ETV Bharat / state

ତେଜିଲା ବାଲେଶ୍ବରକୁ ମହାନଗର ନିଗମ ମାନ୍ୟତା ଦାବି

Congress Demand For Municipal Corporation: ବାଲେଶ୍ବକୁ ମହାନଗର ନିଗମ ମାନ୍ୟତା ସହ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ କରିବା ପାଇଁ ଦାବି କରିଛି କଂଗ୍ରେସ । ଏହାସହ ବିଜେଡ଼ି-ବିଜେପି ମେଣ୍ଟକୁ କଡ଼ା ସମାଲୋଚନା କରିଛି ଦଳ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 15, 2024, 9:22 AM IST

ତେଜିଲା ବାଲେଶ୍ବରକୁ ମହାନଗର ନିଗମ ମାନ୍ୟତା ଦାବି
ତେଜିଲା ବାଲେଶ୍ବରକୁ ମହାନଗର ନିଗମ ମାନ୍ୟତା ଦାବି
ତେଜିଲା ବାଲେଶ୍ବରକୁ ମହାନଗର ନିଗମ ମାନ୍ୟତା ଦାବି

ବାଲେଶ୍ବର: ଜୋର ଧରିଲା ବାଲେଶ୍ବରକୁ ମହାନଗର ନିଗମ ମାନ୍ୟତା ଦାବି । ପୁଣି ଏହି ଦାବିକୁ ଉଠାଇଛି ଜିଲ୍ଲା କଂଗ୍ରେସ । ନିର୍ବାଚନ ପୂର୍ବରୁ NAC ଲଲିପପ ବାଣ୍ଟୁଥିବା କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଯଦି NAC ମାନ୍ୟତା ଦିଆଯାଉଛି । ତେବେ ବାଲେଶ୍ଵରକୁ ମହାନଗର ନିଗମର ମାନ୍ୟତା ବି ଦିଆଯାଉ ବୋଲି ଦାବି କରିଛି ଦଳ । ଏହାସହ ବିଜେପି-ବିଜେଡ଼ି ମେଣ୍ଟକୁ କଡ଼ା ସମାଲୋଚନା କରିଛି ଦଳ ।

ବାଲେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି କହିଛନ୍ତି, ‘‘ଦୁଇ ଦଳ ଭିତରେ ଅଘୋଷିତ ମେଣ୍ଟ ବହୁ ଦିନ ଆଗରୁ ଚାଲି ଆସିଛି । ଏବେ ଖାଲି ମେଣ୍ଟ ଚର୍ଚ୍ଚା ହେଉଛି । ଆଉ ଘୋଷଣା ବାକି ରହିଛି । ଯଦି ଦୁଇଦଳ ମଧ୍ୟରେ ମେଣ୍ଟ ହେଉଛି, ତେବେ କଂଗ୍ରେସ ଏହାର ନିଶ୍ଚିତ ଫାଇଦା ନେବ । ସେହପରି ପଶ୍ଚିମ ଓଡିଶା ବିକାଶ ପରିଷଦ ଢାଞ୍ଚାରେ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ କରାଯାଉ । ବାଲେଶ୍ଵର ପୌରପାଳିକାକୁ ମହାନଗର ନିଗମର ମାନ୍ୟତା ପ୍ରଦାନ କରାଯାଉ ।’’

ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ କରି ସରକାର ଚଳିତ ବର୍ଷ ବିକାଶ ଲାଗି ୨୫ଶହ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ସେହିପରି ଉତ୍ତର ଓଡିଶାରେ ବାଲେଶ୍ଵର ମୟୂରଭଞ୍ଜ, ଭଦ୍ରକ ଓ କେନ୍ଦୁଝର ଜିଲ୍ଲା ଭଳି ପଛୁଆ ଜିଲ୍ଲାରୁ ଖଣି, ଜଙ୍ଗଲ, ଶିଳ୍ପ, ଖାଦାନରୁ ପ୍ରତିବର୍ଷ ରାଜସ୍ବ ବାବଦରେ ହଜାର ହଜାର କୋଟି ଟଙ୍କା ଆଦାୟ କରୁଛନ୍ତି । ହେଲେ ଉତ୍ତର ଓଡିଶାର ସାମଗ୍ରିକ ବିକାଶ ଦିଗରେ କୌଣସି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛି ଦଳ ।

ଏହା ମଧ୍ୟ ପଢନ୍ତୁ.....କଂଗ୍ରେସ ଏକା ଲଢ଼ି ଭଲ ପ୍ରଦର୍ଶନ କରିବ: ଜୟଦେବ ଜେନା

ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ସରକାର ଉତ୍ତର ଓଡିଶା ବିକାଶ ପରିଷଦ ଗଠନ ପାଇଁ ଗେଜେଟ ନୋଟିଫିକେସନ କରିବାକୁ ଦାବି କରିଛି କଂଗ୍ରେସ । ସେହିପରି କଂଗ୍ରେସର ବରିଷ୍ଠ ନେତା ନବଜ୍ୟୋତି ପଟ୍ଟନାୟକ ଏ ବାବଦରେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ବେଳେ ଏହା ଉପରେ କୌଣସି ଦୃଷ୍ଟି ଦିଆଯାଉ ନଥିବା ସେ କହିଛନ୍ତି । ସେପଟେ ବାଲେଶ୍ବର ସହର ଓ ଆଖପାଖ ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସହରରବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି । ରାସ୍ତା ଘାଟ, ଆଲୋକ ବ୍ୟବସ୍ଥା, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା ଓ ଅନ୍ୟାନ୍ୟ ସୁବିଧା ପାଇଁ ପୌରପାଳିକା ପରିବର୍ତ୍ତେ ମହାନଗର ନିଗମ ପ୍ରତିଷ୍ଠା କରିବାକୁ ଦାବି ଜୋର ଧରିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.