ETV Bharat / state

ସରିଲାଣି ଅବଧି, ଶେଷ ହୋଇପାରୁନାହିଁ କଟକ ଦେବୀନଦୀ ସେତୁ - Biju Setu Construction Negligence

author img

By ETV Bharat Odisha Team

Published : Apr 8, 2024, 10:21 PM IST

Biju Setu Construction Negligence At Cuttack: କଟକ ଜିଲ୍ଲାରେ ଦେବୀ ନଦୀ ସେତୁ ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ନିର୍ମାଣ କାର୍ଯ୍ୟ ଶେଷ ହେବାର ଅବଧି ୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ସୁଦ୍ଧା ସରୁନି ସେତୁ ନିର୍ମାଣ । ଯାହାକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ଶୀଘ୍ର ସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଦାବି ହୋଇଛି।

ସରିଲାଣି ଅବଧି, ଶେଷ ହୋଇପାରୁନାହିଁ କଟକ ଦେବୀନଦୀ ସେତୁ

ନିଆଳି: ଅବଧି ଶେଷ ହୋଇସାରିଲାଣି । ତଥାପି ଶେଷ ହୋଇପାରୁନାହିଁ ବିଜୁ ସେତୁ ନିର୍ମାଣ କାର୍ଯ୍ୟ । ୨୦୧୮ ମସିହାରେ ରାଜ୍ୟ ସରକାର କଟକ ଗୋବିନ୍ଦପୁରରେ ବିଜୁବାବୁଙ୍କ ନାଁରେ ଆରମ୍ଭ କରିଥିଲେ ବିଜୁ ସେତୁ । ଏଠାରେ ଥିବା ଦେବୀ ନଦୀ ଉପରେ ନିର୍ମାଣ ହେବ ସେତୁ ଏବଂ ଉପକୃତ ହେବେ ସ୍ଥାନୀୟ ଲୋକେ । ହେଲେ ଏହି ବ୍ରିଜ ଏବେ ଅଧପନ୍ତରିଆ ହୋଇପଡିଥିବା ବେଳେ ଲୋକଙ୍କ ଆଶା ଆଶାରେ ହିଁ ରହିଯାଇଛି ।

କଟକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର ନିକଟରେ ଥିବା ଦେବୀ ନଦୀ ଉପରେ ରାଜ୍ୟ ସରକାର ୨୦୧୮ ମସିହା ସେପ୍ଟେମ୍ୱର ୨୭ରେ ବିଜୁ ସେତୁ ନିର୍ମାଣ ପାଇଁ ଶୁଭ ଦେଇଥିଲେ । ଏଥିପାଇଁ ୨୬ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟ ବରାଦ ମଧ୍ୟ କରାଯାଇଛି । ଏଥିସହ ୨୦୨୧ ଜାନୁଆରୀ ୧୬ ତାରିଖରେ ବିଜୁ ସେତୁ ନିର୍ମାଣ ଶେଷ ହେବ ବୋଲି ସୂଚନା ଫଳରେ ମଧ୍ୟ ଲେଖାଯାଇଛି । ହେଲେ ସମୟସୀମା ଠାରୁ ଦୁଇ ବର୍ଷ ଅତିକ୍ରାନ୍ତ କରିସାରିଲେଣି ତଥାପି ଶେଷ ହୋଇପାରୁନାହିଁ ଗୋବିନ୍ଦପୁର ଦେବୀ ନଦୀର ବିଜୁ ସେତୁ ।

ଦେବୀ ନଦୀ ଉପରେ ସେତୁର ଦୈର୍ଘ୍ୟ ୪୬୦.୧୮ ମିଟର ଏବଂ ସେତୁର ପ୍ରସ୍ତର ୭.୫ ମିଟର ରହିଛି । ଏହି ବ୍ରିଜ ନିର୍ମାଣ ହେବା ଦ୍ବାରା କଟକ ଜିଲ୍ଲା ଜଗତସିଂହପୁର ଜିଲ୍ଲା ସମେତ ଖୋର୍ଦ୍ଧା ଓ ପୁରି ଜିଲ୍ଲାର ଅଧିବାସୀ ମାନଙ୍କ ଆତଯାତ ସୁଗମ ହୋଇପାରିବ । ବିଶେଷ କରି କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର, ମାଙ୍ଖ, ନୂଆଗାଁ, ସିମଲଦା, ନାହାଳପୁର, ଚଉପଡା, ଶଙ୍ଖରିସାହ ଏବଂ ପାର୍ବତୀପୁର ଅଞ୍ଚଳର ଲୋକମାନଙ୍କର ଜୀବନ ଜୀବିକାରେ ବଡ ପରିବର୍ତ୍ତନ ହୋଇପାରିବ । ଏଣୁ ଏଠାରେ ବ୍ରିଜ ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଥିଲା ଏବଂ ରାଜ୍ୟ ସରକାର ଦାବିକୁ ଗ୍ରହଣ କରି ଗୋବିନ୍ଦପୁର ଠାରେ ବିଜୁ ସେତୁ ନିର୍ମାଣ ପାଇଁ ବ୍ଯୟବରାଦ କଲେ ।‌ କିନ୍ତୁ ଆଜି ଯାଏ ସେତୁ ନିର୍ମାଣ ସରୁନଥିବା କାରଣରୁ ପୂର୍ବ ପରି ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ସେପଟେ କଟକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ସହିତ ଯୋଗାଯୋଗ କରିବା ପରେ ଦାୟିତ୍ଵରେ ଥିବା ସହକାରୀ ଯନ୍ତ୍ରୀଙ୍କ କହିବା କଥା କୋଭିଡ ଏବଂ ନଦୀରେ ପାଣି ଆସିଯିବା ଯୋଗୁଁ ବିଜୁ ସେତୁ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହୋଇଛି । ଆସନ୍ତା ଜୁନ ମାସ ବେଳକୁ ସେତୁ ନିର୍ମାଣ ସରିଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ ବିଭିନ୍ନ ସ୍ଥାନରୁ ବ୍ରିଜ ନିର୍ମାଣ ହେଉଛି ନଦୀ ଗର୍ଭରେ ଅବଧି ପୂର୍ବରୁ ଶେଷ ହେଉଛି କିନ୍ତୁ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର ଦେବୀ ନଦୀ ଉପରେ ବିଜୁ ସେତୁ ନିର୍ମାଣ ଅହେତୁକ ବିଳମ୍ବ ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।‌

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.