ETV Bharat / state

ମୌସୁମୀ ମୁକାବିଲା ପାଇଁ ସିଏମସିରେ ସାଂସଦଙ୍କ ବୈଠକ, ଜଳବନ୍ଦୀ ସମସ୍ୟା ଦୂର ନେଇ ତାଗିଦ - CMC Review Meeting

author img

By ETV Bharat Odisha Team

Published : Jun 19, 2024, 9:10 PM IST

CMC Review Meeting: କଟକରେ ବର୍ଷା ପାଇଁ ହେଉଥିବା ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ବସିଛି ସିଏମସି ବୈଠକ । ଏଥିରେ କଟକ ସାଂସଦ ଭର୍ତ୍ତୃହରି ମହତାବ ,ବିଧାୟକ ସୌଭିକ ବିଶ୍ୱାଳ ,ବିଧାୟିକା ସୋଫିଆ ଫିର୍ଦୋସଙ୍କ ସମେତ କର୍ପୋରେଟର ମାନେ ମଧ୍ୟ ଉପସ୍ଥିତ ଥିଲେ । ଅଧିକ ପଢନ୍ତୁ

CMC Review Meeting
CMC Review Meeting (ETV Bharat Odisha)

କଟକ: ଆକ୍ସନମୁଡରେ ସିଏମସି । ମୌସୁମୀ ମୁକାବିଲା ପାଇଁ ବସିଲା ବୈଠକ । ମୌସୁମୀ ବର୍ଷା ପୂର୍ବରୁ କଟକରେ ବିଭିନ୍ନ ଡ୍ରେନ୍‌ରେ ଜଳ ନିଷ୍କାସନ ସ୍ଥିତି କିଭଳି ରହିବ ସେନେଇ ଏକ ରିଭ୍ୟୁ ମିଟିଂ ହୋଇଛି। ଏହି ବୈଠକରେ କଟକ ସାଂସଦ ଭର୍ତ୍ତୃହରି ମହତାବ , ବିଧାୟକ ସୌଭିକ ବିଶ୍ୱାଳ ,ବିଧାୟିକା ସୋଫିଆ ଫିର୍ଦୋସଙ୍କ ସମେତ କର୍ପୋରେଟର ମାନେ ମଧ୍ୟ ଉପସ୍ଥିତ ଥିଲେ । ମୁକୁଳା ଡ୍ରେନ୍‌ରେ ବର୍ଷା ସମୟରେ ଅଘଟଣ ଆଶଙ୍କା କରି ସେଠାରେ ବାଉଁଶ ବ୍ୟାରିକେଡ ଲଗାଯିବ ବୋଲି ମେୟର ସୁବାସ ସିଂ କହିଛନ୍ତି । ସହରରେ କିଛି ସ୍ଥାନରେ ଯେହେତୁ ଜାଇକା କାର୍ଯ୍ୟ ଏବେ ଜାରି ରହିଛି ତେଣୁ ପ୍ରବଳ ବର୍ଷା ହେଲେ ଜଳବନ୍ଦୀ ସମସ୍ୟା ସମ୍ପୂର୍ଣ୍ଣ ଏଡାଇବା କଷ୍ଟସାଧ୍ୟ ତଥାପି ଅଧିକ ବର୍ଷାରେ ଜଳବନ୍ଦୀ ସମସ୍ୟା ଏଡାଇବା ପାଇଁ ୨୮୦ ମୋଟର ପମ୍ପ୍ ମହାନଗର ନିଗମ ପ୍ରସ୍ତୁତ ରଖିଛି ।

CMC Review Meeting (ETV Bharat Odisha)

ଏଥିସହିତ ଆଗକୁ ଅଧିକ ପମ୍ପ୍‌ର ଆବଶ୍ୟକତା ପଡିଲେ ଅଗ୍ନିଶମ ବିଭାଗ ଠାରୁ ଅଧିକ ପମ୍ପ୍ ମଗାଯିବ। ସେହିପରି ବୈଠକରେ କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ଵାଳ ୱେଷ୍ଟ ମ୍ଯାନେଜମେଣ୍ଟ ଓ ସହରରେ ବଢୁଥିବା ଉତ୍ତାପକୁ ନଜରରେ ରଖି କଟକରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କିଭଳି ତ୍ୱରାନ୍ୱିତ କରାଯାଇପାରିବ ସେ ନେଇ ମତାମତ ରଖିଥିଲେ । ତେବେ ବିଗତ ବର୍ଷ ପରି କଟକରେ ନାଳ ସଫା ଓ ଡ୍ରେନ ଉପରେ କଭର ପଡିବା ଦିଗରେ ସିଏମସି ଏକପ୍ରକାର ଫେଲ ମାରିଥିବା ଅଭିଯୋଗ କରିଛନ୍ତି ବିରୋଧି ଦଳ କର୍ପୋରେଟର। ବର୍ଷା ପୂର୍ବରୁ ଏଭଳି ବୈଠକ ଅର୍ଥ ବାହାଘର ବେଳେ ବାଇଗଣ ରୁଆ ଭଳି ସିଏମସି ତାର ଆଚରଣ ସ୍ପଷ୍ଟ କରିଛି।

ଏହା ମଧ୍ୟ ପଢନ୍ତୁ... ମୌସୁମୀ ବର୍ଷାରେ ବୁଡିବ କଟକ, ହେଲେ ଅଳ୍ପ ସମୟ ପାଇଁ: କଟକ ମେୟର - Monsoon Preparation By CMC

ମୌସୁମୀ ଜନିତ ବର୍ଷା କେଉଁ ସମୟରେ ମଧ୍ୟ ଆରମ୍ଭ ହୋଇପାରେ । କିନ୍ତୁ କଟକ ମହାନଗର ନିଗମ ଏଯାବତ ନାଳ ସଫାକୁ ପୁରା କରି ପାରିନାହିଁ । ଯେଉଁ 3 ସଂସ୍ଥାକୁ ଏହି କାମ ଦିଆଯାଇଛି ସେମାନେ ନାଳ ଉଝୁଲା କାମ କୁ ସଠିକ ଢଙ୍ଗରେ ସମ୍ପାଦନ କରି ନାହାନ୍ତି । ଯାହାଦ୍ୱାରା ଏହି ବୈଠକର ମୂଲ୍ୟ କିଛି ନାହିଁ ବୋଲି କହିଛନ୍ତି କର୍ପୋରେଟର । ଅନ୍ୟପଟେ ସାଂସଦ ବିଧାୟକ ଙ୍କ ତାଗିଦ ପରେ ମୌସୁମୀ ବର୍ଷା ସମୟରେ କଟକ ରେ ଜଳବନ୍ଦୀ ସମସ୍ୟା ହ୍ରାସ କରିବା ନେଇ ବୈଠକ ରେ ଅନେକ ଯୋଜନା ମାନ ହାତକୁ ନିଆଯାଇଛି । ତେବେ ଚଳିତବର୍ଷ ମୌସୁମୀ ବର୍ଷା ସମୟରେ କଟକ ବିଶେଷ ଭାବରେ ଜଳବନ୍ଦୀ ହେବନି। ଓ ଜଳ ନିଷ୍କାସନ ସଙ୍ଗେସଙ୍ଗେ ହେବ ବୋଲି କହିଛନ୍ତି ମେୟର।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.