ETV Bharat / state

ପୁରୀ ହୋଟେଲ ଶିଳ୍ପ ଉପରେ ‘ଦାନା’ ପ୍ରଭାବ, ବାତ୍ୟା ବୁଡାଇଲା 15 କୋଟି

ହୋଟେଲ ଶିଳ୍ପ ଉପରେ ବାତ୍ୟା ‘ଦାନା’ ପ୍ରଭାବ । ହୋଟେଲ ଶିଳ୍ପ ପ୍ରଭାବିତ । ହରାଇଲେ 15 କୋଟି ।

CYCLONE DANA IMPACT
CYCLONE DANA IMPACT (ETV Bharat Odisha)
author img

By ETV Bharat Odisha Team

Published : 4 hours ago

ପୁରୀ: ଟଳି ଯାଇଛି ବାତ୍ୟା । କିଛି ସମୟପାଇଁ ଠପ୍ ହୋଇଯାଇଥିବା ବ୍ୟସ୍ତ ବହୁଳ ଜୀବନ ପୁଣି ସ୍ବାଭାବିକ ହୋଇଛି। ଫନି ବାତ୍ୟାକୁ ଅଙ୍ଗେ ନିଭାଇଥିବା ପୁରୀବାସୀ ‘ଦାନା’ର ପ୍ରଭାବ ଶୂନ୍ୟ ହେବା ପରେ ଆଶ୍ବସ୍ତ ହୋଇଛନ୍ତି । ତେବେ ପୂର୍ବରୁ ପର୍ଯ୍ୟଟନକ୍ଷେତ୍ରରେ କଟକଣା ଯୋଗୁ ଆଜି ବି ପର୍ଯ୍ୟଟନ କ୍ଷେତ୍ର ମାନ୍ଦା ରହିଛି । ବାତ୍ୟାକୁ ଦୃଷ୍ଟିରେ ରଖି ଦୁଇଦିନ ପର୍ଯ୍ୟଟକଙ୍କୁ ପୁରୀ ଆସିବା ନେଇ କଟକଣା ଲଗାଯାଇଥିବା ବେଳେ ଏହାକୁ ଜିଲ୍ଲା ପ୍ରଶାସନ ପ୍ରତ୍ୟାହୃତ କରିନେଇଛି । ପର୍ଯ୍ୟଟକଙ୍କୁ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ବେଳାଭୂମି ବୁଲିବା ପାଇଁ ଆମନ୍ତ୍ରଣ କରାଯାଇଛି ।

ପୂର୍ବରୁ ଅଣ୍ଟା ଭାଙ୍ଗିଥିଲା ଫନି:

ବାତ୍ୟା ପ୍ରଭାବ (ETV Bharat Odisha)

ଗତ 2019 ମେ 3 ତାରିଖ ଫନି ବାତ୍ୟାରେ ପୁରୀର ପର୍ଯ୍ୟଟନ ଶିଳ୍ପ ଶକ୍ତ ଧକ୍କା ପାଇଥିଲା । ପର୍ଯ୍ୟଟନ ଶିଳ୍ପକୁ ଅଣ୍ଟା ସଳଖିବାକୁ ଢେର ଶ୍ରମ ଓ ଅର୍ଥର ଆବଶ୍ୟକ ପଡ଼ିଥିଲା । ଅନ୍ୟପକ୍ଷରେ ଅକ୍ଟୋବର ମାସ ଆସିଲେ ଏବଂ ବାତ୍ୟାର ଆଶଙ୍କା ସୃଷ୍ଟି ହେଲେ ପୁରୀର ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ବ୍ୟକ୍ତିବିଶେଷ ଚିନ୍ତାରେ ପଡିଥାନ୍ତି । ବାତ୍ୟା ‘ଦାନା’ଏଥର ପୁରୀରୁ ଦୂରେଇ ରହିଥିବାରୁ ହୋଟେଲ୍ ଶିଳ୍ପ ସହ ଜଡ଼ିତ ବ୍ୟକ୍ତିବିଶେଷ ଆଶ୍ଵସ୍ତ ହୋଇଛନ୍ତି । ତେବେ ଟୁର୍‌ରେ ଆସିଥିବା ବହୁ ପର୍ଯ୍ୟଟକ ବାତ୍ୟା ଭୟରେ ବୁକିଂ ବାତିଲ କରି ଫେରି ଯାଇଥିବାରୁ କ୍ଷତି ସହିବାକୁ ପଡ଼ିଛି ପୁରୀ ହୋଟେଲିୟରଙ୍କୁ ।

ହ୍ରାସ ପାଇଲେ ପର୍ଯ୍ୟଟକ:

ଚିନ୍ତାରେ ହୋଟେଲ ଶିଳ୍ପ
ଚିନ୍ତାରେ ହୋଟେଲ ଶିଳ୍ପ (ETV Bharat Odisha)

ହୋଟେଲ ଗୋଲ୍ଡେନ ପ୍ୟାଲେସ୍‌ର ମାଲିକ କେଦାରନାଥ ଖୁଣ୍ଟିଆ କହିଛନ୍ତି, ‘ବାତ୍ୟା ଦାନା ଯୋଗୁ ଲମ୍ବା ଟୁର୍‌ରେ ଆସିଥିବା ବହୁ ପର୍ଯ୍ୟଟକ ଫେରିଯାଇଛନ୍ତି । ବାତ୍ୟା ହେବା ନେଇ ଘୋଷଣା ହେବା ପରଠୁ ଆଡ଼ଭାନ୍ସ ରୁମ୍ ବୁକିଂ ବାତିଲ ହେବା ସହ ଯେଉଁମାନେ ହୋଟେଲ୍‌ରେ ଥିଲେ ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଫେରି ଯାଇଛନ୍ତି । ମାତ୍ର ୧୦-୧୨ ପ୍ରତିଶତ ପର୍ଯ୍ୟଟକ ହୋଟେଲ୍‌ରେ ରହିଛନ୍ତି। ତେବେ ଏହା ସ୍ବାଭାବିକ ହେବାକୁ ଆହୁରି ଏକ ସପ୍ତାହ ଲାଗିବ । ବର୍ଷ ତମାମ ପୁରୀର ପ୍ରମୁଖ ହୋଟେଲ୍‌ ଗୁଡିକରେ ରୁମ ଗୁଡ଼ିକ ଶତପ୍ରତିଶତ ବୁକିଂ ରହୁଥିଲେ ମଧ୍ୟ ଦାନା ବାତ୍ୟା ପ୍ରଭାବରେ ୨-୩ ଦିନ ହେଲା ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି ।’

ଏହା ମଧ୍ୟ ପଢନ୍ତୁ:

ବାତ୍ୟା ପରେ ଭଦ୍ରକରେ ବନ୍ୟା ସ୍ଥିତି: ତଳିଆ ଅଞ୍ଚଳ ଜଳମଗ୍ନ, ଉଦ୍ଧାର କାର୍ଯ୍ୟ ଜାରି

ପର୍ଯ୍ୟଟକଙ୍କ ପାଇଁ ଗ୍ରୀନ ସିଗନାଲ ଦେଲେ ପୁରୀ ଜିଲ୍ଲାପାଳ, ଶ୍ରୀକ୍ଷେତ୍ର ଆସିପାରିବେ ପର୍ଯ୍ୟଟକ

ବାଲୁକାକଳାରେ ବାତ୍ୟା ସଚେତନତା ବାର୍ତ୍ତା

ମାଡ଼ି ଆସୁଛି 'ଦାନା', ମୁକାବିଲା ପାଇଁ ପ୍ରସ୍ତୁତ ପୁରୀ ପ୍ରଶାସନ, 24 ଓ 25 ତାରିଖ ଶ୍ରୀମନ୍ଦିର ନ ଆସିବାକୁ ଭକ୍ତଙ୍କୁ ଅପିଲ୍

15 କୋଟିରୁ ଅଧିକ କ୍ଷତି:

ହୋଟେଲ୍ ଶିଳ୍ପ ପ୍ରଭାବିତ ହୋଇଛି । ପର୍ଯ୍ୟଟନବିଭାଗର ହିସାବ ମୁତାବକ ପୁରୀରେ ୬ଶହ ହୋଟେଲ୍ ଥିଲେ ହେଁ ବାସ୍ତବରେ ଏହି ସଂଖ୍ୟା ୯ଶହରୁ ଅଧିକ।ଗୋଟିଏ ଭଲ ହୋଟେଲ୍‌ରେ ମାସିକ ଖର୍ଚ୍ଚ କେବଳ ୪୦ରୁ ୪୫ ଲକ୍ଷ। ଦୁଇ ତିନି ଦିନ ମଧ୍ୟରେ ପ୍ରାୟ ୧୫ କୋଟି ଟଙ୍କାରୁ ଅଧିକ କ୍ଷତି ସହିଛି ପୁରୀ ର ହୋଟେଲ ଶିଳ୍ପ। ଫଳରେ ଋଣ କରି ହୋଟେଲ ବ୍ୟବସାୟ କରୁଥିବା ହୋଟେଲିୟର କ୍ଷତିକୁ ନେଇ ଚିନ୍ତାରେ । ସରକାର ଜିଏସଟି, ବିଦ୍ୟୁତ୍ ବିଲରେ କିଛି ରିହାତି ଦେଲେ ହୋଟେଲିୟର କିଛି ଉପକୃତ ହୋଇ ପାରିବେ । ତେବେ ପୁଣି ହୋଟେଲ ବୁକିଂ ଆରମ୍ଭ ହୋଇଛି । ଏକ ସପ୍ତାହ ଭିତରେ ସବୁ ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.