ETV Bharat / state

ସବୁ ଡ୍ରେନରେ ସ୍ଲାବ ପକାଇବାକୁ ୨ରୁ ୩ ବର୍ଷ ଲାଗିବ: CMC କମିଶନର - Cuttack drain tragedy

author img

By ETV Bharat Odisha Team

Published : Apr 5, 2024, 1:41 PM IST

Cuttack drain tragedy: ମୁକୁଳା ଡ୍ରେନରେ ପଡି ଯୁବକଙ୍କ ମୃତ୍ୟୁ ପରେ ସିଏମସି କମିଶନରଙ୍କ ପ୍ରତିକ୍ରିୟା । କହିଲେ ସହରର ସବୁ ଡ୍ରେନରେ ସ୍ଲାବ ପକାଇବା ପାଇଁ ୨ରୁ ୩ ବର୍ଷ ଲାଗିବ । ଅଧିକ ପଢନ୍ତୁ

Etv Bharat
Etv Bharat
CMC କମିଶନର

କଟକ: ମୁକୁଳା ଡ୍ରେନରେ ପଡି ଯୁବକଙ୍କ ମୃତ୍ୟୁ ଘଟଣାରେ ସିଏମସି କମିଶନର ବିଜୟ କୁମାର ଦାଶ ପ୍ରତିକ୍ରିୟା ରଖିଛନ୍ତି । ମୁକୁଳା ଡ୍ରେନ ସମସ୍ୟାକୁ ନେଇ କମିଶନର କହିଛନ୍ତି ଯେ, ଆକ୍ସନ ପ୍ଲାନ ତିଆରି ହୋଇଛି । ସବୁ ଡ୍ରେନରେ ସଙ୍ଗେ ସଙ୍ଗେ ସ୍ଲାବ ପକାଇବା ସମ୍ଭବପର ନୁହେଁ । ଏହାର ସ୍ଥାୟୀ ସମାଧାନ ପାଇଁ ୨ ରୁ ୩ ବର୍ଷ ସମୟ ଲାଗିବ । କାରଣ କଟକ ସହରର ୫୯ଟି ୱାର୍ଡରେ ଅନେକ ବଡ଼ ଓ ଛୋଟ ଡ୍ରେନ ରହିଛି । କିଛି ସ୍ଥାନରେ ସ୍ଲାବ ପଡିଥିବା ବେଳେ ଆଉ କିଛି ସ୍ଥାନରେ ଖୋଲା ଅଛି । ସବୁଠି ସ୍ଲାବ ପଡିବା ପାଇଁ ନିର୍ଦ୍ଦେଶ ରହିଛି । ବଡ ବଡ ଡ୍ରେନରେ ବ୍ୟାରିକେଡ୍ କରି ବନ୍ଦ କରାଯିବ । ଏହି କାର୍ଯ୍ୟ ତ୍ବରିତ ଢଙ୍ଗରେ ଜାରି ରହିଛି ।

ଗତକାଲି (ଗୁରୁବାର) କଟକର ନୂଆବଜାର ମହିମା ନଗର ସ୍ଥିତ ମଙ୍ଗଳା ମନ୍ଦିର ନିକଟରେ ଥିବା ଡ୍ରେନରେ ପଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା । ମୃତ ଯୁବକଙ୍କ ଘର ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଞ୍ଚଳରେ । ସେ କଟକରେ ରହି ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବୁଧବାର ରାତିରେ ଯୁବକ ଜଣକ ସେହି ଡ୍ରେନ ପାଖରେ ଥିବା ଏକ ଦୋକାନ ବାରଣ୍ଡାରେ ବସିଥିବା ବେଳେ ଗତକାଲି ସକାଳେ ଡ୍ରେନ ଭିତରେ ତାଙ୍କର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ଏନେଇ ଲୋକେ ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେବା ପରେ ଆମ୍ବୁଲାନ୍ସରେ ମୃତଦେହକୁ ହସ୍ପିଟାଲ ପଠାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ପୁଣି ମୁଣ୍ଡ ନେଲା ମୁକୁଳା ଡ୍ରେନ୍, ଚାଲିଗଲା ଯୁବକଙ୍କ ଜୀବନ - Drain Death

ତେବେ ମାସେ ହେଲା ଠିକାଦାର ଡ୍ରେନର ସ୍ଲାବ୍ ଖୋଲି ମୁକୁଳା ଛାଡି ଦେଇ ଛୁ' ହୋଇଯାଇଛି । ଯେଉଁ କାରଣରୁ ଯୁବକ ଜଣକ ଏହି ମୁକୁଳା ଡ୍ରେନରେ ପଡି ପ୍ରାଣ ହରାଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଡ୍ରେନ ଉପରେ ସ୍ଲାବ ପକାଇବାକୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଗତକାଲି ଯୁବକଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ସିଏମସି କର୍ତ୍ତୃପକ୍ଷ ତୁରନ୍ତ ସେହି ଡ୍ରେନରେ ସ୍ଲାବ ପକାଇଛନ୍ତି । ତେବେ ସହରର ସବୁ ମୁକୁଳା ଡ୍ରେନରେ ସ୍ଲାବ ପକାଇବାକୁ ଆହୁରି ୨ରୁ ୩ ବର୍ଷ ଲାଗିବ ବୋଲି ସିଏମସି କମିଶନର କହିଥିବା ବେଳେ ଏହାରି ଭିତରେ ଆଉ କେତେ ଯେ ଧନ ଜୀବନ ହାନି ହେବ ତାହା ସମୟ କହିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.