ETV Bharat / state

ପୃଥକ ପୃଥକ ରେଲୱେ ଟ୍ରାକରୁ ମିଳିଲା 3 ମୃତଦେହ - Body recovered from Railway Lines - BODY RECOVERED FROM RAILWAY LINES

Dead Body recovered from Railway Lines: ରେଳ ଧାରଣାରୁ ମିଳିଲା ମୃତଦେହ। ବଲାଙ୍ଗୀର କଣ୍ଟାବାଞ୍ଜିରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ କୋରାପୁଟର ଲାଣ୍ଡିଗୁଡାରୁ ବିଏସ‌ଏଫ ଯବାନଙ୍କ ମୃତଦେହ ଉଦ୍ଧାର କରଯାଇଛି। ଅଧିକ ପଢ଼ନ୍ତୁ,

Dead Body recovered from Railway Lines
Dead Body recovered from Railway Lines (ETV Bharat Odisha)
author img

By ETV Bharat Odisha Team

Published : Jun 11, 2024, 10:34 PM IST

ବଲାଙ୍ଗୀର/ କୋରାପୁଟ: ରେଳ ଧାରଣାରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର। ଆଜି ବଲାଙ୍ଗୀର କଣ୍ଟାବାଞ୍ଜି ତୁରେକେଲା ଅନ୍ତର୍ଗତ ରେଳ ଲାଇନରୁ ଦମ୍ପତିଙ୍କ ସନ୍ଦେହସ୍ପଦ ଭାବରେ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳୁ ଲୋକେ ଉଭୟଙ୍କ କ୍ଷତ ବିକ୍ଷତ ମୃତଦେହ ରେଳ ଧାରଣା ଉପରେ ପଡିଥିବାର ଦେଖିଥିଲେ। ଯାହାର ଖବର ସେମାନେ ସ୍ଥାନୀୟ ଜିଆରପି ପୋଲିସକୁ ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ମୃତକଙ୍କ ପରିଚୟ ମିଳିଥିବା ବେଳେ ସେମାନେ ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଜଲପାଙ୍କେଲ ଗାଁର ମକାରୁ ରଣା ଓ ହୀରା ରଣା ବୋଲି ଜଣାପଡିଛି। ସେହିପରି କୋରାପୁଟର ଲାଣ୍ଡିଗୁଡା ନିକଟସ୍ଥ ନୂଆ କଲୋନୀ ରେଲୱେ ଟ୍ରାକରେ ବିଏସ‌ଏଫ ଯବାନଙ୍କ ମୃତଦେହ ଉଦ୍ଧାର କରଯାଇଛି।

Dead Body recovered from Railway Lines (ETV Bharat Odisha)

ଦମ୍ପତିଙ୍କ ମୃତଦେହ ତୁରକେଲା ରେଳ ଷ୍ଟେସନର ୧୫୪/୨୪ନ ରେଳ ଖୁଣ୍ଟି ରେଳ ଲାଇନ ଟ୍ରାକ ଭିତରୁ ଉଦ୍ଧାର ହୋଇଛି। ଉଭୟଙ୍କ ଦେହରେ କ୍ଷତବୀକ୍ଷତ ଚିହ୍ନ ରହିଛି l ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି କଣ୍ଟାବାଞ୍ଜି ଜିଆରପି ପୋଲିସ l ତେବେ ଏହି ଦମ୍ପତିଙ୍କୁ ହତ୍ୟା କରା ଯାଇଛି ନା ସେମାନେ ଆତ୍ମହତ୍ୟା କରିଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ। ଏହି ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ପୋଲିସର ତଦନ୍ତ ପରେ ହିଁ ଜଣାପଡିବ ବୋଲି କୁହା ଯାଇଛି। ସେପଟେ ଜିଆରପି ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଟିଟଲାଗଡ ଡାକ୍ତରଖାନା ପଠାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି। ଅଧିକ ତଦନ୍ତ ପରେ ସବୁ ସତ୍ୟ ସାମନାକୁ ଆସିବ ବୋଲି କୁହାଯାଇଛି। ସେପଟେ ମୃତକଙ୍କ ପରିବାର ଲୋକ ଏଯାଏଁ ମୃତ୍ୟୁକୁ ନେଇ କୌଣସି ଅଭିଯୋଗ ଆଣି ନଥିବା ଜଣାପଡ଼ିଛି।

ଏହା ମଧ୍ୟ ପଡ଼ନ୍ତୁ.. ନୟାପଲ୍ଲୀରେ ସଡ଼କ ଦୁର୍ଘଟଣା, ଗାଡି ଧକ୍କାରେ ବିଧାୟକ ମୋହନ ମାଝୀଙ୍କ ପିଏ ମୃତ - mla mohan majhi pa died

କୋରାପୁଟ ବିଏସଏଫରେ କନେଷ୍ଟବଳ ଭାବରେ କାର୍ଯ୍ୟରତ ଦେବରାଜ ପ୍ରଧାନ ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବାର ସନ୍ଧେହ କରାଯାଉଛି। ଯବାନ ଜଣକ ଝାରସୁଗୁଡ଼ା ଅଞ୍ଚଳର ହୋଇଥିବା ବେଳେ କୋରାପୁଟ ବିଏସଏଫରେ କାର୍ଯ୍ୟରତ ଥିଲେ । ଗତକାଲି ଠାରୁ ତାଙ୍କ ମୋବାଇଲ ବନ୍ଦ ଥିଲା ଏବଂ ବିଏସଏଫ ତରଫରୁ ତାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଖୋଜଖବର ମିଳିନଥିଲା। ତେବେ ଗତକାଲି ବିଏସଏଫ ତଫରୁ ଥାନାରେ ଖବର ଦିଆଯାଇଥିଲା। ଆଜି ସକାଳେ ଯବାନଙ୍କ ମୃତଦେହ ରେଳ ଧାରଣାରେ ପଡିଥିବା ଦେଖିବାକୁ ମିଳିଥିଲା। ଖବରପାଇ ଘଟଣା ସ୍ଥଳରେ କୋରାପୁଟ ବିଏସଏଫ ଅଧିକାରୀ ସହ ରେଲୱେ ପୋଲିସ ପହଞ୍ଚିଥିଲେ। ଆମ୍ବୁଲାନ୍ସ ଯୋଗେ ମୃତଦେହ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ଯବାନଙ୍କ ମୃତଦେହ ପଠା ଯାଇଥିବା ସୂଚନା ମିଳିଛି।

ଇଟିଭି ଭାରତ, ବଲାଙ୍ଗୀର, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.