ETV Bharat / state

୩ ଦିନ ପରେ ଡ୍ୟାମରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ - Youth Drowned In Dam - YOUTH DROWNED IN DAM

Death Body Of Drowned Youth Rescued After 3 Days: ହୋଲି ଦିନ ଖେଳ ସାରି ଗୋଇବନ୍ଧା ଡ୍ୟାମକୁ ଗାଧୋଇବାକୁ ଯାଇ ଡ୍ୟାମରେ ବୁଡ଼ି ନିଖୋଜ ହୋଇଯାଇଥିଲେ ଯୁବକ । ୩ ଦିନ ପରେ ମିଳିଲା ମୃତଦେହ । ଅଧିକ ପଢନ୍ତୁ

୩ ଦିନ ପରେ ଡ୍ୟାମରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

author img

By ETV Bharat Odisha Team

Published : Mar 28, 2024, 9:55 PM IST

୩ ଦିନ ପରେ ଡ୍ୟାମରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ଫୁଲବାଣୀ: ଡ୍ୟାମରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର । ହୋଲି ଦିନ ଖେଳ ସାରି ଡ୍ୟାମକୁ ଗାଧୋଇବାକୁ ଯାଇ ଡ୍ୟାମରେ ବୁଡ଼ି ନିଖୋଜ ହୋଇଯାଇଥିଲେ ଯୁବକ । ଶେଷରେ ତିନିଦିନ ପରେ ଡ୍ୟାମରୁ ମିଳିଲା ମୃତଦେହ । ୩ଦିନ ଖୋଜାଖୋଜି ପରେ ବି ନିଖୋଜଙ୍କ ପତ୍ତା ମିଳିନଥିବା ବେଳେ ଆଜି ସକାଳୁ ପୁଣି ଅଗ୍ନିଶମ ବାହିନୀ ସହ ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ୍ ଟିମ୍ ସାମିଲ ହୋଇ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ବହୁ ସମୟ ଧରି ଖୋଜିବା ପରେ ଗଭୀର ପାଣି ଭିତରୁ ନିଖୋଜ ଯୁବକ ଜଣଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ । ନିଖୋଜ ଯୁବକ ଜଣକ ବାଲିଗୁଡ଼ା ନୁଆସାହିର ମଧୂସୁଦନ ବିଷୋୟୀ ବୋଲି ଜଣାପଡ଼ିଛି । ହୋଲି ଦିନ ହୋଲି ଖେଳିବା ପରେ ଦଣ୍ଡପଦର ନିକଟସ୍ଥ ଗୋଇବନ୍ଧା ଡ୍ୟାମକୁ ଗାଧୋଇବାକୁ ଯାଇଥିଲେ ମଧୁସୂଦନ ।

ଏହା ମଧ୍ୟ ପଢନ୍ତୁ.... ହୋଲିରେ ଅଘଟଣ, ପାଣିରେ ବୁଡ଼ି ଛାତ୍ର ମୃତ - Young Men Drowned To Death In Pond

ଡ୍ୟାମରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ମଧୁସୂଦନ । ଆଖପାଖରେ ଥିବା ସମ୍ପର୍କୀୟ ଲୋକେ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ କିନ୍ତୁ ସଫଳ ହୋଇନଥିଲେ । ଆଜି ଛତ୍ରପୁରରୁ ଓଡ୍ରାଫ୍ ଟିମ୍ ଆସିବା ପରେ ଉଭୟେ ମିଶି ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରାୟ ୩୫ ଘଣ୍ଟାର କସରତ ପରେ ଶବ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।

ସେହିପରି ହୋଲି ଦିନ ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କଦଳୀପାଳ ଗ୍ରାମରେ ଯୁବକମାନେ ହୋଲି ଖେଳିବା ପରେ ଗାଁ ପାଖରେ ଥିବା ସାପୁଆ ନଦୀକୁ ଗାଧୋଇବାକୁ ଯାଇଥିଲେ । କିଛି ଯୁବକ ସାଙ୍ଗ ହୋଇ ନଦୀରେ ଗାଧୋଇବା ସମୟରେ ବୈକୁଣ୍ଠ ସାହୁ ନାମକ ଜଣେ ଯୁବକ ପାଣିରେ ବୁଡି ଯାଇଥିଲେ । ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଖୋଜା ଖୋଜି କରି ଉଦ୍ଧାର କରାଯାଇଥିଲା । ପ୍ରଥମେ ଯୁବକଙ୍କୁ ଭାପୁର ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଗ୍ରାମବାସୀ । ମାତ୍ର ନଦୀରେ ବୁଡିଯିବାରୁ ଯୁବକଙ୍କର ମୃତ୍ୟୁ ଘଟିଥିଲା । ମୃତ ଯୁବକ ବୈକୁଣ୍ଠ ସାହୁଙ୍କ ବୟସ ୩୨ ବର୍ଷ ହୋଇଥିଲା ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.