ETV Bharat / state

ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ, ଅଫିସ ଆସିବେ ଅଫିସର, କୃଷି ଓ ରାଜସ୍ବ ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା

ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ସବୁ ବିଭାଗୀୟ ଅଧିକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ଏବଂ ରାଜସ୍ବ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଜିଲ୍ଲାପାଳଙ୍କୁ ଦିଆଗଲା ସ୍କୁଲ ଛୁଟି ନିଷ୍ପତ୍ତି ।

author img

By ETV Bharat Odisha Team

Published : 2 hours ago

ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ
ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ (ETV BHARAT ODISHA)

ଭୁବନେଶ୍ବର: ସାମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ଲାଗି ପ୍ରସ୍ତୁତ ଅଛନ୍ତି ସରକାର । ବିଶେଷ ଭାବେ କୃଷି ଓ ଶକ୍ତି ବିଭାଗ ଆର୍ଲଟରେ ଅଛନ୍ତି । ଅଧିକାରୀଙ୍କ ଛୁଟି ହୋଇଛି ବାତିଲ । ମୁଖ୍ୟାଳୟ ଛାଡ଼ି ନଯିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ କାର୍ଯ୍ୟାଳୟରେ ତ୍ୱରିତ ବିଦ୍ୟୁତ ସଂଯୋଗକୁ ଗୁରୁତ୍ୱ ଦିଆଯାଇଛି । କୃଷି ବିଭାଗ ପକ୍ଷରୁ ବିଭିନ୍ନ ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

  • ଅଧିକାରୀଙ୍କ ଛୁଟି ବାତିଲ:-

ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି, "କୃଷି ଓ ଶକ୍ତି ବିଭାଗର ସାମ୍ଭାବ୍ୟ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରାଯାଇଛି । ଉଭୟ ବିଭାଗର ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ମୁଖ୍ୟାଳୟ ଛାଡ଼ି ନଯିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶକ୍ତି ବିଭାଗର 33 ହଜାର କର୍ମଚାରୀ ଷ୍ଟାଣ୍ଡବାଇରେ ଅଛନ୍ତି । ଆବଶ୍ୟକ ପରିମାଣର ବିଦ୍ୟୁତ ଉପକରଣ ମହଜୁଦ ରଖାଯାଇଛି । ତ୍ୱରିତ ଭାବେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶକ୍ତି ବିଭାଗ ପକ୍ଷରୁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇ ସ୍ଥିତି ଉପରେ ନଜର ରଖାଯାଇଛି । ହସ୍ପିଟାଲ ଓ ସରକାରୀ କାର୍ଯ୍ୟାଳୟକୁ ବିଦ୍ୟୁତ ସଂଯୋଗ ବ୍ୟାଘାତ ନହୁଏ ସେଥିପାଇଁ ପଦକ୍ଷେପ ନିଆଯାଇଛି ।

ସାମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ପ୍ରସ୍ତୁତ ଅଛି କୃଷି ଓ ଶକ୍ତି ବିଭାଗ :- ଉପମୁଖ୍ୟମନ୍ତ୍ରୀ (ETV BHARAT ODISHA)
  • କୃଷି ବିଭାଗ ପ୍ରସ୍ତୁତ:

    ସେହିପରି କୃଷି ବିଭାଗର କାର୍ଯ୍ୟ ସମୀକ୍ଷା ହୋଇଛି । ବିଭାଗର ପ୍ରମୁଖ ଶାସନ ସଚିବଙ୍କ ପକ୍ଷରୁ ବିଭିନ୍ନ ନିର୍ଦ୍ଦେଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ମାତ୍ରାଧିକ ବର୍ଷାର ସମ୍ଭାବନା ଥିବାରୁ ଫସଲ ସୁପରିଚାଳନା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ଆରମ୍ଭ ପୂର୍ବରୁ ଧାନକେଣ୍ଡା ୮୫ ଭାଗ ପାଚି ଯାଇଥିବା ସହଳ କିସମ ଧାନକୁ ତୁରନ୍ତ କାଟି ନେଇ ସୁରକ୍ଷିତ ସ୍ଥାନରେ ରଖନ୍ତୁ । ସମ୍ଭବ ହେଲେ କଟା ହୋଇଯାଇଥିବା ଧାନକୁ ବେଙ୍ଗଳା କରି ଦିଅନ୍ତୁ ନଚେତ ସମସ୍ତ କଟା ଧାନ ପଲିଥୁନ ଘୋଡାଇ ସୁରକ୍ଷିତ ରଖନ୍ତୁ । ଧାନ କଟା ଓ ଅମଳ ଯନ୍ତ୍ର ଉପଲବ୍ଧ ଥିଲେ ବିଲରୁ ଧାନ ଅମଳ କରି ସୁରକ୍ଷିତ ସ୍ଥାନରେ ରଖନ୍ତୁ । ମଧ୍ୟମ ଓ ବିଳମ୍ବ କିସମ ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରନ୍ତୁ । ନାଳି ମୁହଁ ଖୋଲା ରଖନ୍ତୁ ।
  • କଣ କହିଲେ ରାଜସ୍ବ ମନ୍ତ୍ରୀ ସୁରେଶ:-
    ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଉଥିବା କହିଛନ୍ତି । ସୁରେଶ ପୂଜାରୀ କହିଛନ୍ତି, ବିଭିନ୍ନ ସଂସ୍ଥାର ପୂର୍ବାନୁମାନରେ ସାମାନ୍ୟ ଭିନ୍ନତା ରହିଛି । ଏହା ଚୂଡାନ୍ତ ପାଣିପାଗ ଆକଳନ ନୁହେଁ । ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନର ଜିଲ୍ଲା ପ୍ରଶାସନଗୁଡିକ ସହ ନିୟମିତ ଯୋଗାଯୋଗରେ ଅଛନ୍ତି । ସମଗ୍ର ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି । ସଂଧ୍ୟା ୬ଟାରେ ବାତ୍ୟା ସମ୍ପର୍କିତ ଚୂଡାନ୍ତ ପ୍ରସ୍ତୁତି ସମୀକ୍ଷା ହେବ । ଏଥିରେ ମୁଖ୍ୟ ଶାସନ ସଚିବ, ସମ୍ପର୍କିତ ବିଭାଗୀୟ ସଚିବ, କୃଷି, ଶକ୍ତି, ସ୍ବାସ୍ଥ୍ୟ, ପଞ୍ଚାୟତରାଜ ବିଭାଗର ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନେ ଉପସ୍ଥିତ ରହିବେ । ମୁକାବିଲା ପ୍ରସ୍ତୁତି ସମୀକ୍ଷା ହେବ । ମୁଖ୍ୟତଃ ତିନୋଟି ପର୍ଯ୍ୟାୟ ପାଇଁ ରଣନୀତି ସ୍ଥିର କରାଯିବ ବାତ୍ୟା ପୂର୍ବବର୍ତ୍ତୀ ସମୟ, ବାତ୍ୟା ଲ୍ୟାଣ୍ଡଫଲ କରିବା ସମୟ ଓ ଏହାର ପରବର୍ତ୍ତୀ ସମ୍ଭାବ୍ୟ ବନ୍ୟା ସ୍ଥିତି ମୁକାବିଲା ନେଇ ମୁକାବିଲା ରଣନୀତି ହେବ । ଓଡିଆରଏଫ ଟିମ ସମ୍ବେଦନଶୀଳ ସ୍ଥାନରେ ପହଞ୍ଚିବା ଆରମ୍ଭ କରୁଛନ୍ତି ।

ଆସୁଛି 'ଦାନା'; ୧୦୦ରୁ ୧୨୦ କିମି ବେଗରେ ବହିବ ପବନ, ବର୍ଷା ପାଇଁ 4 ଜିଲ୍ଲାକୁ ରେଡ୍ ଆଲର୍ଟ

ଇଟିଭି ଭାରତକୁ IMD ଡିଜିଙ୍କ ସୂଚନା: 'ଉପକୂଳ ଓଡ଼ିଶାରେ ପ୍ରବଳ ପବନ ଓ ବର୍ଷା', ବାତ୍ୟା ପାଇଁ ସତର୍କ ରହିବାକୁ SRCଙ୍କ ନିର୍ଦ୍ଦେଶ

ବାତ୍ୟା ମୁକାବିଲା ପ୍ରସ୍ତୁତି; ସଜାଗ ରହିବାକୁ ନିର୍ଦ୍ଦେଶ, କଳାବଜାରୀଙ୍କୁ ସତର୍କବାଣୀ

  • ଜିଲ୍ଲାପାଳ ନେବେ ସ୍କୁଲ ବନ୍ଦ ନିଷ୍ପତ୍ତି

ଜିଲ୍ଲାପାଳମାନଙ୍କୁ ସମସ୍ତ କ୍ଷମତା ପ୍ରଦାନ କରାଯାଇଛି । ସେମାନେ ସ୍ଥିତି ଦେଖି ନିଷ୍ପତ୍ତି ନେବେ । କେତେ ଦିନ ସ୍କୁଲ ବନ୍ଦ ରଖାଯିବ, ତାହା ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ । ସେହିପରି ପ୍ରଭାବିତ ସ୍ଥାନରେ ଥଇଥାନ ହୋଇଥିବା ଲୋକଙ୍କ ପାଇଁ କେତେଦିନ ରନ୍ଧା ଖାଦ୍ୟ ଯୋଗାଯିବ, ସେସମ୍ପର୍କରେ ମଧ୍ୟ ଜିଲ୍ଲାପାଳମାନଙ୍କୁ ନିଷ୍ପତ୍ତି ନେବାର ଅଧିକାର ଦେଇଛନ୍ତି ରାଜ୍ୟ ସରକାର । ଆଜି ସଂଧ୍ୟାରେ ହେବାକୁ ଥିବା ସମୀକ୍ଷା ବୈଠକରେ ଜିଲ୍ଲାପାଳମାନଙ୍କୁ ମଗାଯାଇଥିବା ରିପୋର୍ଟର ସମୀକ୍ଷା ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.