ETV Bharat / state

'ବାତ୍ୟାରେ ଜିରୋ କାଜୁଆଲଟି ମିଶନ ସଫଳ', ଦାନା ଲ୍ୟାଣ୍ଡଫଲ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା

ବାତ୍ୟା ଦାନା ଲ୍ୟାଣ୍ଡଫଲ ପରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜିରୋ କାଜୁଆଲଟି ଏବଂ ବାତ୍ୟା ମୁକାବିଲା ସଫଳ ହୋଇଥିବା ଦେଇଛନ୍ତି ସୂଚନା ।

ZERO CAUSALITY MISSION
ZERO CAUSALITY MISSION (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ଭୁବନେଶ୍ବର: ସରିଯାଇଛି ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏବେ କ୍ଷୟକ୍ଷତି ଆକଳନ କରିବେ ଜିଲ୍ଲାପାଳ । ପ୍ରଥମରୁ ମିଶନ ଜିରୋ କାଜୁଆଲଟି ନେଇ ଆଗକୁ ବଢୁଥିବା ମୋହନ ମାଝୀ ସରକାରଙ୍କୁ ମିଳିଛି ସଫଳତା । 'ସଫଳ ହୋଇଛି ରାଜ୍ୟ ସରକାରଙ୍କ ଜିରୋ ମିଶନ କାଜୁଆଲଟି । ଏହା ଆମେ ହାସଲ କରିଛେ । ପ୍ରଶାସନିକ ତତ୍ପରତା ଓ ସମୟ ଉପଯୋଗୀ କାର୍ଯ୍ୟ ଯୋଗୁଁ ବାତ୍ୟାର ସଫଳ ମୁକାବିଲା ହୋଇଛି ।' ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସଫଳ ହେଲା ଜିରୋ ମିଶନ କାଜୁଆଲଟି:

ବାତ୍ୟା ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ‘ବାତ୍ୟାର କ୍ଷୟକ୍ଷତି ଆକଳନ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସଫଳ ହୋଇଛି ଜିରୋ କାଜୁଆଲଟି । ପ୍ରଶାସନିକ ତତ୍ପରତା ଯୋଗୁଁ ଏହା ସଫଳ ମୁକାବିଲା ହୋଇଛି ।’

'ବାତ୍ୟାରେ ଜିରୋ କାଜୁଆଲଟି ମିଶନ ସଫଳ', ଦାନା ଲ୍ୟାଣ୍ଡଫଲ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା (ETV Bharat Odisha)

ସନ୍ଧ୍ୟା ସୁଦ୍ଧା ବିଜୁଳି ସଂଯୋଗ:

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ‘ବାତ୍ୟା ଯୋଗୁଁ ଗଛ ଭାଙ୍ଗିଛି ଓ ବିଦ୍ୟୁତ ଖୁଣ୍ଟ ଉପୁଡିଛି । ତାର ନଷ୍ଟ ହୋଇଛି । ବିଭିନ୍ନ ସ୍ଥାନରେ ଟ୍ରାନ୍ସଫର୍ମର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହା ଦ୍ୱାରା ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ହୋଇଛି । ଏହାକୁ ହଟେଇବା କାମ ଆରମ୍ଭ ହୋଇଛି । ଗଛ ପଡ଼ିଥିବା ଜାଗାରେ ଦିନ 1 ସୁଦ୍ଧା ଗଛ ହଟାଯିବ ଓ ରାସ୍ତା ସଫା କରାଯିବ । ସନ୍ଧ୍ୟା ଭିତରେ ସବୁ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ହେବ । ବିମାନ ସେବା ସ୍ୱାଭାବିକ ହୋଇଛି । ସକାଳ 9 ଟାରେ ଗୋଟେ ବିମାନ ଅବତରଣ କରିଛି । ମା' ଗୃହରେ ଗର୍ଭବତୀ ମହିଳା ମାନେ ସୁରକ୍ଷିତ ଅଛନ୍ତି । ପ୍ରସବ ଅପେକ୍ଷାରେ ଥିବା ମା'ମାନେ 1600ରୁ ଅଧିକ ନବଜାତ ଶିଶୁ ଜନ୍ମ ଦେଇଛନ୍ତି । ଉଭୟ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି । ସେମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି ।’

ବାତ୍ୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ବାତ୍ୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ (ETV Bharat Odisha)

ବାତ୍ୟା ଜନିତ ମୃତାହତ ନାହିଁ:

ଜନ ସାଧାରଣ, ପ୍ରଶାସନିକ ଅଧିକାରି, ଡାକ୍ତର, ଅଗ୍ନିଶମ ବାହିନୀ ଓ ବାତ୍ୟା ମୁକାବିଲାରେ ସାମିଲ ଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭଦ୍ରକରୁ କେନ୍ଦୁଝରର ଆନନ୍ଦପୁର ଓ ଅନୁଗୁଳ ଶେଷ ଆଡକୁ ଗତି କରିବ ବାତ୍ୟା । ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜରେ ବର୍ଷା ହେଉଛି । ମୋବାଇଲ ନେଟୱାର୍କ ଓ ବିଦ୍ୟୁତ ସଂଯୋଗ ସଠିକ ଅଛି । ବାତ୍ୟା ଜନିତ ମୃତାହତ ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ:

ଲାଇଭDANA LANDFALL LIVE UPDATES: ଦୁର୍ବଳ ହେଲା 'ଦାନା', ବାତ୍ୟା ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ, ଜିରୋ କାଜୁଆଲଟି ସଫଳ କହିଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା ହାବେଳିଖଟିରେ ଲ୍ୟାଣ୍ଡଫଲ କଲା ବାତ୍ୟା ଦାନା, ପବନ ବେଗ ୧୨୦ କିଲୋମିଟର, ବର୍ଷା ଜାରି

ବାତ୍ୟା ଆଶ୍ରୟସ୍ଥଳୀରେ ପଶିଲା ସମୁଦ୍ର ପାଣି, ଜଳବନ୍ଦୀରେ ୫୭୧ ପରିବାର

ବାତ୍ୟା ବେଳେ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ, ମାଆ ଗୃହରେ ଜନ୍ମ ନେଲେ ୧୬୦୦ ଶିଶୁ

ଆଶ୍ରୟସ୍ଥଳୀରୁ ଘରକୁ ବାହୁଡ଼ା:

ଲୋକମାନେ ନିଜ ଘରକୁ ଫେରିବା ଆରମ୍ଭ କଲେଣି । କେନ୍ଦ୍ରାପଡ଼ା ତାଳଚୁଆ ଗ୍ରାମର ଆଶା କର୍ମୀ ବୁଢ଼ୀ ମା’ଙ୍କୁ ଆଣି ରିଲିଫ ସେଣ୍ଟରରେ ପହଁଚାଇବା ଉଦ୍ୟମକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି, "ବାଲେଶ୍ଵରର ରେମୁଣାରେ ଦୁଇଟି ରାସ୍ତା ଅବରୋଧ ହୋଇଥିଲା । ଗାଡି ଚଳାଚଳ ସ୍ୱାଭାବିକ କରିବା ଲାଗି ବ୍ୟବସ୍ଥା କରାଯାଉଛି । ମୋବାଇଲ ନେଟୱର୍କ ଓ ବିଦ୍ୟୁତ ସଂଯୋଗ ସଠିକ ଅଛି । ଯେଉଁ ସ୍ଥାନରେ ସମସ୍ୟା ଅଛି, ଆଜି ସଂଧ୍ୟାରେ ସ୍ୱାଭାବିକ ହେବ । ବାତ୍ୟା ଜନିତ ମୃତାହତ ହୋଇନାହିଁ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ଏସଆରସି ଦେଓରଞ୍ଜନ କୁମାର ସିଂ । କଣ୍ଟ୍ରୋଲ ରୁମ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.