ETV Bharat / state

ସୁବର୍ଣ୍ଣପୁରରେ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ - congress guarantee - CONGRESS GUARANTEE

Congress Guarantee: ନିର୍ବାଚନ ପୂର୍ବରୁ ୧୦ଟି ଗ୍ୟରେଣ୍ଟି ଦେଲା କଂଗ୍ରେସ । କଂଗ୍ରେସ ସରକାର ଆସିଲେ ସବୁ ଗ୍ୟାରେଣ୍ଟି ୧୦୦ଦିନ ଭିତରେ କାର୍ଯ୍ୟକାରୀ ହେବା ନେଇ ଦେଲା ଗ୍ୟାରେଣ୍ଟି ।ଅଧିକ ପଢନ୍ତୁ

ସୁବର୍ଣ୍ଣପୁରରେ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ

author img

By ETV Bharat Odisha Team

Published : Mar 23, 2024, 9:53 PM IST

ସୁବର୍ଣ୍ଣପୁରରେ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ

ସୁବର୍ଣ୍ଣପୁର: ଜିଲ୍ଲା କଂଗ୍ରେସ ପକ୍ଷରୁ ଚଳିତ ସାଧାରଣ ନିର୍ବାଚନ ପାଇଁ ଦଳୀୟ କାର୍ଯ୍ୟକ୍ରମକୁ ଜୋରଦାର କରିଛି ।ଆଜି(ଶନିବାର)ଦିନ କଂଗ୍ରେସ ଦଳର ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ କରାଯାଇଛି । ଏହି ଅବସରରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ବିନୋଦ ପାତ୍ର ।

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସୁବର୍ଣ୍ଣପୁର ସହରର ଗ୍ରୀନ ପାର୍କ ସମ୍ବିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ବିଳନୀ ଆୟୋଜନ କରି ଦଳର ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂହ ଭୋଇ ଯୋଗ ଦେଇଥିଲେ । ସେ କଂଗ୍ରେସ ଜାରି କରିଥିବା ଗ୍ୟାରେଣ୍ଟି କାର୍ଡ ସମ୍ପର୍କରେ ଆଲୋଚନା କରିଥିଲେ । କଂଗ୍ରେସ ପକ୍ଷରୁ ଗୃହ ଜ୍ୟୋତି ,କୃଷକ ବନ୍ଧୁ ,ଯୁବ ବିକାଶ ଗୃହ ଲଷ୍ମୀ ଓ ଜନକଲ୍ୟାଣ ଆଦି ବିଭିନ୍ନ ଯୋଜନା ଜରିଆରେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି,ଚାଷୀଙ୍କ ଉତ୍ପାଦନ ଉଚିତ ମୂଲ୍ୟରେ ବିକ୍ରି ପାଇଁ ବ୍ୟବସ୍ଥା ,ବେକାର ଯୁବକ ଯୁବତୀମାନଙ୍କୁ ବେକାରୀ ଭତ୍ତା ପ୍ରଦାନ କରିବା ପାଇଁ ପ୍ରତିଶୃତି ପ୍ରଦାନ କରିଛି ।

ସେହିପରି 200 ୟୁନିଟ ପର୍ଯ୍ୟନ୍ତ ବିଜୁଳି ଦେୟ ମାଫ ,ଚାଷୀଙ୍କ ପାଇଁ କୃଷି ଋଣ ଛାଡ ,ମାସିକ 2000 କୃଷକ ଭତ୍ତା ,ଶସ୍ୟ କୁଇଣ୍ଟାଲ ପିଛା 1300 ଟଙ୍କା ବୋନସ ପ୍ରଦାନ ,ଗୃହିଣୀ ମାନଙ୍କୁ ମାସିକ2000 ଟଙ୍କା ଭତ୍ତା ,500 ଟଙ୍କାରେ ଗ୍ୟାସ ସିଲିଣ୍ଡର ,ଆଦିବାସୀ ଓ ଦଳିତ ମହିଳାଙ୍କୁ ମାସିକ 3000 ଟଙ୍କା ପ୍ରଦାନ କରିବା ପାଇଁ କଂଗ୍ରେସ ଗ୍ୟାରେଣ୍ଟି ଦେଇଛି ।

ଏହାସହ ମାସିକ ବାର୍ଦ୍ଧକ୍ୟ ଭତ୍ତା 2000 ଟଙ୍କା ,25 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ,6 ମାସ ଭିତରେ ଚିଟଫଣ୍ଡ ଜମାକାରୀଙ୍କୁ ସୁଧ ସହ ମୂଳଧନ ଫେରସ୍ତ କରିବା ପାଇଁ ଗ୍ୟାରେଣ୍ଟି ଦେଇଛି । ସେହିପରି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ 27 ପ୍ରତିଶତ ସ୍ଥାନ ସଂରକ୍ଷଣ ଆଦି ପ୍ରତିଶୃତି ଦେଇଛି ଦଳ । କଂଗ୍ରେସ ସରକାର ଗଢିଲେ ସବୁ ଗ୍ୟାରେଣ୍ଟି ୧୦୦ ଦିନ ଭିତରେ କାର୍ଯ୍ୟକାରୀ ହେବା ନେଇ ପ୍ରତିଶୃତି ଦେଇଛି ।

ଏହା ମଧ୍ୟ ପଢନ୍ତୁ .......ନୂଆପଡ଼ାରେ ପିସିସି ସଭାପତିଙ୍କ ପ୍ରତିଶ୍ରୁତି, '100 ଦିନରେ ପୂରଣ ହେବ କଂଗ୍ରେସ ଗ୍ୟାରେଣ୍ଟି'

ସେପଟେ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ କରି ଜିଲ୍ଲାର ଭୋଟରଙ୍କୁ କଂଗ୍ରେସ ନିଜ ଦଳ ପ୍ରତି ଆକର୍ଷିତ କରିବାକୁ ପ୍ରୟାସ ଆରମ୍ଭ କରିଛି । ଜିଲ୍ଲା କଂଗ୍ରେସ ସଭାପତି ବିନୋଦ ପାତ୍ରଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଆଗମୀ ନିର୍ବାଚନରେ ଉଭୟ ସୋନପୁର ଓ ବିରମହରାଜପୁର ବିଧାନସଭା ଆସନ ହାତେଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ସେହିପରି ବଲାଙ୍ଗୀର ଲୋକସଭା ଆସନ ପାଇଁ ଉଭୟ ସୋନପୁର ଓ ବିରମହରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଲୋକସଭା ପ୍ରାର୍ଥୀଙ୍କୁ ସର୍ବାଧିକ ଭୋଟରେ ବିଜୟୀ କରିବା ପାଇଁ ଉଦ୍ୟମ ଜାରି ରଖିଛି ଦଳ ।

ଇଟିଭି ଭାରତ,ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.