ETV Bharat / state

ବଜାରରେ UPI ପେମେଣ୍ଟ କରୁଥିଲେ ହୁସିଆର, ପାସଓ୍ବାର୍ଡ ଉପରେ ନଜର ରଖି ଲୁଟୁଛନ୍ତି ଠକ - UPI Payment Loot

author img

By ETV Bharat Odisha Team

Published : Jun 30, 2024, 3:39 PM IST

Bhubaneswar Mobile loot case: ଭୁବନେଶ୍ୱରରେ ମୋବାଇଲ ଲୁଟି ୟୁପିଆଇ ବ୍ୟବହାର କରି ଲୁଟିନେଲେ ଲକ୍ଷାଧିକ ଟଙ୍କା । ୨ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Bhubaneswar Mobile loot
Bhubaneswar Mobile loot (ETV Bharat Odisha)

ଭୁବନେଶ୍ୱର: ଠକାମିର ନୂଆ ଉପାୟ । ବଜାରରେ UPI ପେମେଣ୍ଟ ଉପରେ ଠକଙ୍କ ନଜର । ଆପଣଙ୍କ ଆଢୁଆଳରେ ରହି ପାସଓ୍ବାର୍ଡ ଉପରେ ରଖୁଛନ୍ତି ନଜର । ସୁବିଧା ଦେଖି ମୋବାଇଲ ଝାମ୍ପି ନେଇ ଆକାଉଣ୍ଟରୁ ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା । ଏଭଳି ଠକିଥିବା ଦୁଇ ଠକ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଠକାମୀର ତରିକା ଜାଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି ।

କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗିରଫ ହୋଇଥିବା ଦୁଇ ଲୁଟେରା ହେଲେ ଖାରବେଳ ନଗର ମସଜିଦ କଲୋନିର ରଞ୍ଜିତ ରାଉତ ଓ ଅନ୍ୟ ଜଣେ ଏସକେ ମୁନ୍ନା । ଉଭୟଙ୍କୁ ଏକ ଠକେଇ ମାମଲାରେ‌ ଗିରଫ ସହ ସେମାନଙ୍କ ଠାରୁ ନଗଦ ୭୫ ହଜାର ଟଙ୍କା ଓ ଏକ ମୋବାଇଲ ଫୋନ ଜବତ କରାଯାଇଛି । ସୂଚନା ମୁତାବକ, ଗତ ୨୦ ତାରିଖରେ ଭୁବନେଶ୍ୱର ବୁଲିବାକୁ ଆସିଥିବା ବୌଦ୍ଧ ଅଞ୍ଚଳର ରଣଜିତ କୁମାର କର୍ଣ୍ଣ ଖାରବେଳ ନଗର‌ଥାନା ଅଞ୍ଚଳରେ ଥିବା ମାଳିସାହି ପାଖରେ ଥିବା ଏକ ଚା ଦୋକାନ ଚା ପିଇବା ପରେ ମୋବାଇଲ ଜରିଆରେ ୟୁପିଆଇ ପେମେଣ୍ଟ କରିଥିଲେ । ଏହି ସମୟରେ ଦୁଇ ଅଭିଯୁକ୍ତ ତାଙ୍କ ପଛ ପଟେ ଛିଡା ହୋଇ ଅନଲାଇନ ପେମେଣ୍ଟର ପାସୱାର୍ଡ ଉପରେ ନଜର ରଖିଥିଲେ । କିଛି ସମୟ ପରେ ହଠାତ ଜଣେ ଚୋର ରଣଜିତଙ୍କ ହାତରୁ ମୋବାଇଲ ଫୋନଟିକୁ ଛଡାଇ ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ।

ଏହାମଧ୍ୟ ପଢନ୍ତୁ.. ମର୍ଣ୍ଣିଂ ୱାର୍କରୁ ଫେରୁଥିବା ବେଳେ ଲୁଟ, ସୁନା ଚେନ ଝାମ୍ପି ନେଲେ ଲୁଟେରା - Loot From Woman

ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଲୁଟେରାମାନେ ରଣଜିତଙ୍କ ମୋବାଇଲ ଫୋନକୁ ବ୍ୟବହାର ତାଙ୍କ ୟୁପିଆଇ ପାସଓ୍ବାର୍ଡ ଜରିଆରେ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୭୯ ହଜାର ୭୯୩ ଟଙ୍କା ନିଜ ଆକାଉଣ୍ଟ ନେବା ସହ ଅନ୍ୟ ଦୁଇ ଜଣଙ୍କ ଆକାଉଣ୍ଟକୁ ମଧ୍ୟ ଅଜାଣତରେ ଟଙ୍କା ଟ୍ରାନ୍ସଫର କରିଦେଇଥିଲେ । ସେହି ଟଙ୍କାକୁ ଫେରାଇ ଆଣିବାକୁ ମଧ୍ୟ ଚେଷ୍ଟା କରିଥିବା ପୋଲିସ ସୂଚନା ଦେଇଛି । ସାଇବର ଏକ୍ସପର୍ଟ ଜରିଆରେ ଜରିଆରେ ପୋଲିସ ଏହି ଘଟଣାର ତଦନ୍ତ କରିବା ସହ ଲୁଟ କରିଥିବା ଦୁଇ ଏସବିଆଇ ଆକାଉଣ୍ଟକୁ ଠାବ ସହ ତାକୁ ବ୍ଲକ କରିଦେଇଥିଲେ । ପରେ ସୂଚନା ପାଇ ଜୟକିଶନ ମାର୍କେଟ ଠାରେ ଚଢାଉ କରି ୨ ଅଭିଯୁକ୍ତଙ୍କୁ କାବୁ କରିଥିଲା ପୋଲିସ । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.