ETV Bharat / state

ସାମ୍ସ ପୋର୍ଟାଲରେ ଅପଲୋଡ ହେବ କଲେଜ ରୂପାନ୍ତରୀକରଣ ଫୋଟ

author img

By ETV Bharat Odisha Team

Published : Jan 24, 2024, 10:28 PM IST

College Transformation Photo: ଉଚ୍ଚଶିକ୍ଷା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆଜି ଉଚ୍ଚଶିକ୍ଷା ବିଭାଗ କନଫରେନ୍ସ ହଲରେ ଏକ ସମୀକ୍ଷା ବୈଠକ ଭିସି ଜରିଆରେ ଅନୁଷ୍ଠିତ ହୋଇଛି । ବୈଠକରେ କଲେଜ ଗୁଡିକର ୫ଟି କଲେଜ ରୂପାନ୍ତରୀକରଣ ଅନ୍ତର୍ଗତ ଭିତ୍ତିଭୂମି ବିକାଶ ନିମନ୍ତେ ଯୋଗାଇ ଦିଅଯାଉଥିବା ଅର୍ଥରାଶି ଓ ଅନ୍ୟାନ୍ୟ ସୁବିଧା ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବାକୁ ଅଧ୍ୟକ୍ଷମାନଙ୍କୁ ପରାମର୍ଶ ଦିଆଯାଇଛି । ଅଧିକ ପଢନ୍ତୁ

ସାମ୍ସ ପୋର୍ଟାଲରେ ଅପଲୋଡ ହେବ କଲେଜ ରୂପାନ୍ତରୀକରଣ ଫୋଟ
ସାମ୍ସ ପୋର୍ଟାଲରେ ଅପଲୋଡ ହେବ କଲେଜ ରୂପାନ୍ତରୀକରଣ ଫୋଟ

ଭୁବନେଶ୍ବର: ଉଚ୍ଚଶିକ୍ଷା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆଜି ଉଚ୍ଚଶିକ୍ଷା ବିଭାଗ କନଫରେନ୍ସ ହଲରେ ଏକ ସମୀକ୍ଷା ବୈଠକ ଭିସି ଜରିଆରେ ଅନୁଷ୍ଠିତ ହୋଇଛି । ବୈଠକରେ ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ପ୍ରମୋଦ କୁମାର ମିଶ୍ର, ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭବାନୀ ଶଙ୍କର ଚୟନୀ ଓ ରାଜ୍ୟର ସମସ୍ତ ସରକାରୀ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟଋ ପ୍ରାୟ ୬୬୫ ଅଧ୍ୟକ୍ଷ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ବୈଠକରେ କଲେଜ ଗୁଡିକର ୫ଟି କଲେଜ ରୂପାନ୍ତରୀକରଣ ଅନ୍ତର୍ଗତ ଭିତ୍ତିଭୂମି ବିକାଶ ନିମନ୍ତେ ଯୋଗାଇ ଦିଅଯାଉଥିବା ଅର୍ଥରାଶି ଓ ଅନ୍ୟାନ୍ୟ ସୁବିଧା ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବାକୁ ଅଧ୍ୟକ୍ଷମାନଙ୍କୁ ପରାମର୍ଶ ଦିଆଯାଇଛି । କଲେଜ ଭିତ୍ତିଭୂମି ନିର୍ମାଣ ତଥା ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧାଗୁଡିକ ନିମନ୍ତେ ହେଉଥିବା ଖର୍ଚ୍ଚ ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ କରାଯାଉଛି । ଏହା ଛାତ୍ରଛାତ୍ରୀମାନେ ଜାଣିବା ଉଚିତ । ଏଣିକି କଲେଜରେ ହେଉଥିବା ରୂପାନ୍ତରୀକରଣର ଫୋଟ ଉଠାଇ ତାହାକୁ ସାମ୍ସ ପୋର୍ଟାଲରେ ଅପଲୋଡ କରାଯିବ କିମ୍ବା ଏହାକୁ ନେଇ ଡକ୍ୟୁମେଣ୍ଟ ତିଆରି କରିପାରିବେ ବୋଲି ସଚିବ ବୈଠକରେ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ- 5Tରେ ହେବ ୮୦ରୁ ଅଧିକ କଲେଜର ରୂପାନ୍ତରୀକରଣ , ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀଙ୍କ ଧନ୍ୟବାଦ

ଏହାଛଡା ରାଜ୍ୟର ସମସ୍ତ ମହାବିଦ୍ୟାଳୟଗୁଡିକରେ ଚାଲୁଥିବା ରୂପାନ୍ତରୀକରଣ କାର୍ଯ୍ୟକୁ ଫେବୃଆରୀ ୧୦ ତାରିଖ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୨ ଜାନୁୟାରୀ ୨୦୨୪ ସୁଦ୍ଧା ରାଜ୍ୟର ୭ଟି ସରକାରୀ ଶିକ୍ଷକ ପ୍ରଶିକ୍ଷଣ କଲେଜକୁ ଆସବାବପତ୍ର କିଣିବା ବାବଦରେ ୭୦ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ୮ ଟି ସରକାରୀ ଡିଗ୍ରୀ କଲେଜକୁ ୧୫୦ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି । ଏହି ଅର୍ଥରେ ସେମାନେ ମାର୍ଚ୍ଚ ୨୦୨୪ କଲେଜ ନିମନ୍ତେ ଆସବାବପତ୍ର କିଣି ପାରିବେ । ଏହିକ୍ରମରେ ଅଣ ଅନୁଦାନପ୍ରାପ୍ତ ୩୦୧ଟି ଡିଗ୍ରୀ କଲେଜରେ ଭିତ୍ତିଭୂମି ବିକାଶ ନିମନ୍ତେ ୯୬ କୋଟି ୯୮ ଲକ୍ଷ ୫୧ ହଜାର ଟଙ୍କା ଅନୁମୋଦନ କରାଯାଇଛି । ୮୪ ଟି ସାଇନ୍ସ କଲେଜରେ ଲାବୋରେଟରି ନିର୍ମାଣ ନିମନ୍ତେ ୧୨ କୋଟି ୬୦ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି । ଏହି ଅର୍ଥକୁ ଯଥାଶୀଘ୍ର କାମରେ ଲଗାଇବାକୁ ବୈଠକରେ ସଚିବ ଅଧ୍ୟକ୍ଷମାନଙ୍କୁ କହିଛନ୍ତି ।

କଲେଜ ଗୁଡିକରେ ଖାଲି ପଡିଥିବା ପଦବୀ ବିଷୟରେ ସବିଶେଷ ବିବରଣୀ ଯଥାଶୀଘ୍ର ଦେବା ପାଇଁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିବରଣୀ ପାଇବା ପରେ ଏସଏସବି(SSB) ମାଧ୍ୟମରେ ସେଗୁଡିକୁ ତ୍ଵରାନିତ୍ଵ ଭାବେ ପୂରଣ କରାଯିବ । ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅନ୍ତର୍ଗତ ଇ-ମେଧାବୃତ୍ତି, ବ୍ୟାସ କାବ୍ୟ ଫକୀର ମୋହନ ଭାଷାବୃତ୍ତି, ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ଭଳି ଛାତ୍ରବୃତ୍ତିର ସୁଯୋଗ ନେବାକୁ ଛାତ୍ରଛାତ୍ରୀଙ୍କୁ କହିଛନ୍ତି । ଆବେଦନରେ କୌଣସି ପ୍ରକାର ସମସ୍ଯା ଦେଖାଦେଲେ ଟୋଲ ଫ୍ରି ନମ୍ବର ୦୬୭୪-୨୩୨୩୪୦୧, ୪୦୨, ୪୦୩, ୪୦୪ ରେ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ଲାପଟପ ଯୋଜନାରେ ୧୫ ହଜାର ଛାତ୍ରଛାତ୍ରୀଙ୍କୁ ୩୦ ହଜାର ଟଙ୍କା ଲାପଟପ କିଣିବା ନିମନ୍ତେ ଯୋଗାଇ ଦିଅଯାଉଛି । ତାହାର ସଦୁପଯୋଗ କରିବାକୁ ବୈଠକରେ କୁହାଯାଇଛି । ୨୦୨୨ ଶିକ୍ଷାବର୍ଷରେ ୧୪୨୬୨ ଏବଂ ୨୦୨୩ ଶିକ୍ଷାବର୍ଷରେ ୧୨୫୫୦ ଛାତ୍ରଛାତ୍ରୀଙ୍କୁ ଲାପଟପ ସହାୟତା ପ୍ରଦାନ କରାଯାଇଛି । କଲେଜ ଅଧ୍ୟକ୍ଷମାନେ ନିଜନିଜ କଲେଜର ସମସ୍ୟା ବିଷୟରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତାହାର ସମାଧାନ ପଚାରି ବୁଝିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.