ETV Bharat / state

ବିବାହ ମଣ୍ଡପରେ ଚାଲିଥିଲା ଜୁଆ; ମାଡି ବସିଲା ପୋଲିସ, 12 ଲକ୍ଷ ଟଙ୍କା ଜବତ - RAID ON GAMBLING DAN

author img

By ETV Bharat Odisha Team

Published : Jul 30, 2024, 7:00 AM IST

Updated : Jul 30, 2024, 11:02 AM IST

RAID ON GAMBLING DAN: ରାଜଧାନୀର ଏକ ବିବାହ ମଣ୍ଡପରେ ଚାଲିଥିବା ହାଇ ପ୍ରୋଫାଇଲ୍ ଜୁଆ ଆଡ୍ଡା ଉପରେ ଚଢାଉ କଲା କମିଶନରେଟ ପୋଲିସ । ୯ ଜଣ ଗିରଫ ହେବା ସହ ପୁଳା ପୁଳା ଟଙ୍କା ଜବତ । ଅଧିକ ପଢନ୍ତୁ

RAID ON GAMBLING
RAID ON GAMBLING (ETV Bharat Odisha)

ଭୁବନେଶ୍ବର: ସରିଲା ବାହାଘର ସିଜିନ । ଚାଲିଲା ଜୁଆ ଖେଳ । ବିବାହ ମଣ୍ଡପ ଭିତରେ ହାଇ ପ୍ରୋଫାଇଲ୍ ଜୁଆ ଖେଳ । ମଣ୍ଡପ ବୁକ୍ କରି ଭିତରେ ଜୁଆ ଖେଳୁଥିଲେ ଜୁଆଡ୍ଡି । ସାଦା ପୋଷାକରେ ପହଞ୍ଚିଲା କମିଶନରେଟ ପୋଲିସ । ଜୁଆ‌ ଖେଳିବା ଆଳରେ ଧରିଲା ଜୁଆଡ୍ଡିଙ୍କୁ । ବଡଗଡ ଥାନା କେଶୁରା ଛକ ନିକଟସ୍ଥ ଏକ ମଣ୍ଡପରୁ ଏଭଳି ହାଇ ପ୍ରୋଫାଇଲ୍ ଜୁଆ ଆଡ୍ଡା ଠାବ କରିଛି ପୋଲିସ ।

RAID ON GAMBLING (ETV Bharat Odisha)

ପୋଲିସର ସୂଚନା ଅନୁସାରେ ୯ଜଣ ଜୁଆଡ୍ଡିଙ୍କୁ ଗିରଫ ସହ ସେମାନଙ୍କ ଠାରୁ ୧୨ଲକ୍ଷ ନଗଦ ଟଙ୍କା ସହ ତାସପତା ଓ ମୋବାଇଲ ଜବତ କରିଛି ପୋଲିସ । ଏଥିସହ ୩ଟି ହାଇଫାଇ ଗାଡି ଜବତ କରିଛି ପୋଲିସ । ଗିରଫଙ୍କ ମଧ୍ୟରେ ସେହି ମଣ୍ଡପର ମାଲିକ ଥିବା ମଧ୍ୟ ପୋଲିସ ସୂଚନା ଦେଇଛି ।

ଜୋନ ୪ଏସିପି ମାନସ କୁମାର‌ ଦେଓ କହିଛନ୍ତି, "ପୂର୍ବରୁ ଅନେକ ସମୟରେ ଜୁଆ ଖେଳ ଚାଲୁଥିବାରୁ ସୂଚନା ରହିଥିଲା । ଜୁଆ ଖେଳ ଧରିବା ପାଇଁ ପୋଲିସ ସଠିକ ସମୟ‌ ଖୋଜୁଥିଲା । ଆଜି ସାଦା ବେଶରେ ରେଡ୍ ବେଳେ ଏଭଳି ହାଇଫାଇ ଜୁଆ ଆଡ୍ଡା ଠାବ କରଯାଇଛି । ସେମାନଙ୍କୁ ପଚରାଉଚରା ବେଳେ ସେମାନେ କଟକ, ଭୁବନେଶ୍ୱର, ଯାଜପୁର ଆଦି ଅଞ୍ଚଳର ବୋଲି ଜଣାପଡିଛି ।"

ଅଧିକାଂଶ ଭୁବନେଶ୍ୱର ବାହାର ଜୁଆଡ୍ଡି:
ପୁରୀ ,କଟକ, ରାଉଲକେଲା, ଯାଜପୁର ଭଳି ଜିଲ୍ଲାରୁ ଜୁଆ ଖେଳିବାକୁ ଆସୁଥିଲେ ଭୁବନେଶ୍ୱର । ପୁଳା ପୁରା ଟଙ୍କା ଧରି ଜୁଆ ଖେଳରେ ମାତୁଥିଲେ । ତାସ ପତାର ଯାଦୁରେ ଚାଲୁଥିଲା ଖେଳ । ବାଜିରେ ଲାଗୁଥିଲା ଟଙ୍କାର ବଣ୍ଡଲ ।୨୦୦, ୧୦୦, ୫୦୦ ଓ ୨ହଜାର ଟଙ୍କିଆ ବଣ୍ଡଲ ଧରି ଜୁଆ ଖେଳରେ ମାତୁଥିଲେ ଜୁଆଡ୍ଡି । ମଣ୍ଡପ ବାହାରେ ଲାଗୁଥିଲା ହାଇଫାଇ କାର୍ ଭିତରେ ଚାଲୁଥିଲା ଜୁଆ ଆଡ୍ଡା ଆର ଆସର । ହାଇଓ୍ବେ ଉପରେ ଥିବାରୁ ମଣ୍ଡପ ଭିତରେ ସହଜରେ ପଶିବା ଓ ବାହାରିବା ପାଇଁ ଜୁଆଡ୍ଡିଙ୍କ ପାଇଁ ହେଉଥିଲା ସହଜ । ଏମାନଙ୍କ ମଧ୍ୟରେ ଅନେକ ଖୁଚୁରା ବ୍ୟବସାୟୀ ଓ କୁଜି ନେତା ମଧ୍ୟ ଅଛନ୍ତି । ଯେଉଁମାନେ ବିଭିନ୍ନ ସମୟରେ ଏଭଳି ସହରର ବିଭିନ ସ୍ଥାନକୁ ଯାଇ ଏପରି ଜୁଆ ଖେଳ ସାମିଲ ହୁଅନ୍ତି ।

ଏହା ମଧ୍ୟ ପଢନ୍ତୁ ...ଚାଲିଥିଲା ବେଆଇନ ପଥର ବ୍ୟବସାୟ, ଚଢାଉ କଲା ଖଣି ବିଭାଗ - Illeagal Mining Allegations

ରେଡ୍ ବେଳେ ଖସିବାକୁ ଉଦ୍ୟମ:
ହାଇ ପ୍ରୋଫାଇଲ୍ ଜୁଆ ଆଡ୍ଡା ରେଡ ବେଳେ କିଛି ଜୁଆଡି ଆସିବାକୁ ଚେଷ୍ଟା କରିଥିଲେ‌ । ଏନେଇ ପୋଲିସ ଗାଡି ଦେଖି ସେଠାରୁ ଭୋଗିବାକୁ ଉଦ୍ୟମ ବେଳେ ଜୁଆଡ୍ଡିଙ୍କ ଭିତରେ ସାଦା ପୋଷାକରେ ପୋଲିସ ବସି ସେଠାରେ ନଜର ରଖିଥିଲା । ସେମାନଙ୍କୁ କାବୁ କରିବାରେ ସହଜ ହୋଇଥିଲା । ଅଧିକାଂଶ ଜୁଆଡ୍ଡିଙ୍କ ନିଜର ଡ୍ରାଇଭର ଥିବାରୁ ସେମାନଙ୍କ ଗାଡି ନେଇ କିଛି ଖସିଗଲେ । ଯେଉଁମାନେ ନିଜ ଗାଡିରେ ଆସିଥିଲେ ସେମାନଙ୍କ ଗାଡି ପୋଲିସ ଜବତ କରିଛି । ଗିରଫ ସମୟରେ ବ୍ୟବସାୟୀକ କାରବାର ଚାଲୁଥିବାର ବାହାନ କରିଥିଲେ । କଣ୍ଟ୍ରାକ୍ଟର ଲେବର ପେମେଣ୍ଟର ବାହାନା କରିଥିଲେ ଜୁଆଡ୍ଡି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 30, 2024, 11:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.