ETV Bharat / state

ଆଗକୁ ନିର୍ବାଚନ‌ ଏବେଠୁ ପୋଲିସ ପ୍ରସ୍ତୁତି, ଫୋକସରେ ନିର୍ବାଚନୀ ପ୍ରଭାବିତ କାର୍ଯ୍ୟକଳାପ - କମିଶନରେଟ ପୋଲିସ

Comminsionrate Police hold meeting for election: ସାଧାରଣ ନିର୍ବାଚନ ପାଇଁ ପୋଲିସ ପ୍ରସ୍ତୁତି କରିଛି ନିର୍ବାଚନୀ ମାଷ୍ଟରପ୍ଲାନ୍ । ଏନେଇ ଥାନାର ଆଇଆଇସି ଜୋନ ଏସିପି ଓ ଟ୍ରାଫିକ ଓ ବାଟାଲିୟନ କମାଣ୍ଡାଣ୍ଟ ସହ ଭୁବନେଶ୍ବର ଡିସିପି କରିଛନ୍ତି ବୈଠକ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Feb 14, 2024, 8:14 PM IST

ସାଧାରଣ ନିର୍ବାଚନ ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି , ଟାର୍ଗେଟରେ ହିଷ୍ଟ୍ରି ସିଟର

ଭୁବନେଶ୍ବର: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ବିଶୃଙ୍ଖଳାକାରୀଙ୍କ ପାଇଁ ବିଗିଡିପାରେ‌ ନିର୍ବାଚନୀ ମାହୋଲ । ନିର୍ବାଚନ ସମୟରେ ଉତ୍ପାତ ହୋଇପାରନ୍ତି ଅପରାଧୀ । ଏସବୁକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇ ପୋଲିସ ପ୍ରସ୍ତୁତି କରିଛି ନିର୍ବାଚନୀ ମାଷ୍ଟରପ୍ଲାନ୍ । ଏନେଇ ଥାନାର ଆଇଆଇସି ଜୋନ ଏସିପି ଓ ଟ୍ରାଫିକ ଓ ବାଟାଲିୟନ କମାଣ୍ଡାଣ୍ଟ ସହ ଭୁବନେଶ୍ବର ଡିସିପି କରିଛନ୍ତି ବୈଠକ । ଡିଜିପିଙ୍କ ନିର୍ଦେଶକ୍ରମେ ନିର୍ବାଚନୀ ଏଜେଣ୍ଡା ପ୍ରସ୍ତୁତ କରିଛି କମିସନରେଟ୍ ପୋଲିସ । ଏନେଇ ଗୀତଗୋବିନ୍ଦ ସଦନରେ ସମସ୍ତ ଅଫିସରଙ୍କୁ ନେଇ ବିଚାର‌ବିମର୍ଶ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ... ସରସ୍ବତୀ ପୂଜାରେ ରାଜଧାନୀରେ ଅଘଟଣ, ଦୀପରୁ ନିଆଁ ଲାଗି ଜଳିଗଲା ୧୦ଘର

ଭୁବନେଶ୍ବର ଡିସିପିଙ୍କ କହିବାନୁସାରେ ଏଥର ଶୂନ୍ୟସହନଶୀଳତା ନିତି ଆପଣାଇବ ପୋଲିସ । ଏଥିପାଇଁ ଅବାଧ ଓ ଶାନ୍ତି ଶୃଙ୍ଖଳାପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ରୋଡମ୍ୟାପ ପ୍ରସ୍ତୁତ ହୋଇଛି । ଅଫିସରଙ୍କୁ ଭିଜିଲାଣ୍ଟ,ପ୍ରୋ ଆକ୍ଟିଭ,ପ୍ରିଭେଣ୍ଟିଭ ମୋଡରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ବାଧକ ସାଜିଥିବା ରାଜନୈତିକ ଗତିବିଧିକୁ ନିରୀକ୍ଷଣ ସହ ଭିଭିଆଇପି ସୁରକ୍ଷା ଓ ରାଜନୈତିକ ରାଲି ବା ରୋଡ଼ ସୋ ପରିଚାଳନା ସହ ଗଣ୍ଡଗୋଳ ହେଲେ ତୁରନ୍ତ ସେଠାରେ ପହଁଚିବା ପାଇଁ ବିଶେଷ କରି ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜନୈତିକ ମାହୋଲରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ଉପରେ ନଜର ରଖିବା ସହ ସେମାନଙ୍କର ଅପରାଧିକ ହିଷ୍ଟ୍ରି ସିଟ୍ କାଢି ସେମାନଙ୍କ ତାଲିକା ପ୍ରସ୍ତୁତ କରି ଖୁବଶିଘ୍ର ୧୧୦ ଓ ତଡିପାର କରିବା ସହ ପୋଲିସ ସ୍କାନରରେ ରହିବା ପାଇଁ ଇଣ୍ଟେଲିଜେନସ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଶୂନ୍ୟ ସହନଶୀଳତା ନୀତିରେ ବୁଥ ଠାରୁ ଆରମ୍ଭ କରି ଷ୍ଟ୍ରଙ୍ଗରୁମ ପର୍ଯନ୍ତ ଅଫିସରଙ୍କ ବ୍ୟବହାର ଓ ଆକ୍ସନ ଉପରେ କିଛି ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ନିର୍ବାଚନ ସମୟରେ ପ୍ରଭାବିତ କଲାଭଳି ସାମଗ୍ରୀ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ମଦ କାରବାର ବା ନିଶା ଦେଇ ନିର୍ବାଚନୀ ପ୍ରଭାବିତ କଲା ଭଳି କାର୍ଯକଳାପ ଉପରେ ଫୋକସ ଦିଆଯାଉଛି । ଏନେଇ ଗତ ଜାନୁଆରି ମାସ ଠାରୁ ଏନେଇ ରୀତିମତ ଭାବେ ରେଡ ଓ ଏନଫୋର୍ସମେଣ୍ଟ ଜାରି ରହିଛି । ନିର୍ବାଚନ ସମୟରେ ଅପରାଧୀ ଓ‌ ଅପରାଧ ନିୟନ୍ତ୍ରଣ ଏକ ପ୍ରମୁଖ ଭୂମିକା ହୋଇଥାଏ ।

ଯେଉଁମାନଙ୍କ ପତ୍ତା ମିଳୁନି ତୁରନ୍ତ ସେମାନଙ୍କ ଲିଷ୍ଟ ପ୍ରସ୍ତୁତ କରି ଏକ ସ୍ବତନ୍ତ୍ର ଟିମ ଏନେଇ ମନିଟର କରୁଛି । ବିଶେଷ କରି ଲାଇସେନ୍ସ ନେଇଥିବା ବନ୍ଧୁକ ଧାରୀଙ୍କ ପାଇଁ ପୋଲିସ‌ କଠୋର ନୀତି ଆପଣାଇଛି । ଯେଉଁମାନଙ୍କ ନାଁରେ କିଛି‌‌ ଅପରାଧିକ ଅଭିଯୋଗ ବା କିଛି ସେଭଳି କିଛି କାର୍ଯକଳାପ ରହିଛି ତୁରନ୍ତ ବନ୍ଧୁକ ଥାନାରେ ‌ଡିପୋଜିଟ କରିବାକୁ କୁହାଯାଇଛି । ବାକି ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ଯେପରି ବନ୍ଧୁକ ନିର୍ବାଚନ ସମୟରେ‌ ଅପବ୍ୟବହାର ନ ହୁଏ ସେନେଇ ସ୍କ୍ରିନ କମିଟି ଏନେଇ ବୈଠକ କରି ଯାହା ନିଷ୍ପତ୍ତି ନେବେ ସେନେଇ ଲାଇସେନ୍ସଧାରୀଙ୍କୁ ସିପି ଅଫିସରୁ ଆଡଭାଇଜରି ପଠାଯିବ ।

NBW ଥିବା ୨୪୦୦କେସରୁ ଅଧିକାଂଶ କୋର୍ଟରେ ଓ୍ବାରେଣ୍ଟ ଜରିଆରେ ହାଜର‌ କରାଯାଉଛି । ଏନେଇ ବୈଠକରେ ଏବେଠୁ ପୋଲିସକୁ ଅଭ୍ୟସ୍ତ ହେବା ପାଇଁ ପ୍ରକ୍ରିୟା ଜାରି କରାଯାଇଛି । ବୁଥ ଗୁଡିକର ସ୍ଥିତି ଯାଞ୍ଚ ହୋଇଛି । ପରବର୍ତ୍ତୀ ନିର୍ଦେଶନାମା ଆସିବା ପରେ ସମ୍ବେଦନଶୀଳ ଓ ଅତି ପ୍ରବଣ ବୁଥ ଗୁଡିକର ଉପରେ ନଜର‌ ରଖିବା‌ ପାଇଁ ଫୋର୍ସ ମୁତୟନ ଆଦି ଉପରେ ପରବର୍ତ୍ତୀ ପର୍ଯ୍ୟାୟରେ ନିଷ୍ପତ୍ତି ନେବାକୁ ବୈଠକରେ ବିଚାର‌ ବିମର୍ଶ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.