ETV Bharat / state

କାମାକ୍ଷାନଗରରୁ ପୁରୀ ଅଭିମୁଖେ ଅର୍ପଣ ଚାଉଳ - Arpana Ratha Rice send to Puri

Arpana Ratha: ପୁରୀ ଅଭିମୁଖେ ଅର୍ପଣ ରଥ ଚାଉଳ । କାମାକ୍ଷାନଗରରୁ ସଂଗ୍ରହ କରାଯlଇଥିବା ଚାଉଳକୁ ପଠାଗଲା ପୁରୀ । ସ୍ବତନ୍ତ୍ର ଟ୍ରକ ପୂଜା ଅର୍ଚ୍ଚନା ପରେ ପୁରୀ ଅଭିମୁଖେ ଯାତ୍ରା କରିଛି । ଅଧିକ ପଢ଼ନ୍ତୁ

ପୁରୀ ଅଭିମୁଖେ ଅର୍ପଣ ରଥ ଚାଉଳ
ପୁରୀ ଅଭିମୁଖେ ଅର୍ପଣ ରଥ ଚାଉଳ
author img

By ETV Bharat Odisha Team

Published : Jan 28, 2024, 9:43 PM IST

ପୁରୀ ଅଭିମୁଖେ ଅର୍ପଣ ରଥ ଚାଉଳ

ଢେଙ୍କାନାଳ: ପୁରୀ ଅଭିମୁଖେ ଅର୍ପଣ ରଥ ଚାଉଳ । କାମାକ୍ଷାନଗରରୁ ସଂଗ୍ରହ କରାଯାଇଥିବା ଚାଉଳକୁ ପଠାଗଲା ପୁରୀ । ସ୍ୱତନ୍ତ୍ର ଟ୍ରକ ପୂଜା ଅର୍ଚ୍ଚନା ପରେ ପୁରୀ ଅଭିମୁଖେ ଯାତ୍ରା କରିଛି । ସଂକୀର୍ତ୍ତନ ସାଙ୍ଗକୁ ଫୁଲ, ଧୂପ, ଦୀପ ଦେଇ ଟ୍ରକଟିକୁ ବନ୍ଦାପନା କରାଯାଇଛି । ସମୁଦାୟ ୪୫ କ୍ୱିଣ୍ଟାଲ ଚାଉଳକୁ ପୁରୀ ପଠାଯାଇଛି । ସ୍ଥାନୀୟ ବିଧାୟକ ତଥା ପୂର୍ତ୍ତମନ୍ତ୍ରୀ ସବୁଜ ପତାକା ଦେଖାଇ ବିଦାୟ ଦେଇଥିଲେ ।

ଜିଲ୍ଲା କାମାକ୍ଷାନଗରରୁ ସଂଗ୍ରହ କରାଯାଇଥିବା ଅର୍ପଣ ରଥ ଚାଉଳକୁ ଆଜି ଏକ ଟ୍ରକ ଯୋଗେ ପୁରୀ ଅଭିମୁଖେ ପଠାଯାଇଛି । ସଂକୀର୍ତ୍ତନ ସାଙ୍ଗକୁ ଫୁଲ, ଧୂପ, ଦୀପ ଦେଇ ଟ୍ରକଟିକୁ ବନ୍ଦାପନା କରିଥିଲେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । ପରେ ପତାକା ଦେଖାଇ ଟ୍ରକକୁ ପୁରୀ ଅଭିମୁଖେ ବିଦା କରିଥିଲେ । କାମାକ୍ଷାନଗର ବ୍ଲକ ଓ କାମାକ୍ଷାନଗର ଏନଏସିରୁ ଅର୍ପଣ ରଥ ବୁଲିବା ବେଳେ ପ୍ରାୟ ୧ଲକ୍ଷ ୩୫ ହଜାର ଟଙ୍କା ଓ କାମାକ୍ଷାନଗର ବ୍ଲକରୁ ୩୯ କ୍ୱିଣ୍ଟାଲା ଚାଉଳ ଏବଂ ଏନଏସିରୁ ୬ କ୍ୱିଣ୍ଟାଲ ଚାଉଳ ସଂଗ୍ରହ କରାଯାଇଥିଲା । ସମୁଦାୟ ୪୫ କ୍ୱିଣ୍ଟାଲ ଚାଉଳକୁ ଟ୍ରକରେ ବୋଝେଇ କରି ଶ୍ରୀମନ୍ଦିରକୁ ନିଆଯାଇଛି । ଏହାକୁ ସ୍ଥାନୀୟ ବିଧାୟକ ତଥ ପୂର୍ତ୍ତମନ୍ତ୍ରୀ ସବୁଜ ପତାକା ଦେଖାଇ ବିଦାୟ ଦେଇଥିଲେ । ଏହା ସହ ଅନ୍ୟାନ୍ୟ ଅତିଥି ଭାବେ ବ୍ଲକ ବିଡିଓ, ବ୍ଲକ ଅଧକ୍ଷ ଓ ଏନଏସିର ନିର୍ବାହି ଅଧିକାରୀ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ... ବ୍ୟର୍ଥ ଯିବନି ଶ୍ରଦ୍ଧାଳୁଙ୍କ ଦାନ, ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା

ଆଜି ଏହି ସଂଗ୍ରହ ହୋଇଥିବା ଅର୍ପଣ ଚାଉଳକୁ ଏକ ସ୍ୱତନ୍ତ୍ର ଟ୍ରକ ଯୋଗେ ପୂଜାର୍ଚ୍ଚନା କରି ପୁରି ଶ୍ରୀମନ୍ଦିରକୁ ପଠାଯାଇଛି । ପରିକ୍ରମା ପ୍ରକଳ୍ପ ଉଦାଘଟନ ପୂର୍ବରୁ ଅର୍ପଣ ରଥ ଦ୍ୱାରା ଗାଁ ଗାଁ ବୁଲି ଅର୍ପଣ ଚାଉଳ ସଂଗ୍ରହ କରାଯାଇଥିଲା । ଲୋକମାନେ ଆନ୍ଦନର ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ ଗୁଆ, ଚାଉଳ ଓ ଟଙ୍କା । ସେମାନେ ପୁରୀ ଯାଇ ନପାରିଲେ ମଧ୍ୟ ତାଙ୍କ ଠାରୁ ସଂଗ୍ରହ କରାଯାଇ ଥିବା ଚାଉଳ ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗିପରିବ । ଲୋକଙ୍କ ମନରେ ଥିବା ଭକ୍ତି ଭାବନା କାରଣରୁ ମହାପ୍ରଭୁଙ୍କ ଉଦେଶ୍ୟରେ ଚାଉଳ ପ୍ରଦାନ କରିଥିଲେ । ସେନେଇ ଲୋକଙ୍କ ମଧ୍ୟରେ ଅନେକ ଉତ୍ସହ ଦେଖାଦେଇଥିଲା । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନିଜେ ସେବାୟତଙ୍କୁ ଗୁଆ ଓ ଅରୁଆ ଚାଉଳ ଦେଇଥିଲେ । ସାରା ରାଜ୍ୟବାସୀଙ୍କୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଅରୁଆ ଚାଉଳ ଦାନ ପାଇଁ ଆହ୍ଵାନ ଦେଇଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.