ETV Bharat / state

ବିକାଶର ନଗ୍ନଚିତ୍ର; 4ବର୍ଷ ବିତିଲା ସରୁନି ସିଲେରୁ ପୋଲ ନିର୍ମାଣ, ଡଙ୍ଗା ଏକମାତ୍ର ସାହାରା

Delay in Bridge Construction Work: ସରକାର ବିକାଶ ନାଁରେ ଡିଣ୍ଡିମ ପିଟୁଥିଲା ବେଳେ ଚାରି ବର୍ଷ ହେଲା ସରୁନି ସିଲେରୁ ନଦୀ ଉପରେ ପୋଲ କାମ ! ନୌକାରେ ଯାତାୟତ କରୁଛନ୍ତି ଆନ୍ଧ୍ର ଓ ଓଡିଶାର ସ୍ଥାନୀୟ ଜନସାଧାରଣ । ଦେଖନ୍ତୁ ଏହି ରିପୋର୍ଟ

Delay in Bridge Construction Work
Delay in Bridge Construction Work
author img

By ETV Bharat Odisha Team

Published : Feb 5, 2024, 5:13 PM IST

4ବର୍ଷ ହେଲା ସରୁନି ସିଲେରୁ ନଦୀ ଉପରେ ପୋଲ କାମ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକର ମାନବକୁଣ୍ଡା ପଞ୍ଚାୟତ ପୋଲେରୁ ଗ୍ରାମ ଦେଇ ବୋହିଯାଇଛି ସିଲେରୁ ନଦୀ । ଏହି ନଦୀର ଅନ୍ୟ ପାଖକୁ ଆନ୍ଧ୍ର ପୋଲେରୁ ଗ୍ରାମ ଲାଗି ରହିଛି । ଖାଲି ସେତିକି ନୁହେଁ ନଦୀର ଆର ପାଖରେ ରହିଛି ମାନ୍ୟମକୁଣ୍ଡା ପଞ୍ଚାୟତର ରାମଚନ୍ଦ୍ରପୁର, ଗୁଣ୍ଠାବେଡା, ଦଳେଇପୁଟଗ୍ରାମ । ଏଠାକାର ଲୋକୋମାନେ ମୌଳିକ ସୁବିଧା ପାଇଁ ପଞ୍ଚାୟତ କାଯ୍ୟାଳୟ ଏବଂ ବ୍ଲକ କାଯ୍ୟାଳୟକୁ ଆସିବାକୁ ହେଲେ ଏହି ସିଲେରୁ ନଦୀରେ ଡଙ୍ଗା ପାର ହେବାକୁ ପଡୁଛି ।

ସେହିପରି ଆନ୍ଧ୍ର ପୋଲେରୁରେ ରହିଛି ମାଲକାନଗିରି ଜିଲାର ପ୍ରସିଦ୍ଧ ବଡଯାତ୍ରାର ବଡ ଠାକୁରଙ୍କର ସ୍ନାନ ତାଡକି କୁଣ୍ଡ । ଏଠାରେ ମନଲୋଭା ୱଟର୍ ଫଲ୍ ରହିଥିବା ବେଳେ ଏହାକୁ ଦେଖିବାକୁ ଓ ପିକ୍ନିକ୍ କରିବାକୁ ଆଖ ପାଖ ଅଞ୍ଚଳ ବହୁ ଦର୍ଶକ ଏହି ନଦୀରେ ଡଙ୍ଗା ପାରହୋଇ ଆସିଥାନ୍ତି । ବଡ ଯାତ୍ରା ସମୟରେ ଏଠାରେ ଲୋକଙ୍କ ବହୁ ଭିଡ ମଧ୍ଯ ହୋଇଥାଏ। ଏପିରିକି ଡଙ୍ଗାରେ ପାର ହେବା ସମୟରେ ବହୁବାର ଦୁର୍ଘଟଣାର ସମୁଖିନ ହୋଇଥିବାର ନଜିରବି ରହିଛି । ଏହି ସବୁକୁ ନଜରରେ ରଖି ଚାରିବର୍ଷ ପୁର୍ବରୁ ଏହି ନଦୀ ଉପରେ ଆରମ୍ଭ କରାଯାଇଥିଲା ପୋଲ କାମ । କିନ୍ତୁ ବର୍ତ୍ତମାନ ସୁଧା ଏହା ସମ୍ପୂର୍ଣ୍ଣ ହୋଇପରି ନାହିଁ । ଯାହା ଫଳରେ ଏଠାକାର ଲୋକମାନେ ବହୁ ଅସୁବିଧାରେ ଯାତାୟତ କରୁଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ୨୦୧୬-୧୭ ମସହାରେ ପୂର୍ବତନ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତି ଏହି ନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଏହାପରେ ୨୦୨୦ ମସିହାରେ ଏହାର ପୁର୍ତ୍ତ ବିଭାଗ ଦ୍ବାରା ଟେଣ୍ଡର କରାଯାଇଥିଲା । ପୂର୍ତ୍ତ ବିଭାଗ ସିସିଙ୍କ କହିବା ଅନୁସାରେ, "ଏହାର ଟେଣ୍ଡର ସୌମେନ୍ଦ୍ର ପ୍ରସାଦ ବିଶୋଇ ନେଇଥିଲେ । ୧୦ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ 10.71 କୋଟି ଏଗ୍ରିମେଣ୍ଟ କରାଯାଇଥିଲା । ଏହାର ଏଗ୍ରିମେଣ୍ଟ ନଭେମ୍ବର ୨୦୨୦ରେ ହୋଇଥିବା ବେଳେ ଏପ୍ରିଲ ୨୦୨୨ରେ ଆଡମିଷ୍ଟେଟିଭ୍ ଆପ୍ରୁଭାଲ୍ ହୋଇ ଥିଲା । ଯେଉଁଥିରେ ଦୁଇ ବର୍ଷ ସମୟ ବିତିଯାଇଥିଲା । ଏହା ସହ ଆନ୍ଧ୍ର ସିଲେରୁ ନଦୀ ଉପର ମୁହାଣ ଠାରେ ଏକ ପାୱର ପ୍ରୋଜେକ୍ଟ ଥିବାରୁ ସେଠାକାର ପାଣି ବନ୍ଦ କରାଯାଇ ପାରୁନାହିଁ । ଏହାସହ କାମ ଧିମାଗତିରେ ଚାଲୁଥିବାରୁ ଠିକାଦାରଙ୍କୁ କାରଣ ଦର୍ଶାଅ ନୋଟିସ୍ ବି କରାଯାଇଛି । ବର୍ତ୍ତମାନ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ବର୍ତ୍ତମାନ ସ୍ଥିତିରେ ଓଡ଼ିଶାର ପକ୍ଷରୁ ପ୍ରଥମେ ଚାରଟି ଷ୍ପାନ୍ କରାଯିବା ପରେ ପାଣି ଛଡାଯାଇ ପୁଣି ଆନ୍ଧ୍ର ସାଇଡରେ କାମ ଆରମ୍ଭ କରାଯିବ । ଏହା ସହ ଆସନ୍ତା ଫେବୃଆରୀ ୨୦୨୫ରେ ଏହି ପୋଲ କାମ ସମ୍ପୂର୍ଣ୍ଣ ହେବ ।"

ଏହା ମଧ୍ୟ ପଢନ୍ତୁ: ୬ବର୍ଷ ଧରି ସରୁନି ଛୋଟି-ନିଳାପଦା ବିଜୁ ସେତୁ ନିର୍ମାଣ କାର୍ଯ୍ୟ, ଦୁର୍ଦ୍ଦଶାରେ ୨ ଜିଲ୍ଲାବାସୀ

ଏହା ପୂର୍ବରୁ 2022 ମସିହା ଫେବୃଆରୀ 22 ତାରିଖରେ ଜିଲ୍ଲାର ରାମଚନ୍ଦ୍ରପୁର, ଗୁଣ୍ଠାବେଡା, ଦଳେଇପୁଟ ଗ୍ରାମଗୁଡିକ ପାହାଡ଼ ଉପରେ ଏବଂ ସୁରକ୍ଷା ଦୃଷ୍ଟି କୋଣରୁ ଏହି ବୁଥଗୁଡିକୁ ତଳକୁ ଅଣାଯାଇଛି । ତେଣୁ ଏଠାକାର ଲୋକେ ଆନ୍ଧ୍ରପ୍ରଦେଶ ରାସ୍ତା ଦେଇ ୨ଟି ନଦୀ ପାରି ହେବା ପରେ ପ୍ରଶାସନ ବନ୍ଦୋବସ୍ତ କରିଥିବା ବସ ଯୋଗେ ୪ କିଲୋମିଟର ଯିବାପରେ ମତଦାନ କେନ୍ଦ୍ରରେ ପହଞ୍ଚୁଛନ୍ତି । ପୋଲ କାମ ଆରମ୍ଭ ଠାରୁ ଏଠାକାର ଲୋକମାନେ ଗୋଟିଏ ସାଧାରଣ ନିର୍ବାଚନ, ଗୋଟିଏ ପଞ୍ଚାୟତ ନିର୍ବାଚନରେ ନିଜର ମତ ଦେଇ ସାରିଥିବା ବେଳେ ବର୍ତ୍ତମାନ ପୁଣି ସାଧାରଣ ନିର୍ବାଚନ ହବାକୁ ଯାଉଛି । ଭୋଟୋର ପୁଣି ଡଙ୍ଗା ପାରହୋଇ ଭୋଟ ଦେବାକୁ ଆସିବେ ନା ସେମାନଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରାଯାଉଥିବାରୁ ଜବାବ ଦେବେ ତାହା ଦେଖବାକୁ ବାକିରହିଲା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.