ETV Bharat / state

ନିର୍ବାଚନ ପୂର୍ବରୁ ଜଟଣୀ ପୋଲିସ ପଞ୍ଝାରେ ବଡ଼ ଡକାୟତି ଗ୍ୟାଙ୍ଗ - Police Bust Dacoity Gang

Dacoity Gang Arrested: ପୋଲିସ ହାତରେ ଦୁର୍ଦ୍ଦାନ୍ତ ଡକାୟତି ଗ୍ୟାଙ୍ଗ ୫ ଗିରଫ । ସେମାନଙ୍କ ନିକଟରୁ ୫ଟି ଅଫୁଟା ବୋମା, ଗୋଟିଏ ସ୍କର୍ପିଓ , ୩ଟି ବାଇକ ସହିତ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି । ଅଧିକ ପଢନ୍ତୁ

ନିର୍ବାଚନ ପୂର୍ବରୁ ଜଟଣୀ ପୋଲିସ ପଞ୍ଝାରେ ବଡ଼ ଡକାୟତି ଗ୍ୟାଙ୍ଗ

author img

By ETV Bharat Odisha Team

Published : Mar 29, 2024, 8:42 AM IST

ନିର୍ବାଚନ ପୂର୍ବରୁ ଜଟଣୀ ପୋଲିସ ପଞ୍ଝାରେ ବଡ଼ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଜଟଣୀ ପୋଲିସକୁ ବଡ ସଫଳତା । ଡକାୟତି ଯୋଜନା ପଣ୍ଡ କଲା କମିଶନରେଟ ପୋଲିସ । ରାତିରେ ବଡ ଧରଣର ଲୁଟ ପାଇଁ ଯୋଜନା କରୁଥିବାବେଳେ ଡକାୟତି ଗ୍ୟାଙ୍ଗକୁ ମାଡି ବସିଲା କମିଶନରେଟ ପୋଲିସ । ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରରେ ଏମାନଙ୍କର ଅପରାଧର ଚିଠା ରହିଥିବା ଜଣାପଡ଼ିଛି । ଏହି ଗ୍ୟାଙ୍ଗ ବୋମା ପକାଇ କରୁଥିଲେ ବଡ଼ ବଡ଼ ଡକାୟତି । ସେହିଭଳି ପୁଣି ବୋମା ପକାଇ ଲୁଟ ଉଦ୍ୟମ କରୁଥିବା ବେଳେ ପୋଲିସ ଗୋଡେଇ ଗୋଡେଇ ୫ ଜଣଙ୍କୁ ଧରିଥିଲା । ସେମାନଙ୍କ ନିକଟରୁ ୫ଟି ଅଫୁଟା ବୋମା,ସ୍କର୍ପିଓ କାର,୩ଟି ବାଇକ ସହିତ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ।

ସୂଚନାଯୋଗ୍ୟ ଯେ, ଗତକାଲି (ବୁଧବାର) ରାତିରେ ଜଟଣୀ ବେଣାପଞ୍ଜରୀ ପାଣିଟାଙ୍କି ନିକଟ ଏକ୍ ଅନ୍ଧାରିଆ ସ୍ଥାନରେ ଡକାୟତି ପାଇଁ ପ୍ରସ୍ତୁତ କରୁଥିଲେ ବ୍ଲୁ ପ୍ରିଣ୍ଟ । ଖବର ପାଇ ଜଟଣୀ ପୋଲିସ ସାଧା ପୋଷାକ ଓ ବିନା ପୋଲିସ ଗାଡିରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିଲା । ଏହି ଡକାୟତି ଗ୍ୟାଙ୍ଗର ଟାର୍ଗେଟରେ ଥିଲେ ଦାମୀ କାର, ବଡ ଜୁଏଲାରୀ ଦୋକାନ ଓ ବଡ ବ୍ୟବସାୟୀ । ରାସ୍ତାରେ ଯାଉଥିବା ସମୟରେ ହିଁ ଏମାନଙ୍କୁ ଟାର୍ଗେଟ କରି ଡରାଇ ଧମକାଇ ରାସ୍ତାରେ ବୋମା ଫୁଟାଇ ଆକ୍ରମଣ କରି ଲୁଟପାଟ କରୁଥିଲେ ।

ସେପଟେ ସମସ୍ତ ଅପରାଧୀ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ମହମ୍ମଦ ଅରବାଜ, ସରିଫ ଖାନ, ଦିପ୍ତୀରଞ୍ଜନ ଭୁଜବଳ, ଶେଖ ଇସତାକ , ସୁମନ୍ତ ପାତ୍ର । ଏମାନେ ଆଗରୁ ବଡ଼ ବଡ଼ ଅପରାଧରେ ମଧ୍ୟ ସାମିଲ ଥିବା ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି ପ୍ରତୀକ ସିଂହ ।

ଏହା ମଧ୍ୟ ପଢନ୍ତୁ ......ରାଉରକେଲାରେ ଏଟିଏମ ତାଡି 10 ଲକ୍ଷରୁ ଅଧିକ ଟଙ୍କା ଲୁଟ୍

ତେବେ ପୂର୍ବରୁ ଏମାନଙ୍କ ନାଁରେ କମିଶନରେଟ ପୋଲିସ ସହିତ ରାଜ୍ୟର ବିଭିନ୍ନ ଥାନାରେ ହତ୍ୟା, ବୋମାମାଡ, ବେଆଇନ୍ ଅସ୍ତ୍ର କାରବାର ଲୁଟ ଓ ଡକାୟତି ଭଳି ସଙ୍ଗୀନ ମାମଲା ରହିଛି । ଏମାନଙ୍କ ଭିତରେ ଜଣେ ଦୁଇଜଣ ବୋମା ତିଆରିରେ ମଧ୍ୟ ପାରଙ୍ଗମ ରହିଥିବା ଜଣାପଡ଼ିଛି । ଏହା ଦ୍ବାରା କଥା କଥାକେ ସବୁ ଅପରାଧରେ ଏମାନଙ୍କର ବୋମା ଫୁଟେଇ ଲୋକଙ୍କୁ ଭୟଭୀତ କରୁଥିବା ପୋଲିସ କହିଛି । ଆଗକୁ ନିର୍ବାଚନ ଆସୁଥିବାରୁ ରାଜ୍ୟର ବଡ ବଡ ଅପରାଧୀଙ୍କ ଗତିବିଧି ଉପରେ ପୋଲିସ ନଜର ରଖିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.