ETV Bharat / state

ପ୍ରଧାନମନ୍ତ୍ରୀଙ୍କ ସଚିବଙ୍କ ଝିଅ-ଜ୍ବାଇଁ କହି ଠକୁଥିଲେ, ଶେଷରେ ବନ୍ଧା ହେଲେ - TWO FRAUD ARRESTED

ପ୍ରମୋଦ ମିଶ୍ରଙ୍କ ଝିଅ-ଜ୍ବାଇଁ ବୋଲି ପରିଚୟ ଦେଉଥିଲେ । ଟାର୍ଗେଟରେ ଥିଲେ କୋଟିପତି ବ୍ୟବସାୟୀ ଓ ଠିକାଦାର । ସରକାରୀ ପ୍ରୋଜେକ୍ଟ ଓ ହାଇ ଅଫିସିଆଲଙ୍କ ସହ ମିଟିଂ ପାଇଁ ଲୁଟୁଥିଲେ ଟଙ୍କା

ପ୍ରଧାନମନ୍ତ୍ରୀଙ୍କ ସଚିବଙ୍କ ଝିଅ-ଜ୍ବାଇଁ କହି ଠକୁଥିଲେ, ବାନ୍ଧିଲା ପୋଲିସ
ପ୍ରଧାନମନ୍ତ୍ରୀଙ୍କ ସଚିବଙ୍କ ଝିଅ-ଜ୍ବାଇଁ କହି ଠକୁଥିଲେ, ବାନ୍ଧିଲା ପୋଲିସ (ETV Bharat Odisha)
author img

By ETV Bharat Odisha Team

Published : Dec 30, 2024, 8:01 PM IST

ଭୁବନେଶ୍ବର: ହାଇ-ପ୍ରୋଫାଇଲ୍ ଡିଲ୍‌ କରିଦେବାର ଲୋଭ ଦେଖାଇ ଠକେଇ । ସେ ବି କୌଣସି ନେତା, ମନ୍ତ୍ରୀ କି ଅଧିକାରୀଙ୍କ ପାଖ ଲୋକ ବୋଲି କହି ନୁହେଁ ବରଂ ସିଧା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଝିଅ-ଜ୍ବାଇଁ ବୋଲି ପରିଚୟ ଦେଇ । ଟାର୍ଗେଟରେ ଥିଲେ ଖଣି ବ୍ୟବସାୟୀ, କଣ୍ଟ୍ରାକ୍ଟର ଓ ଅନ୍ୟ ବଡବଡ ବ୍ୟବସାୟୀଙ୍କ ସମେତ କୋଟିପତି ବ୍ୟକ୍ତିବିଶେଷ । ଅନେକ ହେବିଓ୍ବେଟଙ୍କ ସହ ଫଟୋ ଏଡିଟ୍‌ କରି ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ରଙ୍କ ଝିଅ ଓ ଜ୍ବାଇଁ ବୋଲି ମଧ୍ୟ ପରିଚୟ ଦେବାକୁ ଏମାନେ ପଛାଇନଥିଲେ । ଚାଲିଚଲଣ ଓ ସମ୍ଭ୍ରାନ୍ତ ଜୀବନଶୈଳୀ ମଧ୍ୟ ଏମିତି ଦେଖାଉଥିଲେ ଯେ, ହଠାତ କାହାର ସନ୍ଦେହ ମଧ୍ୟ ମୁସ୍କିଲ ।

ହେଲେ ଖେଳ ବେଶି ଦିନ ଚାଲିପାରିଲାନି, ସବୁକିଛି ଧରା ପଡିଗଲା । ଇନଫୋସିଟି ଥାନା ପୋଲିସ ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ଗିରଫ କରି ମାମଲାର ଫର୍ଦ୍ଦାଫାସ କରିଛି । ଯୁବକ ଜଣକ ରଘୁନାଥପୁର ଏରିଆର ହୋଇ ଥିବା ବେଳେ ଯୁବତୀ ଜଣକ କଳାହାଣ୍ଡିର ବୋଲି ଜଣାପଡିଛି । କେହି ଏମାନଙ୍କ ଦ୍ବାରା ଠକେଇର ଶିକାର ହୋଇଥିଲେ ପୋଲିସ ଜଣାଇବା ପାଇଁ ମଧ୍ୟ ପୋଲିସ କହିଛି ।

ପ୍ରଧାନମନ୍ତ୍ରୀଙ୍କ ସଚିବଙ୍କ ଝିଅ-ଜ୍ବାଇଁ କହି ଠକୁଥିଲେ, ବାନ୍ଧିଲା ପୋଲିସ (ETV Bharat Odisha)
  • ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ

ଏନେଇ ସ୍ପେଶାଲ କ୍ରାଇମ୍ ୟୁନିଟ ଅତିରିକ୍ତ ଡିସିପି ସ୍ବରାଜ ଦେବତା କହିଛନ୍ତି,‘‘ଅଭିଯୁକ୍ତ ଦୁଇଜଣ ହେଉଛନ୍ତି ଭୁବନେଶ୍ବର ରଘୁନାଥପୁର ଅଞ୍ଚଳର ଯୁବକ ଅନିଲ ଓ କଳାହାଣ୍ଡି ଜିଲ୍ଲାର ହଂସିକା ଅଭିଲିପ୍ସା । ଉଭୟ ନିଜକୁ ଦମ୍ପତି ତଥା ପ୍ରମୋଦ ମିଶ୍ରଙ୍କ ଝିଅ-ଜ୍ବାଇଁ ଭାବେ ପରିଚୟ ଦେଉଥିଲେ । ହାଇ ପ୍ରୋଫାଇଲ୍ ଲୋକଙ୍କ ସହ ଫଟୋ ଏଡିଟ କରି ହାଇ ଅଫିସିଆଲ୍ ସହ ସମ୍ପର୍କ ଥିବା କହୁଥିଲେ । ଅଭିଯୋଗ ଆଧାରରେ ଉଭୟଙ୍କୁ ଗିରଫ କରାଯାଇଛି । ପ୍ରାଥମିକ ତଦନ୍ତରେ ଯୁବକ ଜଣକ ବ୍ୟବସାୟ କରୁଥିବା ଜଣାପଡିଛି । ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର କେସ ନମ୍ବର 611/24, 329(3)/ 319(2)/ 318(4)/3(5) ଉଭୟଙ୍କୁ ଗିରଫ କରଯାଇ କୋର୍ଟ ଚାଲାଣ କରାଯାଇଛି । ଯଦି କେହି ଉଭୟଙ୍କ ଦ୍ବାରା ଠକେଇର ଶିକାର ହୋଇଥବେ,ସେମାନେ ପୋଲିସ ନିକଟକୁ ଆସନ୍ତୁ ।’’

ପ୍ରଧାନମନ୍ତ୍ରୀଙ୍କ ସଚିବଙ୍କ ଝିଅ-ଜ୍ବାଇଁ କହି ଠକୁଥିଲେ, ବାନ୍ଧିଲା ପୋଲିସ
ପ୍ରଧାନମନ୍ତ୍ରୀଙ୍କ ସଚିବଙ୍କ ଝିଅ-ଜ୍ବାଇଁ କହି ଠକୁଥିଲେ, ବାନ୍ଧିଲା ପୋଲିସ (ETV Bharat Odisha)
  • କାରବାର ଡିଟେଲ୍ସ ଖୋଜୁଛି ପୋଲିସ

ସେମାନଙ୍କ ଆର୍ଥିକ କାରବାର ସମ୍ପର୍କରେ ମଧ୍ୟ ତନାଘନା କରୁଛି ପୋଲିସ । ଏନେଇ ତାଙ୍କର କୋୖଣସି ଜିନିଷ ଜବତ ହୋଇନଥିଲେ ମଧ୍ୟ ସେ ଦିଗରେ ତଦନ୍ତ ଜାରି ରହିଛି । ସିଧା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସହ ଭଲ ଯୋଗାଯୋଗ ଥିବା ଦର୍ଶାଇ କାହାକୁ ସରକାରୀ ପ୍ରୋଜେକ୍ଟ ହାତେଇବା ପ୍ରଲୋଭିତ କରୁଥିଲେତ, ଅନେକଙ୍କୁ ହାଇ ଅଫିସିଆଲଙ୍କ ସହ ମିଟିଂ ଓ କାମ କରାଇଦେବା କହି ଟଙ୍କା ନେଇ ପରେ ଧରାଛୁଆଁ ଦେଉନଥିଲେ । ଏସମ୍ପର୍କରେ ଅନେକଗୁଡିଏ ଅଭିଯୋଗ ଅସିଥିଲା । ଶେଷରେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଏହା ମଧ୍ୟ ପଢନ୍ତୁ:-

୩ ଦିନ ବଢିଲା ଅବଧି, ଜାନୁଆରୀ 1 ଯାଏ ପଞ୍ଜୀକରଣ କରିପାରିବେ କ୍ଷତିଗ୍ରସ୍ତ ଚାଷୀ

ଆଜି ISRO ଲଞ୍ଚ କରିବ SpaDex ମିଶନ; କଣ ସ୍ପେଶକ୍ରାଫ୍ଟ ଡକିଂ ଓ ଅନଡକିଂ

ଶିମିଳିପାଳ ଫେରିବ ଜୀନତ, ପଶ୍ଚିମବଙ୍ଗରେ ଟ୍ରାଙ୍କୁଲାଇଜ ସହ ସରିଲା ଅପରେସନ

  • ଦାମି ଗାଡି ଓ ହାଇ ଲାଇଫ ଷ୍ଟାଇଲ

‘ପୋର୍ସେ’ ଭଳି ଦାମୀ କାର ଚଳାଉଥିଲେ ଅଭିଯୁକ୍ତ । ବଡ଼ ବଡ଼ ହୋଟେଲ, କ୍ଲବ ଓ ରିସୋର୍ଟରେ ସମୟ କାଟୁଥିଲେ । ମହିଳା ଜଣକୁ ନିଜର ପ୍ରାଇଭେଟ୍ ସେକ୍ରେଟାରି ବୋଲି ସାଥିରେ ଧରି ବୁଲୁଥିଲା ଅଭିଯୁକ୍ତ । ଏପରିକି ଉଭୟ ଏକାଠି କିଛି ବରିଷ୍ଠ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସାକ୍ଷାତ କରିଥିବାର ଫଟୋ ସେୟାର କରିଥିଲେ । କିଛି ଫଟୋ ଏଡିଟ ମଧ୍ୟ କରି ଏପରି ଭ୍ରମ ସୃଷ୍ଟି କରି ଥିଲେ । ଗତ ମାର୍ଚ୍ଚ ମାସ 17 ତାରିଖରେ ଇନଫୋସିଟି ଥାନା ଦ୍ବାରା ପଟିଆ କିଟ୍ ଛକରେ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍‌ ଚେକିଂ ବେଳେ ଧରାପଡିଥିଲେ । ପୋଲିସ ସେମାନଙ୍କ ଚାଲାଣ କାଟି ସେମାନଙ୍କୁ ଛାଡି ଦେଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.