ETV Bharat / state

ମୋଦିଙ୍କୁ କଂଗ୍ରେସର ପାଲଟା ଜବାବ; 'ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ହାସ୍ୟାସ୍ପଦ' - Congress Slams Narendra Modi

Congress Press meet: ଓଡିଶାରେ କଂଗ୍ରେସକୁ ଟାର୍ଗେଟ କରିବା ପରେ ମୋଦିଙ୍କୁ କଂଗ୍ରେସର ପାଲଟା ଜବାବ । ଗରିବମାନଙ୍କ ପାଇଁ କଂଗ୍ରେସ କିଛି କରିନାହିଁ ବୋଲି ପ୍ରଧାନମନ୍ତ୍ରୀ କହିବା ସଂପୂର୍ଣ୍ଣ ହାସ୍ୟାସ୍ପଦ କହିଲେ ଶରତ ରାଉତ । ଅଧିକ ପଢନ୍ତୁ

ମୋଦିଙ୍କୁ କଂଗ୍ରେସର ପାଲଟା ଜବାବ
ମୋଦିଙ୍କୁ କଂଗ୍ରେସର ପାଲଟା ଜବାବ
author img

By ETV Bharat Odisha Team

Published : Mar 8, 2024, 8:50 AM IST

ମୋଦିଙ୍କୁ କଂଗ୍ରେସର ଟାର୍ଗେଟ

ଭୁବନେଶ୍ବର: ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ । ମିଥ୍ୟା ଆରୋପ ଓ ଦାୟୀତ୍ବହୀନ ମନ୍ତବ୍ୟ କହିଲା କଂଗ୍ରେସ । ଗତ ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ମିଥ୍ୟାରୋପ ଏବଂ ଦାୟୀତ୍ବହୀନ, ଯାହାକୁ ଓଡ଼ିଶାବାସୀ କେବେବି ଗ୍ରହଣ କରିବେ ନାହିଁ ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ସଂପାଦକ ତଥା ପୂର୍ବତନ ମନ୍ତ୍ରୀ ଶରତ ରାଉତ କହିଥିଲେ । ପ୍ରଧାନମନ୍ତ୍ରୀ ଗରିବମାନଙ୍କ ପାଇଁ କଂଗ୍ରେସ କିଛି କରିନାହିଁ କହିବା ସଂପୂର୍ଣ୍ଣ ହାସ୍ୟାସ୍ପଦ । କେନ୍ଦ୍ରରେ ୧୦ ବର୍ଷ ଧରି ସରକାରରେ ଥିବା ମୋଦି ସରକାର ଗରିବମାନଙ୍କ ପାଇଁ କିଛି ଉଲ୍ଲେଖମୂଳକ କାର୍ଯ୍ୟ କରିନାହାନ୍ତି । ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି କରିବା ପରିବର୍ତ୍ତେ ସେମାନଙ୍କୁ ଅଧିକ ଗରିବି କରିଛନ୍ତି ବୋଲି ଶରତ କହିଛନ୍ତି ।

ଏ ସରକାର ସଂପୂର୍ଣ୍ଣଭାବେ ଗରିବ ବିରୋଧ୍ ବୋଲି ଆକ୍ଷେପ କରିଥିଲେ ଶରତ । ସେ କହିଛନ୍ତି, "କଂଗ୍ରେସ ସଦାସର୍ବଦା ଗରିବମାନଙ୍କ ପାଇଁ କାର୍ଯ୍ୟ କରିଛି ଓ ଆଗକୁ କରିଚାଲିବ । ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟ କଂଗ୍ରେସ ସରକାର ସମୟରେ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବହାରଲାଲ ନେହେରୁଙ୍କ ଠାରୁ ଆରମ୍ଭ କରି ମନମୋହନ ସିଂହଙ୍କ ପର୍ଯ୍ୟନ୍ତ କଂଗ୍ରେସ ସରକାର ସମୟରେ ଗରିବମାନଙ୍କୁ ପ୍ରାଧାନ୍ୟ ଦେବା ସହ ସେମାନଙ୍କୁ ଖାଦ୍ୟ, ବସ୍ତ୍ର, ବାସଗୃହ ପର୍ଯ୍ୟନ୍ତ ସମସ୍ତ ସୁବିଧା ଉପଲବ୍ଧ କରିଛି । ଜମିଦାରୀ ଉଚ୍ଛେଦ, ବ୍ୟାଙ୍କ ଜାତୀୟକରଣ, ୧୯୭୫ ମସିହାରେ ଇନ୍ଦିରା ଗାନ୍ଧୀ ଆଣିଥିବା ୨୦ ଦଫା ସବୁ ଶ୍ରେଣୀ ଓ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ୧୯୮୫ରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଅବାସ ଯୋଜନା ପରବର୍ତ୍ତୀ ଅବସ୍ଥାରେ ଇନ୍ଦିରାବାସ ଯୋଜନା ମାଧ୍ୟମରେ କୋଟି କୋଟି ଗରିବ ପରିବାର ସେମାନଙ୍କ ବାସଗୃହ ପାଇଛନ୍ତି ।"

ଏହା ମଧ୍ୟ ପଢନ୍ତୁ: ପ୍ରଧାନମନ୍ତ୍ରୀଙ୍କ 19600 କୋଟିର ଭେଟି, ଓଡିଶା ଏବଂ ଭାରତର ବିକାଶ ପାଇଁ ବିଜୁ ବାବୁଙ୍କ ଅବଦାନ ଅତୂଳନୀୟ

ସେ ଆହୁରି କହିଛନ୍ତି, "ଅନ୍ନପୂର୍ଣ୍ଣା ଯୋଜନା ପରେ କଂଗ୍ରେସ ଖାଦ୍ୟ ସୁରକ୍ଷା ଆଇନ ଆଣି ଗରିବମାନଙ୍କ ମୁହଁରେ ଖାଦ୍ୟ ଦେଇ ସେମାନଙ୍କ ମୁହଁରେ ହସ ଫୁଟାଇ ପାରିଛି । କେନ୍ଦ୍ରରେ ୟୁପିଏ ସରକାର ସମୟରେ ୨୭ କୋଟି ପରିବାର ଗରିବୀରୁ ମୁକ୍ତି ପାଇଥିଲେ । ଏହା ପଛରେ ଥିଲା କଂଗ୍ରେସ ସରକାରର ସେମାନଙ୍କ ପ୍ରତି ଉପଯୁକ୍ତ ପଦକ୍ଷେପ । କିନ୍ତୁ କେନ୍ଦ୍ରରେ ଥିବା ମୋଦି ସରକାର ସମୟରେ ତାଙ୍କର କର୍ପୋରେଟ୍ ମିତ୍ରମାନଙ୍କର ୧୨ ଲକ୍ଷ କୋଟି ଟଙ୍କା ଋଣ ଛାଡ଼ କରିପାରନ୍ତି, କିନ୍ତୁ ଗରିବ ଚାଷିର ଋଣ ଛାଡ଼ କରିପାରନ୍ତି ନାହିଁ । କେନ୍ଦ୍ରରେ ଥିବାବେଳେ କଂଗ୍ରେସ ସରକାର ୭୪ ହଜାର କୋଟି ଟଙ୍କାର ଚାଷୀମାନଙ୍କର ହିତ ଉଦ୍ଦେଶ୍ୟରେ କୃଷି ଋଣ ଛାଡ଼ କରିଥିଲେ । ଯେଉଁ ରାଜ୍ୟରେ ମଧ୍ୟ କଂଗ୍ରେସ ସରକାର ଗଠନ କରିଛି ସେହି ରାଜ୍ୟମାନଙ୍କରେ ଚାଷିମାନଙ୍କ କୃଷି ଋଣ ଛାଡ଼ ହୋଇଛି । ମୋଦି ସରକାର ସମୟରେ ତାଙ୍କର ପୁଞ୍ଜିପତି ମିତ୍ରମାନେ ଦେଶର ଧନକୁ ଲୁଟ୍ କରି ଋଣ ନେଇ ବିଦେଶରେ ମଉଜ ମଜଲିସ୍ କରୁଛନ୍ତି, କିନ୍ତୁ ନିରବଦ୍ରଷ୍ଟା ସାଜିଛନ୍ତି ପ୍ରଧାନମନ୍ତ୍ରୀ । ଦେଶ ଋଣ ଭାରରେ ବୁଡ଼ି ରହିଛି, କିନ୍ତୁ ପ୍ରଧାନମନ୍ତ୍ରୀ ନିଜ ଆତ୍ମପ୍ରଚାରରେ ବ୍ୟସ୍ତ । କେନ୍ଦ୍ର ସରକାର ବ୍ୟାଙ୍କ, ରେଲୱେ, ଏୟାରପୋର୍ଟ ସମେତ ବିଭିନ୍ନ ପିଏସ୍‌ୟୁକୁ ଘରୋଇକରଣ କରି ସେମାନଙ୍କ ମିତ୍ରକୁ ସହଯୋଗ କରିବାରେ ଲାଗିପଡ଼ିଛନ୍ତି ।" ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥି, ପଞ୍ଚାନନ ଦାସ ଓ ଝୁନା ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.