ETV Bharat / state

ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ; ଡକାୟତି ଯୋଜନା ପଣ୍ଡ, କାଶିଆ ଗ୍ୟାଙ୍ଗର ୫ ଗିରଫ

author img

By ETV Bharat Odisha Team

Published : Mar 13, 2024, 7:53 PM IST

Police arrested 5 dacoits : ପୁରୀ ବାଇପାସରେ ଡକାୟତି ଉଦ୍ୟମ ବେଳେ ଧରା ପଡିଲେ ୫ ଅପରାଧୀ । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଇନୋଭା କାର ସହ ଭୁଜାଲି, ଚାପଡ ଓ ଲଙ୍କାଗୁଣ୍ଡ ଜବତ କରିଛି ବଡଗଡ ପୋଲିସ । ଅଧିକ ପଢନ୍ତୁ

ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ; ଡକାୟତି ଯୋଜନା ପଣ୍ଡ, କାଶିଆ ଗ୍ୟାଙ୍ଗର ୫ଗିରଫ

ଭୁବନେଶ୍ବର: ନିର୍ବାଚନ ପୁର୍ବରୁ ପୋଲିସ କବଜାରେ କୁଖ୍ୟାତ ଲୁଟେରା । ସହରରେ ରକ୍ତର ହୋଲି ଖେଳୁଥିବା କାଶିଆ ଗ୍ୟାଙ୍ଗ ଟ୍ରାପ । ପୁରୀ ବାଇପାସରେ ଡକାୟତି ଉଦ୍ୟମ ବେଳେ ଧରା ପଡିଲେ ଅପରାଧୀ । ଡକାୟତି ଉଦ୍ୟମ ପୂର୍ବରୁ ଅଭିଯୁକ୍ତଙ୍କ ଠାରୁ ଇନୋଭା କାର ସହ ଭୁଜାଲି, ଚାପଡ ଓ ଲଙ୍କାଗୁଣ୍ଡ ଜବତ କରିଛି ବଡଗଡ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ କାଶି ରାଉତ ଓରଫ ରାଜେନ୍ଦ୍ର ରାଉତ ,ମୁଖି ଓରଫ ମୁକେଶ ନାୟକ ,ସୋମୁ ଓରଫ ସୋମ୍ୟ ରଞ୍ଜନ ନାୟକ, ଦୀପକ ପ୍ରଧାନ ଓ ଗଣେଷ ପ୍ରଧାନ ବୋଲି ଜଣାପଡ଼ିଛି । ଆଜି (ବୁଧବାର) ଦିନ ଏନେଇ ସୂଚନା ଦେଇଛନ୍ତି ଜୋନ ୪ ଏସିପି ଶୁଭ୍ରାଶୁ ଶେଖର ନାୟକ ।

ଜୋନ ୪ ଏସିପି କହିଛନ୍ତି ଯେ , ଗିରଫ ଅଭିଯୁକ୍ତଙ୍କ ବିରୋଧରେ ରହିଛି ଏକାଧିକ ମାମଲା । ରକ୍ତପାତ କରିବା ହତ୍ୟା ଉଦ୍ୟମ କରିବା ଗୋଡେଇ ଗୋଡେଇ ହାଣିବା, ଲୁଟପାଟ ସହ ଡକାୟତି ଓ ରାହାଜାନି ଭଳି କାଣ୍ଡ ଭିଆଉ ଥିଲେ । ବିଜେବି କଲେଜ ଗଣ୍ଡଗୋଳ ସାମିଲ ହେବା ସହ ହଣାହଣି ଓ ପାଣିଟାଙ୍କି ବସ୍ତିରେ ଗଣ୍ଡଗୋଳ ସହ ରକ୍ତପାତ ଓ ମାଷ୍ଟର କାଣ୍ଟିନରେ ହତ୍ୟା ଉଦ୍ୟମ ଭଳି ଘଟଣା ଘଟାଇଛନ୍ତି । ତେବେ ୧୩ଟି କେସରେ ସମ୍ପୃକ୍ତ ଥିବା କାଶି ରାଉତ ଓରଫ ରାଜେନ୍ଦ୍ର ରାଉତ ଦୀର୍ଘ ଦିନ ଧରି ଫେରାର ରହିଥିଲା । ଏନେଇ କାଶିକୁ ଖୋଜୁଥିଲା କମିସନରେଟ ପୋଲିସ ।

ତେବେ ନିର୍ବାଚନ ପୁର୍ବରୁ ଅପରାଧୀଙ୍କୁ ଧରପଗଡ ପାଇ ଉଦ୍ୟମ ବେଳେ ଖୋଜା ପଡ଼ିଥିଲା କାଶି ।ଏନେଇ ପୁରୀ ବାଇପାସରେ ପାତ୍ର ଇଲୋକ୍ଟ୍ରୋନିକ୍ସ ପାଖରେ ଡକାୟତି ପାଇଁ ଉଦ୍ୟମ ବେଳେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ପହଞ୍ଚିଥିଲା ।ଏକ କାର ଯୋଗେ ୫ଜଣ ଅପରାଧୀ ମଦ୍ୟପାନ କରି ଲଙ୍କାଗୁଣ୍ଡ ମାରଣାସ୍ତ୍ର ଧରି ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ସେମାନଙ୍କୁ ଟ୍ରାକ କରିଥିଲା । ସେମାନଙ୍କ ନିକଟରୁ ଦୁଇଟି ଖଣ୍ଡା ସହ ଗୋଟିଏ ଚାପଡ ,୯୪୦ଟଙ୍କା , ଇନୋଭା କାର ସମେତ ୫ଟି ମୋବାଇଲ ଜବତ କରିଛି । ଏନେଇ ଗିରଫ ପରେ ସେମାନଙ୍କ ନାଁରେ ଅନେକ କେସ ଥିବା ପୋଲିସ ଜାଣିବାକୁ ପାଇଛି ।ଏପରିକି କାଶି ରାଉତ ଏକ ହାର୍ଡକୋର ଅପରାଧୀ ହୋଇଥିବାବେଳେ ମୁଖି ଓ ସୋମୁ ତାର ସହଯୋଗୀ ଥିଲେ ।

ଏହା ମଧ୍ୟ ପଢନ୍ତୁ .....ନିର୍ବାଚନ ପୂର୍ବରୁ ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୋଲିସ, ୩ ଲୁଟେରା ଗିରଫ

ଏନେଇ ନିର୍ବାଚନ ଆଗକୁ ଆସୁଥିବା ବେଳେ ପୋଲିସ ଜିରୋ ଟଲେରାନ୍ସ ନିତି ଆପଣାଇଛି ।ଅପରାଧିଙ୍କ ପାଇଁ ଯେପରି ନିର୍ବାଚନ ସମୟରେ ପରିସ୍ଥିତି ଅଣାୟତ ନ ହୁଏ । ସେ ନେଇ ବିଭିନ୍ନ ଦିଗକୁ ନେଇ ଅପରାଧୀଙ୍କ ହିଷ୍ଟ୍ରି ଲିଷ୍ଟ କାଢି । କିଛି ପେସାଦାର ଫେରାର ଅପରାଧୀଙ୍କୁ ଖୋଜା ପୋଲିସ । ସେହିପରି କିଛି ଅପରାଧୀଙ୍କୁ ତଡିପାର କରିଥିବା ବେଳେ ଆଉ କିଛି ଅପରାଧୀଙ୍କୁ ୧୧୦ ଓ ଏନଏସଏ ଲଗାଇ ଜେଲ ଭିତରକୁ ପୁରାଇ ବାକୁ ଯୋଜନା କରୁଛି ।ତେଣୁ ଅପରାଧୀଙ୍କ ଘର, ଖଟି ଓ ଆଖଡ଼ା ଉପରେ ଚଢ଼ାଉ କରିଛି । ରାତି ଅଧିଆ ବ୍ଲକିଂ ଓ ଚେକିଂ ମଧ୍ୟ ଅରମ୍ଭ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.