ETV Bharat / state

ପୁରୀ ବାଣ ଟ୍ରାଜେଡି: ଆଖି ବୁଜିଲେ ଆଉ ୨ ଜଣ, ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି - Death Toll Rises In Puri Explosion

author img

By ETV Bharat Odisha Team

Published : May 31, 2024, 4:37 PM IST

Death Toll Rises In Puri Crackers Explosion: ପୁରୀ ବାଣ ବିସ୍ଫୋରଣରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି ହୋଇଥିବା ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

Death Toll Rises In Puri Crackers Explosion
Death Toll Rises In Puri Crackers Explosion (ETV Bharat Odisha)

ଭୁବନେଶ୍ବର: ପୁରୀ ବାଣ ବିସ୍ଫୋରଣରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ପୁରୀ ବାଣ ବିସ୍ଫୋରଣ ଅଘଟଣରେ ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି ହୋଇଛି । ରାଜ୍ୟ ସରକାରଙ୍କର ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ୨୪ ଜଣ ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସୂଚନା ଅନୁସାରେ, ଚନ୍ଦନ ଯାତ୍ରା ସମୟରେ ପୁରୀ ନରେନ୍ଦ୍ର ପୋଖରୀରେ ଗତ ବୁଧବାର ରାତିରେ ବାଣ ଦୁର୍ଘଟଣା ହୋଇଥିଲା ।

ପୋଡ଼ି ହୋଇ ଯାଇଥିବା ଭକ୍ତଙ୍କ ମଧ୍ୟରୁ ଅନେକ ଗୁରୁତର ରହିଛନ୍ତି । କଟକ, ଭୁବନେଶ୍ବରରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ କିଭଳି ଭଲ ଚିକିତ୍ସା ସେବା ମିଳି ପାରିବ ସେ ନେଇ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରିଥିବା ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି । ପୁରୀ ଜିଲ୍ଲାପାଳ ମୃତକଙ୍କ ପରିବାରକୁ ସହାୟତା ରାଶି ବାବଦରେ ୪ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଘଟଣା ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନଜର ରଖାଯାଇଛି ବୋଲି ଏସଆରସି ପକ୍ଷରୁ ଚିଠି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ... ଚନ୍ଦନ ଯାତ୍ରା ଦୁର୍ଘଟଣା; ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ତଦନ୍ତ କରିବେ SRC, ୪ ଲକ୍ଷ ଅନୁକମ୍ପାମୂଳକ ସହାୟତା - CM Naveen Meets Injured

ଅନ୍ୟପକ୍ଷେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣରେ ଭକ୍ତଙ୍କ ମୃତାହତ ଘଟଣାରେ ଆରମ୍ଭ ହୋଇଛି ତଦନ୍ତ । ଘଟଣା କେମିତି ଘଟିଲା, କିଏ ବାଣ ଫୁଟାଇଥିଲା, ଏହା ପଛରେ କାହାର ଅବହେଳା ରହିଛି ସେହି ଉପରେ ତଦନ୍ତ ଆରମ୍ଭ ହୋଇଛି । ପୁରୀ କୁମ୍ଭାରପଡ଼ା ଥାନାରେ ବାଣ ବିସ୍ଫୋରଣ ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ଗତ ବୁଧବାର ଦିନ ଭଉଁରୀ ତିଥିରେ ବାଣ ଫୁଟାଇବା ନେଇ ପୁରୀ ପୋଲିସ୍ ପକ୍ଷରୁ କୌଣସି ଅନୁମତି ଦିଆଯାଇନାହିଁ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଆତସବାଜି ପ୍ରଦର୍ଶନୀ ପାଇଁ କୌଣସି ଅନୁମତି ଦିଆଯାଇନଥିଲା । କିଛି ସ୍ଥାନୀୟ ଯୁବକ ମେଳି ହୋଇ ଖୁସିରେ ବାଣ ଫୁଟାଇବା ପାଇଁ ଏକାଠି ହୋଇଥିଲେ । ତେବେ ଅସାବଧାନତା ଯୋଗୁ ବାଣ ବିସ୍ଫୋରଣ ହୋଇ ୩ ଜଣଙ୍କର ଜୀବନ ଯିବା ସହ 27ରୁ ଅଧିକ ଆହତ ଥିଲେ । ବିଭିନ୍ନ ହସ୍ପିଟାଲ ଯାଇ ମୁଖ୍ୟମନ୍ତ୍ରୀ ଆହତ ମାନଙ୍କୁ ଭେଟିବାକୁ ଯାଇଥିଲେ । ଆହତଙ୍କ ସମସ୍ତ ଚିକିତ୍ସା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.