ETV Bharat / state

ମା' ଭୈରବୀଙ୍କ ଆଶୀର୍ବାଦ ନେଇ ପ୍ରଚାର ଅଭିଯାନ ଆରମ୍ଭ କଲେ ନବ କୁମାର ମିଶ୍ର - Boudh Assembly Constituency - BOUDH ASSEMBLY CONSTITUENCY

Congress Election Campaign In Boudh: ମା' ଭୈରବୀଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କଲେ ବୌଦ୍ଧ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ନବ କୁମାର ମିଶ୍ର । ଅଧିକ ପଢ଼ନ୍ତୁ

ନବ କୁମାର ମିଶ୍ର
ନବ କୁମାର ମିଶ୍ର
author img

By ETV Bharat Odisha Team

Published : Apr 7, 2024, 10:17 PM IST

ମା' ଭୈରବୀଙ୍କ ଆଶୀର୍ବାଦ ନେଇ ପ୍ରଚାର ଅଭିଯାନ ଆରମ୍ଭ କଲେ ନବ କୁମାର ମିଶ୍ର

ବୌଦ୍ଧ: ମୁଣ୍ଡ ଉପରେ ନିର୍ବାଚନ ଘଡି । ରାଜ୍ୟର ପ୍ରମୁଖ ଦଳମାନେ ପର୍ଯ୍ୟାୟ କ୍ରମେ ନିଜ ନିଜର ଦଳୀୟ ପ୍ରାର୍ଥୀ ଘୋଷଣା କରୁଛନ୍ତି । ନିର୍ବାଚନ ରଣାଙ୍ଗନରେ ଲଢ଼ିବା ପାଇଁ ନେତାମାନେ ସଜବାଜ ହେଲେଣି । ନେତାମାନେ ଜୋରସୋରେ ପ୍ରଚାର ଚଲାଇଥିବା ବେଳେ ପ୍ରଚାରରେ କମ୍ପିଲାଣି ରାଜନୀତି ମୈଦାନ । ସେପଟେ ପ୍ରଚାରକୁ ଓହ୍ଲାଇଛନ୍ତି ବୌଦ୍ଧ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ନବ କୁମାର ମିଶ୍ର । ଜିଲ୍ଲାର ଆରାଧ୍ୟ ଦେବୀ ମା' ଭୈରବୀଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କରିଛନ୍ତି ନବ ।

ବୌଦ୍ଧ ନିର୍ବାଚନ ମଣ୍ଡଳୀରୁ ବରିଷ୍ଠ ଆଇନଜୀବୀ ନବ କୁମାର ମିଶ୍ରଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ବିଧାୟକ ଟିକେଟ ପାଇବା ପରେ ନବ ମିଶ୍ର ବୌଦ୍ଧ ଜିଲ୍ଲାର ଆରାଧ୍ୟ ଦେବୀ ମା' ଭୈରବୀଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କରିଛନ୍ତି । ନବ ମିଶ୍ର ଜିଲ୍ଲା କଂଗ୍ରେସର ନେତା ଓ କର୍ମୀଙ୍କୁ ନେଇ ବୌଦ୍ଧ ସଂଲଗ୍ନ ହରଭଙ୍ଗା ବ୍ଲକର ସରସରା ପଞ୍ଚାୟତର ବିଭିନ୍ନ ଗ୍ରାମରେ ପହଞ୍ଚି ଡୋର ଟୁ ଡୋର କ୍ୟାମ୍ପେନ ଆରମ୍ଭ କରିଛନ୍ତି । କଂଗ୍ରେସର 9ଟି ଗ୍ୟାରେଣ୍ଟିକୁ ମୁଦ୍ଦା କରି ଭୋଟରଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା ଚଲାଇଛନ୍ତି ନବ ।

ଏହାସହ ଉଭୟ କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡି ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ସ୍ବର ଉତ୍ତୋଳନ କରି ଏହାକୁ ମୁଖ୍ୟ ଅସ୍ତ୍ର କରି ଚଳିତ ସାଧାରଣ ନିର୍ବାଚନକୁ ଓହ୍ଲାଇଛି କଂଗ୍ରେସ । ତେବେ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଚାଷୀଙ୍କ ଜମିକୁ ଜଳସେଚନଠାରୁ ନେଇ ଏମଏସପି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାର ଠକି ଆସିଥିବା ଅଭିଯୋଗ କରିଛି କଂଗ୍ରେସ । ତେଣୁ ଚଳିତ ସାଧାରଣ ନିର୍ବାଚନରେ ସାଧାରଣ ଭୋଟର ଅର୍ଥ ବଳ ଓ ବାହୁ ବଳ ପକ୍ଷରେ ନ ରହି କଂଗ୍ରେସକୁ ସହଯୋଗ କରିବେ ଓ କଂଗ୍ରେସର ବିଜୟ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ନବ ।

ଏହା ମଧ୍ୟ ପଢ଼ନ୍ତୁ...ସୁନ୍ଦରଗଡ ଆସନରେ କଂଗ୍ରେସର ବିଜୟ ହେବ: ଜନାର୍ଦ୍ଦନ ଦେହୁରୀ - Lok Sabha Elections 2024

ତେବେ ବୌଦ୍ଧ ନିର୍ବାଚନ ମଣ୍ଡଳୀରୁ ଶାସକ ବିଜେଡ଼ି ଦଳ ପକ୍ଷରୁ ବରିଷ୍ଠ ନେତା ତଥା ପାଞ୍ଚ ପାଞ୍ଚ ଥର ବିଧାୟକ ହୋଇଥିବା ପ୍ରଦୀପ କୁମାର ଅମାତ ପୁଣିଥରେ ପ୍ରାର୍ଥୀ ହୋଇଛନ୍ତି । ସେହପରି ବିଜେପି ଦଳ ଯୁବ ନେତା ତଥା ଅମାତଙ୍କ ପାରମ୍ପରିକ ପ୍ରତିଦ୍ବନ୍ଦୀ ସୁଶାନ୍ତ କୁମାର ପ୍ରଧାନଙ୍କ ସାନ ଭାଇ ସରୋଜ କୁମାର ପ୍ରଧାନଙ୍କ ଉପରେ ଆସ୍ଥା ପ୍ରକଟ କରି ପ୍ରାର୍ଥୀ କରିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.