ETV Bharat / state

ଓଡ଼ିଶାକୁ ବାତ୍ୟା ‘ଦାନା’ ଭୟ: ଲଘୁଚାପ ପରେ ୪ ଜିଲ୍ଲାକୁ ରେଡ ଆଲର୍ଟ, ମିଶନ ଜିରୋ କାଜୁଆଲିଟି

ବଳ ଗୋଟାଉଛି ସାମ୍ଭାବ୍ୟ ବାତ୍ୟା ‘ଦାନା’ । ସୃଷ୍ଟି ହେଲା ଲଘୁଚାପ । ୨୩ରୁ ବର୍ଷା ବଢ଼ିବାକୁ ଥିବା ବେଳେ ୪ ଜିଲ୍ଲାକୁ ପାଣିପାଗ ବିଭାଗର ରେଡ ଆଲର୍ଟ ।

author img

By ETV Bharat Odisha Team

Published : 2 hours ago

Etv Bharat
Etv Bharat (Etv Bharat)

ଭୁବନେଶ୍ବର: ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ଉତ୍ତର ଆଣ୍ଡାମାନ ସାଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ଗତକାଲି (ରବିବାର) କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଥିବା ବେଳେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଆସନ୍ତାକାଲି (22 ଅକ୍ଟୋବର) ସକାଳ ସୁଦ୍ଧା ଅବପାତ ପରେ 23 ସକାଳ ସୁଦ୍ଧା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅକ୍ଟୋବର ୨୪ ସକାଳ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗର ନିକଟସ୍ଥ ସମୁଦ୍ର ମଧ୍ୟରେ ଓଡିଶା-ପଶ୍ଚିମବଙ୍ଗ ନିକଟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ଦାନା ପ୍ରଭାବରେ ୨୩ରୁ ବଢ଼ିବ ବର୍ଷା:

ସାମ୍ଭାବ୍ୟ ବାତ୍ୟା ଦାନା ପ୍ରଭାବରେ ଆସନ୍ତା ୨୩ ତାରିଖରୁ ବଢିବ ବର୍ଷା । ୩ ଦିନ ଅର୍ଥାତ ୨୩ ରୁ ୨୫ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଥିବା ବେଳେ ୨୪ ଓ ୨୫ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ । ଅକ୍ଟୋବର ୨୪ରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।

  • 23ରୁ ବଢିବ ବର୍ଷା
  • 23ରୁ25 ଅକ୍ଟୋବର ଯାଏଁ ପ୍ରବଳ ବର୍ଷା ସମ୍ଭାବନା
  • 24ରେ ଉପକୂଳ ଓଡ଼ିଶାରେ ଅତିପ୍ରବଳ ବର୍ଷା ସମ୍ଭାବନା
Cyclone Dana Update
Cyclone Dana Update (ETV Bharat Odisha)

ଏସବୁ ଜିଲ୍ଲାକୁ ୱାର୍ଣ୍ଣିଂ:

‘ଦାନା’ ପ୍ରଭାବରେ ବିଶେଷ କରି ଭୀଷଣ ବର୍ଷା ପାଇଁ ପୁରୀ, ଖୋର୍ଦ୍ଧା,ଗଞ୍ଜାମ ଓ ଜଗତସିଂହପୁରକୁ ରେଡ ଆଲର୍ଟ ସହ କେନ୍ଦ୍ରାପଡା, ନୟାଗଡ, ଖୋର୍ଦ୍ଧା ଓ ଗଜପତି, କନ୍ଧମାଳ,ଭଦ୍ରକ , ବାଲେଶ୍ବର ଓ ମୟୂରଭଞ୍ଜରରେ ପ୍ରବଳରୁ ଅତି ପ୍ରବଳ ପାଇଁ ୱାରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଯାଜପୁର ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, ରାୟଗଡା,କୋରାପୁଟ, ମାଲକାନଗିରି, କଳାହାଣ୍ଡି, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Cyclone Dana Update
Cyclone Dana Update (ETV Bharat Odisha)
  • 4 ଜିଲ୍ଲାକୁ ରେଡ ଆଲର୍ଟ
  • ଜିଲ୍ଲା ଗୁଡିକ ହେଲା -ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର
  • 8 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • 10 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

25ରୁ ପ୍ରବଳରୁ ଅତିପ୍ରବଳ ବର୍ଷା:

ସାମ୍ଭାବ୍ୟ ବାତ୍ୟା ‘ଦାନା’ ପ୍ରଭାବରେ ୨୫ ତାରିଖରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିଛି । ସେହିପରି ୨୬ରେ ପ୍ରବଳ ବର୍ଷା ସହ ୨୭ରେ ବି କାଁ ଭାଁ ସ୍ଥାନରେ ପ୍ରବଳ ବର୍ଷା ରହିବ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୭ ତାରିଖ ଯାଏଁ ରାଜ୍ୟରେ ବର୍ଷା ଥିବା ବେଳେ ପରେ ବର୍ଷାର ପରିମାଣ କମିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

CYCLONE DANA UPDATE
CYCLONE DANA UPDATE (ETV Bharat Odisha)

କେତେ ପ୍ରଭାବିତ କରିବ 'ଦାନା' ?

ତେବେ ଅକ୍ଟୋବର ମାସ ବାତ୍ୟାକୁ ସୁହାଇଥାଏ । କିନ୍ତୁ ଏଯାଏଁ ବାତ୍ୟାର ପ୍ରଭାବ କେତେ ରହିବ ତାହା ସ୍ପଷ୍ଟ ହୋଇନଥିବା ବେଳେ ଆଜି ପରେ ହିଁ ଚିତ୍ର ସ୍ପଷ୍ଟହେବ ଓ ଏହାର ଦିଗ ବା ଗତିପଥ ସ୍ପଷ୍ଟ ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ କହିଛି । ଲଘୁଚାପ ସମୟରେ ୪୫ ରୁ ୫୦ ବା ସର୍ବୋଚ୍ଚ ୬୫ ମିମି ବର୍ଷା ରହିବା ସହ ସ୍ଥଳଭାଗ ଛୁଇଁବା ପରେ ୧୦୦ରୁ ୧୨୦ କିମି ପବନ ବହିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ବାତ୍ୟା ସମ୍ପର୍କିତ ଖବର ପଢନ୍ତୁ:

ଆସୁଛି 'ଦାନା'; ୧୦୦ରୁ ୧୨୦ କିମି ବେଗରେ ବହିବ ପବନ, ବର୍ଷା ପାଇଁ 4 ଜିଲ୍ଲାକୁ ରେଡ୍ ଆଲର୍ଟ

ଇଟିଭି ଭାରତକୁ IMD ଡିଜିଙ୍କ ସୂଚନା: 'ଉପକୂଳ ଓଡ଼ିଶାରେ ପ୍ରବଳ ପବନ ଓ ବର୍ଷା', ବାତ୍ୟା ପାଇଁ ସତର୍କ ରହିବାକୁ SRCଙ୍କ ନିର୍ଦ୍ଦେଶ

ବାତ୍ୟା ମୁକାବିଲା ପ୍ରସ୍ତୁତି; ସଜାଗ ରହିବାକୁ ନିର୍ଦ୍ଦେଶ, କଳାବଜାରୀଙ୍କୁ ସତର୍କବାଣୀ

ସମ୍ଭାବ୍ୟ ବାତ୍ୟା ‘ଦାନା’; ଜାଣନ୍ତୁ କେଉଁ ଦେଶ କଲା ନାମକରଣ, କାହିଁକି ଅକ୍ଟୋବରରେ ବାତ୍ୟା ଡର ?

ଆସୁଛି ‘ଦାନା’; ସତର୍କତା ହିଁ ସୁରକ୍ଷା, ବାତ୍ୟା ପାଇଁ ଏହି ସତର୍କତା ଅବଲମ୍ବନ କରନ୍ତୁ

ମତ୍ସ୍ୟଜୀବୀଙ୍କୁ ଫେରିଆସିବାକୁ ପରାମର୍ଶ:

ପବନର ବେଗକୁ ନେଇ ଅଶାନ୍ତ ରହିବ ସମୁଦ୍ର । ଏଥିପାଇଁ ଆଜି ସୁଦ୍ଧା ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟରୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । ଆଜିଠାରୁ ୨୫ ଅକ୍ଟୋବର ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ସେପଟେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବଡ ବର୍ଷା ନଥିବା ବେଳେ କାଁଭାଁ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।

SRCଙ୍କ ସମୀକ୍ଷା:

ସମ୍ବାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସମୁଦ୍ରକୂଳିଆ ଜିଲ୍ଲାଗୁଡ଼ିକର ଜିଲ୍ଲା ପ୍ରଶାସନକୁ ଆଲର୍ଟ ରଖାଯାଇଛି । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲାପାଳ ସ୍ଥିତି ଉପରେ ନଜର ରଖିଛନ୍ତି । ଏପଟେ ସ୍ବତନ୍ତ୍ର ରିଲିଫ କମିଶନର(SRC) ଆଜି ସମୀକ୍ଷା ବୈଠକ କରି ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ଅବଗତ କରାଇବେ । ରାଜ୍ୟ ସରକାରଙ୍କ Zero Casualty ବା ଶୂନ୍ୟ ମୃତାହତ ଉପରେ ଜୋର ଦେଉଛନ୍ତି । ଏହାକୁ ଦୃଷ୍ଟରେ ରଖି ସମସ୍ତ ପ୍ରତିକାରମୂଳକ ପଦକ୍ଷେପ ନିଆଯାଉଛି ।

ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ:

ବାତ୍ୟା ପାଇଁ ଆଲର୍ଟ ମୋଡ଼କୁ ଆସିଲା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ । ସାମ୍ଭାବ୍ୟ ବାତ୍ୟା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ । ସାମ୍ଭାବ୍ୟ ବାତ୍ୟାର ଗତିପଥ ଉପରେ ତୀକ୍ଷଣ ନଜର ରଖୁଛି କଣ୍ଟ୍ରୋଲ ରୁମ । ସାମ୍ଭାବ୍ୟ ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାର କାର୍ଯ୍ୟ ଉପରେ ନଜର ରଖିଛି ଏସଆରସିଙ୍କ କାର୍ଯ୍ୟାଳୟରେ ଖୋଲିଥିବା କଣ୍ଟ୍ରୋଲ ରୁମ । ସାମ୍ଭାବ୍ୟ ବାତ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ଯିବେ ବରିଷ୍ଠ ଆଇଏଏସ ଅଧିକାରୀ । କେଉଁ ଜିଲ୍ଲାକୁ କେତେ ଏନଡ଼ିଆରଫ ଓ ଓଡ୍ରାଫ ଟିମ ଯିବ ସେନେଇ ଚାଲିଛି ଯୋଜନା । ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି ଜିଲ୍ଲାକୁ ମିଳିବ ଅଧିକ ଏନଡ଼ିଆରଫ, ଓଡ୍ରାଫ ଓ ଅଗ୍ନିଶମ ଟିମ । ଆଜି ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲା ଅଭିମୁଖେ ବାହାରିବ NDRF ଟିମ, ଓଡ୍ରାଫ ଓ ଅଗ୍ନିଶମ ଟିମ । ଜିଲ୍ଲାପାଳ ମାନେ ସ୍ଥିତି ସମୀକ୍ଷା କରି ଅପରାହ୍ନ ସୁଦ୍ଧା ଦେବେ ରିପୋର୍ଟ । ଏହା ପରେ ଆବଶ୍ୟକତା ଅନୁଯାୟୀ ସରକାର ସହାୟତା ଯୋଗାଇ ଦେବେ । ମଧ୍ୟାହ୍ନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନେବେ ଗୁରୁତ୍ୱପୂର୍ଣ୍ଣ ବୈଠକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.