ETV Bharat / state

ଜୀବନ ହାରିବା ଉଦ୍ୟମ ପରେ ନିଖୋଜ ଓ ସକାଳୁ ଥାନାରେ ହାଜର - attempt for suicide in KATHAJODI

author img

By ETV Bharat Odisha Team

Published : Aug 10, 2024, 11:08 PM IST

ATTEMPT FOR SUICIDE IN KATHAJODI: ଗତକାଲି ତ୍ରିଶୂଳିଆ ନେତାଜୀ ସୁବାଷ ସେତୁରୁ କାଠଯୋଡିକୁ ଡେଇଁ ପଡ଼ିଥିବା ଜଣେ ମହିଳା ଏବଂ ଜଣେ ପୁରୁଷ ଆଜି ସକାଳୁ ପୁରୀଘାଟ ଥାନାରେ ହାଜର ହୋଇଛନ୍ତି । ଯାହାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

ATTEMPT FOR SUICIDE IN KATHAJODI
ATTEMPT FOR SUICIDE IN KATHAJODI (ETV Bharat Odisha)

କଟକ: ବଢି ପାଣିକୁ ଡେଇଁ ଜୀବନ ହାରିବା ଉଦ୍ୟମ । ରାତିରେ ନିଖୋଜ । ଦିନରେ ଥାନାରେ ହାଜର । ଏଭଳି କିଛି ରୋଚକ ଦୃଶ୍ୟ କଟକ ପୁରୀଘାଟ ଥାନା ଅଞ୍ଚଳରେ ଆଜି ଦେଖିବକୁ ମିଳିଛି । ଗତକାଲି ସନ୍ଧ୍ୟାରେ କାଠଯୋଡି ନଦୀକୁ ଡେଇଁ ଜୀବନ ହାରିବା ଉଦ୍ୟମ କରିଥିବା କୃଷ୍ଣ ମୂଦୁଲି ଏବଂ ବର୍ଷା ଲେଙ୍କା, ଆଜି ଆଶ୍ଚର୍ଯ୍ୟଜନକ ଭାବେ ଆସି କଟକ ପୁରୀଘାଟ ଥାନାରେ ପହଞ୍ଚିଛନ୍ତି । ତେବେ ଜୀବନ ହାରିବା ଉଦ୍ୟମ ପଛର ନିର୍ଦ୍ଧିଷ୍ଟ କାରଣ କ'ଣ ତାହା ନକହି,ସେମାନଙ୍କର କିଛି ସମସ୍ୟା ଥିବା କାରଣରୁ ଏଭଳି ପଦକ୍ଷେପ ନେଇଥିଲେ ବୋଲି କହିଛନ୍ତି କୃଷ୍ଣ । ତେଣେ ପାରିପାର୍ଶ୍ବିକ ଅବସ୍ଥାକୁ ଦେଖି ସନ୍ଦେହ ପ୍ରକାଟ କରିଛନ୍ତି ଅଗ୍ନିଶମ ବାହିନୀର ଅଧିକାରୀ । କାଠଯୋଡି ନଦୀରେ ୨ ଜଣ ବ୍ୟକ୍ତି କେମିତି ରାତିରେ ବଞ୍ଚିକି ଫେରିଲେ ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତ୍ରିଶୂଳିଆ ନେତାଜୀ ସୁବାଷ ସେତୁରୁ ଗତକଲି କାଠଯୋଡିକୁ ଡେଇଁ ପଡିଥିଲେ ଉଭୟେ । କଟକରର କୃଷ୍ଣ ମୂଦୁଲି ଏବଂ ତାଙ୍କ ଶଳା ଭାଉଜ ବର୍ଷା ଲେଙ୍କା ଉଭୟଙ୍କୁ ଖୋଜିବା ପାଇଁ ଗତ ରାତିରୁ ଅଗ୍ନିଶମ ବାହିନୀ ଅକ୍ଲାନ୍ତ ପରିଶ୍ରମ ଚଳାଇଥିଲା । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଆଜି ସକାଳୁ ଉଭୟେ ବର୍ଷା ଏବଂ କୃଷ୍ଣ ଆସି କଟକ ପୁରୀଘାଟ ଥାନାରେ ପହଞ୍ଚିଥିଲେ । ଯେହେତୁ ଉଭୟେ ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ,ତେଣୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଜାଣିବା ପାଇଁ ପୋଲିସ ଉଭୟେଙ୍କୁ ସିଟି ହସ୍ପିଟାଲକୁ ପଠାଇଥିଲା ।

ଏହା ମଧ୍ୟ ପଢନ୍ତୁ ...ତ୍ରିଶୁଳିଆ ବ୍ରିଜ ପାଲଟିଲା ମିସିଙ୍ଗ୍ ସ୍ପଟ, କାଲି ମହିଳା ଆଜି ଯୁବକ ନିଖୋଜ

ଏନେଇ କୃଷ୍ଣ କହିଛନ୍ତି,"ଆମର କିଛିଟା ସମସ୍ୟା ଥିଲା । ଯେଉଁଥି ପାଇଁ ସେ ଜୀବନ ହାରିବାକୁ ଉଦ୍ୟମ କରିଥିଲା । "ହେଲେ କ'ଣ ସେ ସମସ୍ୟା କହିବାକୁ ମନା କରିଥିଲେ ସେ । କେଉଁ ନିର୍ଦ୍ଦିଷ୍ଟ କାରଣ ପାଇଁ ସେମାନଙ୍କୁ ଏହି ଭଲି ନିଷ୍ପତ୍ତି ନେଇଥିଲା ତାହା ଜଣାପଡ଼ି ନାହିଁ । ତେବେ ଏହି ୨ ଚର୍ଚ୍ଚିତ ଚେହେରା ବର୍ଷା ଏବଂ କୃଷ୍ଣ ପ୍ରକୃତରେ ଜୀବନ ହାରିବାକୁ ପାଇଁ ଉଦ୍ୟମ କରିଥିଲେ କି ? ନାଁ ଏକ ଡ୍ରାମା ରଚିଥିଲେ, ତାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ଅଗ୍ମିଶମ ଅଧିକାରୀ । ଯଦି ଘଟଣା ମିଛ ହୋଇଥାଏ, ତେବେ ଉଭୟଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ଏଏଫଓ । ଅନ୍ୟପଟେ କଟକ ଅତରିକ୍ତ ଡିସିପି କହିଛନ୍ତି ,"ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଉଭୟଙ୍କୁ ଥାନାରେ ପଚରାଉଚରା କରାଯାଇଛି । ଖୁବ ଶୀଘ୍ର ଏହି ଦିଗରେ ତଦନ୍ତ ରିପୋର୍ଟ ଆସିବ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.