ETV Bharat / state

ଚିନ୍ତା ବଢ଼ାଉଛି ଡେଙ୍ଗୁ: ବଲାଙ୍ଗୀରରୁ 40, ସୁନ୍ଦରଗଡରୁ 64 ରୋଗୀ ଚିହ୍ନଟ - Dengue Outbreak

author img

By ETV Bharat Odisha Team

Published : Jul 11, 2024, 6:31 PM IST

Dengue Outbreak: ଭୟ ବଢ଼ାଉଛି ଡେଙ୍ଗୁ । ଲୋକଙ୍କ ଭିତରେ ଆତଙ୍କ ଖେଳାଇବାରେ ଲାଗିଛି ଏଡିଶ ମଶା । ବଲାଙ୍ଗୀର ଜିଲ୍ଲାରେ 40ରୁ ଊର୍ଦ୍ଧ୍ବ ଡେଙ୍ଗୁ ଆକ୍ରାନ୍ତ ଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ 64ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢ଼ନ୍ତୁ

Dengue Outbreak
Dengue Outbreak (Dengue Outbreak)

ବଲାଙ୍ଗୀର/ରାଉରକେଲା: ବର୍ଷା ଆରମ୍ଭରୁ ଡରାଇଲାଣି ଡେଙ୍ଗୁ । ବଲାଙ୍ଗୀର ଏବଂ ରାଉରକେଲାରେ ବଢ଼ିବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ବଲାଙ୍ଗୀର ଜିଲ୍ଲାର ସଇଁତଳା ସହରରେ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ଚାଳିଶ ପାର ହୋଇଥିବା ବେଳେ ଚିନ୍ତାରେ ସ୍ବାସ୍ଥ୍ୟ ବିଭାଗ । ଏଥିପାଇଁ ପଦକ୍ଷେପ ନିଆଯାଉଛି । ସେପଟେ ସୁନ୍ଦରଗଡ ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ 64 ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ରାଉରକେଲା ସହରରୁ ରହିଛନ୍ତି 57 ଜଣ ରୋଗୀ ।

Dengue Outbreak (Dengue Outbreak)

ବଲାଙ୍ଗୀର ଜିଲ୍ଲା ସଇଁତଳାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେଠାରେ ରୋଗୀ ସଂଖ୍ୟା ଚାଳିଶ ପାର ହୋଇଥିବା ବେଳେ ବଢ଼ିଛି ଚିନ୍ତା । ସେପଟେ ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ବିଭିନ୍ନ ପଦକ୍ଷେପ ନିଆ ଯାଉଥିବା ସୂଚନା ମିଳିଛି । କିଛି ଦିନ ମଧ୍ୟରେ ଚାଳିଶ ରୋଗୀ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି । ଏହି ଡେଙ୍ଗୁ ରୋଗୀ କେବଳ ସଇଁତଳାର ଗୋପବନ୍ଧୁ ପଡ଼ାରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସାତ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ମଧ୍ୟ ଡାକ୍ତରଖାନାରେ 11ରୁ ଊର୍ଦ୍ଧ୍ବ ରୋଗୀ ଚିକିତ୍ସିତ ହେଉଛନ୍ତି । ତେବେ କିଛି ଦିନ ପୂର୍ବରୁ ଏଠି କିଛି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ପରେ ଏହି ସଂଖ୍ୟା ବୃଦ୍ଧି ହୋଇ 18କୁ ପହଞ୍ଚି ଥିଲା । ଯାହାପରେ ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ପଦକ୍ଷେପ ନେଇ ସଂପୃକ୍ତ ଅଞ୍ଚଳରେ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲା । ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ନିୟୋଜିତ ଥିବା ବେଳେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ରକ୍ତ ନମୁନା ସଂଗ୍ରହ କରୁଛନ୍ତି । ଏପର୍ଯ୍ୟନ୍ତ 150 ରକ୍ତ ନମୂନା ପରୀକ୍ଷଣ ପରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଆହୁରି ବଢ଼ିଛି । ଯେଉଁଥିରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଚାଳିଶ ଉପରେ ଥିବାର ଜଣାପଡ଼ିଛି ।

ତେବେ ସମସ୍ତ ରୋଗୀଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ 11 ଜଣ ରୋଗୀ ସେଠାରେ ଚିକିତ୍ସିତ ହେଉଛନ୍ତି । ସେପଟେ ବଲାଙ୍ଗୀର ସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ଚିକିତ୍ସାଧିକାରୀ ପିକେ ଗୁରୁ କହିଛନ୍ତି "ଏବେ ଏହି ସ୍ଥିତି ନିୟନ୍ତ୍ରଣରେ ଅଛି । ତେବେ କେବଳ ସଇଁତଳାରୁ ଦୁଇ ମାସ ମଧ୍ୟରେ 40ରୁ ଊର୍ଦ୍ଧ୍ବ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କର ଚିକିତ୍ସା ଚାଲିଥିବା ବେଳେ ଅନେକ ଏଥିରେ ସମ୍ପୂର୍ଣ ସୁସ୍ଥ ହୋଇଛନ୍ତି । ସେହିପରି ଏବେ 11 ଜଣ ଚିକିତ୍ସାଧୀନ ଅଛନ୍ତି । ତେବେ ପାଣି ଜମା ହେବାରୁ ଏଠି କୌଣସି ମତେ ଏଡ଼ିସ ମଶାର ବଂଶ ବଢ଼ିଛି ଓ ଏହାହିଁ ଡେଙ୍ଗୁର ମୁଖ୍ୟ କାରଣ ବୋଲି ସେ କହିଛନ୍ତି । ସେହିପରି ମୁକାବିଲା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ମହଜୁତ ଥିବା ବେଳେ ଭ୍ରାମ୍ୟମାଣ ଡାକ୍ତରୀ ଦଳ ମଧ୍ୟ ସ୍ଥିତି ଉପରେ ନଜର ରଖାଯିବା ସହ ସ୍ଥିତି ନିୟନ୍ତ୍ରଣାଧୀନ ଥିବାର ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ଅନ୍ଧବିଶ୍ବାସର ଅନ୍ଧଗଳି, ନାବାଳକକୁ ବଞ୍ଚାଇବାକୁ ମେଡିକାଲରେ ଝଡାଫୁଙ୍କା - Sorcery To Alive Dead Minor Son

ରାଉରକେଲା ସହରର ସେକ୍ଟର ଅଞ୍ଚଳରୁ ବହୁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାରୁ ଏହି ଅଞ୍ଚଳକୁ ହଟସ୍ପଟ ଅଞ୍ଚଳ ଘୋଷଣା କରାଯାଇଛି। ସେଠାରେ ସଫାସୁତୁରା କରାଯିବା ଉପରେ ଗୁରୁତ୍ୱ ଦିଆଯାଉଥିବା ସୂଚନା ରହିଛି । ତେବେ ଗତ ବର୍ଷ ମଧ୍ୟ ରାଉରକେଲାରେ ଡେଙ୍ଗୁ ଲୋକଙ୍କୁ ଭାରି ହନ୍ତସନ୍ତ କରିଥିଲା । ରାଉରକେଲା ମୁଖ୍ୟ ଚିକିତ୍ସାଳୟରେ ବର୍ତ୍ତମାନ ସୁଦ୍ଧା ୭ରୁ ଊର୍ଦ୍ଧ୍ବ ରୋଗୀ ଚିକିତ୍ସିତ ହେଉଛନ୍ତି । ତେବେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏଥି ପ୍ରତି ସତର୍କତା ଅବଲମ୍ବନ କରିବା ସହିତ ସମସ୍ତ ପ୍ରକାର ଔଷଧ ମହଜୁଦ ରଖିବା ଏବଂ ଟେଷ୍ଟିଂକୁ ବୃଦ୍ଧି କରିବା ପ୍ରତି ଦୃଷ୍ଟି ଦିଆଯାଉଥିବା ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।

ଅନ୍ୟପଟେ ବର୍ଷାଦିନେ ଡେଙ୍ଗୁ ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ତେବେ କୌଣସି ସ୍ଥାନରେ ପାଣି ଜମିବାକୁ ନଦେବା ସହ ଶୋଇବା ସମୟରେ ମଶାରୀ ବ୍ୟବହାର କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ତେବେ ଆର୍‌ଏସ୍‌ପିର ନାଳନର୍ଦ୍ଦମା ସଫା ହୋଇ ନଥିବାରୁ ବର୍ଷା ପାଣି ନିଷ୍କାସିତ ହୋଇପାରୁନାହିଁ । ଫଳରେ ରାସ୍ତା ତଥା ନାଳରେ ବର୍ଷାପାଣି ଜମି ରହୁଛି ବୋଲି ଅଭିଯୋଗ ହେଉଛି । ତେବେ ଆରଏମସି ପକ୍ଷରୁ ରାସ୍ତା କଡ଼ରେ ଥିବା ଆବର୍ଜନା ସହ କୁଣ୍ଡ ମଧ୍ୟ ସଫା ହେଇ ନ ଥିବାରୁ ମଶା ସୃଷ୍ଟି ଦେଉଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.