ETV Bharat / state

୬ବର୍ଷ ଧରି ସରୁନି ଛୋଟି-ନିଳାପଦା ବିଜୁ ସେତୁ ନିର୍ମାଣ କାର୍ଯ୍ୟ, ଦୁର୍ଦ୍ଦଶାରେ ୨ ଜିଲ୍ଲାବାସୀ - Kendrapara News

Delay in construction work of Biju setu : କେନ୍ଦ୍ରାପଡା-ଯାଜପୁର ଜିଲ୍ଲା ମଧ୍ୟରେ ବିରୂପା ନଦୀ ଉପରେ ନିର୍ମାଣାଧୀନ ବିଜୁସେତୁର କାମ ସରୁନି । ଏକ କିଲୋମିଟର ଲମ୍ବର ସେତୁ ନିର୍ମାଣ ୬ ବର୍ଷ ଧରି ଚାଲିଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Jan 27, 2024, 10:57 PM IST

୬ବର୍ଷ ଧରି ସରୁନି ଛୋଟି-ନିଳାପଦା ବିଜୁ ସେତୁ ନିର୍ମାଣ କାର୍ଯ୍ୟ

କେନ୍ଦ୍ରାପଡା : ସମୟ ଗଡିଚାଲିଛି ହେଲେ ସରୁନି ସେତୁ ନିର୍ମାଣ କାମ । କେନ୍ଦ୍ରାପଡା-ଯାଜପୁର ଜିଲ୍ଲା ମଧ୍ୟରେ ବିରୂପା ନଦୀ ଉପରେ ଛୋଟି-ନିଳାପଦା ନାମକ ଏକ ସେତୁ ଯାହା ଏକ କିଲୋମିଟର ଲମ୍ବ ଓ ସାଢ଼େ ୭ ମିଟର ପ୍ରସ୍ଥ ବିଶିଷ୍ଟ "ବିଜୁ ସେତୁ" ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହାର ନିର୍ମାଣ କାର୍ଯ୍ୟ ପାଇଁ ପ୍ରଥମେ ପ୍ରାୟ ୨୭ କୋଟି ୪୪ ଲକ୍ଷ ୧୭ ହଜାର ଟଙ୍କା ବ୍ୟୟ ମଞ୍ଜୁର କରାଯାଇଥିଲା । ଏହି ନିର୍ମାଣ କାମକୁ ପଶ୍ଚିମବଙ୍ଗର "ରୟାଲ" ନାମକ କମ୍ପାନୀ ୨୦୨୦ ସୁଦ୍ଧା ଶେଷ କରିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଚୁକ୍ତି କରିଥିଲା ।

ତେବେ ପରବର୍ତ୍ତୀ ସମୟରେ କମ୍ପାନୀ ଏହି କାମକୁ ସମ୍ପୂର୍ଣ୍ଣ କରିବାରେ ଫେଲ ମାରିବା ପରେ ୨୦୨୧ ମସିହାରେ ବେଣୀପୁର ଠାରେ ବନ୍ୟା ଜନିତ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ପୁନଃ ଏକ ନୂତନ ସେତୁ ନିର୍ମାଣ ପାଇଁ ସତ୍ୟବ୍ରତ ଜେନା ନାମକ ଜଣେ ଠିକାଦାରଙ୍କୁ ୪ କୋଟି ୯୬ ଲକ୍ଷ ୨୭ ହଜାର ମଞ୍ଜୁର କରି ଦ୍ଵିତୀୟ ସେତୁ ନିର୍ମାଣ ଦାୟିତ୍ବ ପ୍ରଦାନ କରାଯାଇଥିଲା । କିନ୍ତୁ ବିଲର କ୍ଲିୟରାନ୍ସ ରେ ବିଳମ୍ବ ହେତୁ ସେସବୁ ଅଧପନ୍ତରିଆ ଭାବେ ପଡିରହିଛି ।

ଏହା ମଧ୍ୟ ପଢନ୍ତୁ .... ଶୁଣିଲାନି ପ୍ରଶାସନ, ନାଳ ଉପରେ ଅସ୍ଥାୟୀ ପୋଲ ନିର୍ମାଣ କଲେ ଗ୍ରାମବାସୀ

ଏହି ବିଜୁ ସେତୁ ନିର୍ମାଣ କାର୍ଯ୍ୟ ସମାପ୍ତ ହେଲେ କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା ବ୍ଲକର ଇନ୍ଦୁପୁର, ଘାଗରା, ନିକିରାଇ, ଚାରିଗାଁ, ଧୂମାତ ସମେତ ଡେରାବିଶ ବ୍ଲକର ଛୋଟି, ନହଙ୍ଗ, ମଙ୍ଗଳପୁର, ବାରିମୂଳ ଭଳି ପଞ୍ଚାୟତ ସମେତ ଯାଜପୁର ଜିଲ୍ଲାର ବଡଚଣା ଓ ବରୀ ବ୍ଳକର ଲୋକେ ଉପକୃତ ହେବେ । ତେବେ ନିର୍ମାଣ କାର୍ଯ୍ୟ ସମାପନ ପାଇଁ ଆହୁରି ତିନୋଟି ସ୍ପାନ ନିର୍ମାଣ ବାକି ରହିଥିବା ବେଳେ ଏହି ବିଜୁ ସେତୁ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା କହିଛନ୍ତି ସ୍ଥାନୀୟ ଲୋକେ । ୨୦୧୮ରୁ ତତ୍କାଳୀନ ବିଧାୟକ ବେଦପ୍ରକାଶ ଅଗ୍ରୱାଲ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ପୂର୍ବତନ ସାଂସଦ ଓ ଦିବଂଗତ ବିଧାୟକ ଏହାର ଘନଘନ ସମୀକ୍ଷା କରିଥିଲେ ମଧ୍ୟ ଫଳ ଶୂନ୍ୟ ରହିଛି ।

ଏହି କାମର ତଦାରଖ ଦାୟିତ୍ବ କେନ୍ଦ୍ରାପଡା ଗ୍ରାମ୍ୟ ଉନ୍ନୟନ ବିଭାଗ-୧ ଅଧୀନରେ ରହିଥିବା ବେଳେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସହଯୋଗରେ ୩୩ କୋଟି ଟଙ୍କାର କାର୍ଯ୍ୟ ଅଦ୍ୟାବଧି ସମାପ୍ତ ହୋଇ ନ ଥିବା ଓ ଏହା ଶେଷ ହେବ କି ନା ବୋଲି ସନ୍ଦେହ କରିଛନ୍ତି ଗ୍ରାମବାସୀ । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ କହିଛନ୍ତି ଯେ କାମ ଖୁବଶୀଘ୍ର ଶେଷ ହେବ କିନ୍ତୁ କାମ ଶେଷ ହେବାର କୌଣସି ନିର୍ଦିଷ୍ଟ ଡେଡଲାଇନ କହିନାହାଁନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.