଏପରିକି ଅନେକ ପ୍ରତିଶୃତି ଉପରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଯେଉଁଥିରେ ଆଗାମୀ ଦିନରେ ଧାନର ସର୍ବସନିମ୍ନ ମୂଲ୍ୟ 3100 ଟଙ୍କାରେ ଉଭୟ ଖରିଫ ଓ ରବିରେ ଚାଷୀଠୁ ଧାନ କିଣା ହେବ । ଆଗାମୀ 17 ତାରିଖ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ସୁଭଦ୍ରା ଯୋଜନା ଆରମ୍ଭ ହେବ । ଆଗକୁ ବଜେଟ ଅଧିବେଶନ ଅଛି ଓ ଏଥିରେ ଅନେକଗୁଡିଏ ପ୍ରସ୍ତାବ ଗୃହୀତ ହେବ । ଯାହା ସମୟ କ୍ରମେ ସମସ୍ତେ ଜାଣିବେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.