ETV Bharat / state

ଆସୁଛି ଘୋଷଯାତ୍ରା; ପାତାଳୀ ଶ୍ରୀକ୍ଷେତ୍ରରେ ରଥ ମରାମତି କାର୍ଯ୍ୟ ତ୍ବରାନ୍ବିତ - Lord Jagannath Rath Construction - LORD JAGANNATH RATH CONSTRUCTION

Rath Construction In Boudh: ପାଖେଇ ଆସୁଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ପଶ୍ଚିମ ଓଡ଼ିଶାର ସର୍ବବୃହତ ରଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ଅଧିକ ପଢନ୍ତୁ

Rath Construction In Boudh
Rath Construction In Boudh (ETV Bharat Odisha)
author img

By ETV Bharat Odisha Team

Published : Jun 18, 2024, 12:33 PM IST

ବୌଦ୍ଧ: ତିନି ଦିନିଆ ରଜ ପର୍ବ ଶେଷ ହେବା ପରେ ସୋମବାର ପାଳନ ହୋଇଥିଲା ବସୁମତୀ ସ୍ନାନ । ବଜ୍ର କ୍ଷେତ୍ର ତଥା ପାତାଳୀ ଶ୍ରୀକ୍ଷେତ୍ରରେ ବିରାଜମାନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରାଚୀନ ମନ୍ଦିରରେ ସକାଳୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ବସୁମତୀ ସ୍ନାନ ବା ଲକ୍ଷ୍ମୀ ବୁଡ଼ ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଲକ୍ଷ୍ମୀ ଠାକୁରାଣୀ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଇଥିବା ବେଳେ ପଶ୍ଚିମ ଓଡ଼ିଶାର ସର୍ବବୃହତ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଜୋରଦାରରେ ଆରମ୍ଭ ହୋଇଛି । ଜିଲ୍ଲାରେ ଏହି ଦିନରୁ ରଥ ମରାମତି କାର୍ଯ୍ୟକୁ ତ୍ବରାନ୍ବିତ କରାଯାଏ ।

Rath Construction In Boudh (ETV Bharat Odisha)

ତିନି ଦିନ ଧରି ଅନୁଷ୍ଠିତ ରଜ ଉତ୍ସବ ପରେ ସୋମବାର ବିଭିନ୍ନ ସ୍ଥାନରେ ବସୁମତୀ ସ୍ନାନ ବା ଲକ୍ଷ୍ମୀ ବୁଡ଼ ପର୍ବ ଅନୁଷ୍ଠିତ ହୋଇଥିଲା । ଭକ୍ତ ଓ ଶ୍ରଦ୍ଧାଳୁ ମାନେ ସକାଳୁ ଦେବୀ ମା' ଲକ୍ଷ୍ମୀ ଠାକୁରାଣୀଙ୍କ ଦର୍ଶନ କରିବା ସହିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଥିଲେ । ବୌଦ୍ଧ ଜିଲ୍ଲା ସଦରମହକୁମାଠାରେ ଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧା ବିଗ୍ରହ ଦୁର୍ଲଭ ଚନ୍ଦନ କାଠରେ ନିର୍ମାଣ ହୋଇଥିବା ବେଳେ ଏଠାରେ କେବେ ମଧ୍ୟ ନବକଳେବର ଅନୁଷ୍ଠିତ ହୋଇନଥାଏ । ସେହିପରି ବୌଦ୍ଧର ପ୍ରସିଦ୍ଧ ଘୂର୍ଣ୍ଣାୟମାନ ରଥ ମଧ୍ୟ ଅଭଙ୍ଗ ହୋଇଥିବାରୁ ପ୍ରତ୍ୟେକ ବର୍ଷ ଏହି ବିଶାଳକାୟ ରଥର ମରାମତି କାର୍ଯ୍ୟ ସମ୍ପାଦନ କରାଯାଇଥାଏ ।

ଏହା ମଧ୍ୟ ପଢନ୍ତୁ... ସ୍ନାନ ଯାତ୍ରା ନେଇ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ଶୃଙ୍ଖଳିତ ଦର୍ଶନ ସହ ନୀତିକାନ୍ତି ଉପରେ ଗୁରୁତ୍ବ - SNANA YATRA 2024

10ଗୋଟି ଚକ ସହାୟତାରେ ଏହି ବିଶାଳ ରଥକୁ ରାଜତନ୍ତ୍ର ଶାସକ କାଳରେ ବୌଦ୍ଧ ରାଜା ନାରାୟଣ ପ୍ରସାଦ ଦେବଙ୍କ ତତ୍ତ୍ବାବଧାନରେ ଦୁଇ ଜଣ ଶିଖ ସଂପ୍ରଦାୟର କୁଶଳୀ କାରିଗର ଶ୍ୟାମ ସିଂ ଓ ଖେମ ସିଂ ନିଜ ସହଯୋଗୀଙ୍କ ସହିତ ଏଭଳି ବିରଳ ଘୂର୍ଣ୍ଣାୟମାନ ତଥା ଅଭଙ୍ଗ ରଥର ନିର୍ମାଣ କରିଥିଲେ । ତେବେ ବର୍ତ୍ତମାନ ରଥଟି ଶତାଧିକ ବର୍ଷ ହୋଇସାରିଥିବା ବେଳେ ରଥଟି ଅତ୍ୟନ୍ତ ଦୁର୍ବଳ ଅବସ୍ଥାକୁ ଆସିଗଲାଣି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରୁ ଶ୍ରୀକ୍ଷେତ୍ର ପୁରୀ ରଥ ନିର୍ମାଣ ପାଇଁ ରଥକାଠ ପଠାଯାଉଥିବା ବେଳେ ଜିଲ୍ଲାର ଏହି ପ୍ରସିଦ୍ଧ ରଥ ନିର୍ମାଣ ପାଇଁ ରଥକାଠ ମିଳୁନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମତ ପ୍ରକାଶ ପାଇଛି । ଗୁରୁବାର ବସୁମତୀ ସ୍ନାନ ଅବସରରେ ରଥ ମରାମତି କାର୍ଯ୍ୟ ଜୋରଦାର ଭାବରେ ବଢେଇ ମହାରଣାମାନେ ଲାଗି ପଡ଼ିଛନ୍ତି । ଭକ୍ତ ଶ୍ରଦ୍ଧାଳୁମାନେ ମଧ୍ୟ ଘୋଷଯାତ୍ରା ପାଇଁ ଅତ୍ୟନ୍ତ ଖୁସିର ସହିତ ଅପେକ୍ଷା କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.