ETV Bharat / state

ବାଗଚୀ ଶ୍ରୀଶଙ୍କର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନ ଉଦଘାଟିତ

author img

By ETV Bharat Odisha Team

Published : Feb 15, 2024, 10:26 PM IST

Bagchi Sri Shankara Cancer Centre: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବରରେ ବାଗଚୀ ଶ୍ରୀଶଙ୍କର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନକୁ ଉଦଘାଟନ କରିଛନ୍ତି । ୭୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ଦୈନିକ ୩୦୦ ରୋଗୀଙ୍କୁ ଅତ୍ୟାଧୁନିକ ରେଡିଓଥେରାପି ସହିତ ୧୫୦ରୁ ଊର୍ଦ୍ଧ୍ବ ରୋଗୀଙ୍କ ପାଇଁ କେମୋଥେରାପି ନେବାର ହୋଇଛି ସୁବିଧା । ଅଧିକ ପଢନ୍ତୁ

ବାଗଚୀ ଶ୍ରୀଶଙ୍କର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନ ଉଦଘାଟିତ
ବାଗଚୀ ଶ୍ରୀଶଙ୍କର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନ ଉଦଘାଟିତ
ବାଗଚୀ ଶ୍ରୀଶଙ୍କର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନ ଉଦଘାଟିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବରରେ ବାଗଚୀ ଶ୍ରୀଶଙ୍କର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନକୁ ଉଦଘାଟନ କରିଛନ୍ତି । ୭୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ଦୈନିକ ୩୦୦ ରୋଗୀଙ୍କୁ ଅତ୍ୟାଧୁନିକ ରେଡିଓଥେରାପି ସହିତ ୧୫୦ରୁ ଊର୍ଦ୍ଧ୍ବ ରୋଗୀଙ୍କ ପାଇଁ କେମୋଥେରାପି ନେବାର ହୋଇଛି ସୁବିଧା । ରାଜ୍ୟର ଏକ ତୃତୀୟାଂଶ କ୍ୟାନସର ରୋଗୀଙ୍କୁ ସୁଲଭ ଖର୍ଚ୍ଚରେ ଗୁଣାତ୍ମକ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟ ରହିଛି ।

ଅଧିକ ପଢନ୍ତୁ- ଶ୍ରୀଗୁଣ୍ଡିଚାରୁ କାର୍ଯ୍ୟକ୍ଷମ ହେବ ବାଗଚୀ-ଶ୍ରୀଶଙ୍କର କ୍ୟାନ୍ସର ହସ୍ପିଟାଲ

ଦେଶର ଅନ୍ୟତମ ଅଗ୍ରଣୀ କ୍ୟାନସର ଚିକିତ୍ସା ପ୍ରତିଷ୍ଠାନ ହେଉଛି ବାଙ୍ଗାଲୋରର ଶ୍ରୀଶଙ୍କର କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ର । ଏହି ସଂସ୍ଥା ସହଯୋଗରେ ଭୁବନେଶ୍ବରରେ ପ୍ରତିଷ୍ଠା ହୋଇଛି ବାଗଚୀ ଶ୍ରୀଶଙ୍କର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନ । ୭୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ଦୈନିକ ୩୦୦ ରୋଗୀଙ୍କୁ ଅତ୍ୟାଧୁନିକ ରେଡିଓଥେରାପି ବ୍ୟବସ୍ଥା ହୋଇଛି । ଏହା ସହିତ ୧୫୦ରୁ ଊର୍ଦ୍ଧ୍ବ ରୋଗୀଙ୍କ ପାଇଁ କେମୋଥେରାପି ନେବାର ସୁବିଧା କରାଯାଇଛି । ଏହି ହସ୍ପିଟାଲ ହେଉଛି ସୁବ୍ରତ ବାଗଚୀ ଓ ସୁସ୍ମିତା ବାଗଚୀଙ୍କର ଓଡିଶା ପାଇଁ ମହତ୍ବପୂର୍ଣ୍ଣ ଅବଦାନ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ହସ୍ପିଟାଲ ଓଡିଶା ତଥା ପୂର୍ବ ଭାରତରେ କ୍ୟାନସର ରୋଗୀଙ୍କୁ ଗୁଣାତ୍ମକ ମାନର ଓ ସୁଲଭ ଖର୍ଚ୍ଚରେ ଚିକିତ୍ସା ପ୍ରଦାନ କରି କ୍ୟାନସର ଚିକିତ୍ସା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବ । ଏହି ହସ୍ପିଟାଲ ମାଧ୍ୟମରେ ରାଜ୍ୟର ଏକ ତୃତୀୟାଂଶ କ୍ୟାନସର ରୋଗୀ ଉପକୃତ ହେବେ । ବାଗଚୀ ପରିବାର ଓ ଶ୍ରୀ ଶଙ୍କର କ୍ୟାନସର ସେଣ୍ଟରର ଏହି ମହତ୍ବପୂର୍ଣ୍ଣ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ବିଭିନ୍ନ ଜିଲ୍ଲାରେ କ୍ୟାନସର ଚିକିତ୍ସା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି । କ୍ୟାନସର ପରି ରୋଗ ବିଷୟରେ ସଚେତନ ହେବା ଆବଶ୍ୟକ । ଜୀବନଶୈଳୀକୁ ପରିବର୍ତ୍ତନ କରିବା ଜରୁରୀ । ଯଦି ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବା ଦ୍ଵାରା ଆମେ କ୍ୟାନସରଠାରୁ ଦୂରରେ ରହି ପାରିବା । ସମସ୍ତେ ସୁସ୍ଥ ରହିଲେ ଆମର ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’ର ସ୍ବପ୍ନ ପୂରଣ ହୋଇପାରିବ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ମୋ ସରକାର ନିରନ୍ତର ଉଦ୍ୟମ କରି ଆସୁଛି । ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶା ପୂର୍ବ ଭାରତରେ ଏକ ଅଗ୍ରଣୀ ସ୍ବାସ୍ଥ୍ୟ ସେବା କ୍ଷେତ୍ର ଭାବେ ପରିଗଣିତ ହୋଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ନୂଆ ମେଡିକାଲ କଲେଜ ଖୋଲା ଯାଇଛି । ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରୁ ଆରମ୍ଭ କରି ସମସ୍ତ ସ୍ବାସ୍ଥ୍ୟ ସେବା କ୍ଷେତ୍ରଗୁଡିକୁ ସୁଦୃଢ କରାଯାଇଛି । ନିୟମିତ ଭାବେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯାଉଛି । ଚଳିତ ବର୍ଷ କେବଳ ପ୍ରାୟ ୪୦୦୦ ଡାକ୍ତର ରାଜ୍ୟରେ ନିଯୁକ୍ତି ପାଇଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସମଗ୍ର ଦେଶରେ ସ୍ବାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଏକ ବେଞ୍ଚମାର୍କ ସ୍ଥାପନ କରିଛି । ଏବେ 5T ଉପକ୍ରମରେ ରାଜ୍ୟର ସବୁ ହସ୍ପିଟାଲଗୁଡିକର ଭିତ୍ତିଭୂମି ରୂପାନ୍ତର କାର୍ଯ୍ୟ ଜାରି ରହିଛି । ‘ଆମ ହସ୍ପିଟାଲ’ ଯୋଜନାରେ ଉନ୍ନତ ଭିତ୍ତିଭୂମି ଓ ଗୁଣାତ୍ମକ ସ୍ବାସ୍ଥ୍ୟସେବା ସହିତ ରୋଗୀଙ୍କ ସହାୟକମାନଙ୍କ ସୁବିଧାକୁ ମଧ୍ୟ ଦୃଷ୍ଟି ଦିଆଯାଉଛି ।

ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ପୂର୍ବରୁ ମାତ୍ର ୩ଟି ମେଡିକାଲ କଲେଜ ରାଜ୍ୟରେ ରହିଥିଲା । ୧୦ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅନେକ ନୂଆ ନୂଆ ମେଡିକାଲ କଲେଜ ଆରମ୍ଭ କରିଛନ୍ତି । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି । ବାଗଚୀ ଶ୍ରୀଶଙ୍କର କ୍ୟାନସର ହସ୍ପିଟାଲ ରାଜ୍ୟବାସୀଙ୍କୁ କ୍ୟାନସର ସେବା କ୍ଷେତ୍ରରେ ଅତ୍ୟାଧୁନିକ ସେବା ଯୋଗାଇ ଦେବ ।

ସୁବ୍ରତ ବାଗଚୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ ଓ ଆନ୍ତରିକତା ଯୋଗୁ ଆମେ ଏହି ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ସକ୍ଷମ ହୋଇଛୁ । ଆମ ରାଜ୍ୟର କ୍ୟାନସର ରୋଗୀମାନଙ୍କୁ ବିଶ୍ବମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୨୨ ଏକର ଜମି ଯୋଗାଇ ଦେଇଛନ୍ତି । ଓଡିଶାର କ୍ୟାନସର ରୋଗୀ ଆଉ ରାଜ୍ୟ ବାହରକୁ ଯିବେ ନାହିଁ । ଏଠାରେ ରହି କ୍ୟାନସର ଚିକିତ୍ସା କ୍ଷେତ୍ରରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇବେ । ଏହି ହସ୍ପିଟାଲ ହେବ ମାନବ ସେବାର ଏକ ଅଦ୍ବିତୀୟ କେନ୍ଦ୍ର ।

୪୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ହସ୍ପିଟାଲରେ ଉନ୍ନତ ଭିତ୍ତିଭୂମି ସହିତ ଅତ୍ୟାଧୁନିକ ମେଡିକାଲ ଟେକ୍ନୋଲୋଜି ଓ ଟ୍ରିଟମେଣ୍ଟର ସୁବିଧା ରହିଛି । କ୍ୟାନସର ସେବା କ୍ଷେତ୍ରରେ ଦେଶରେ ପ୍ରସଦ୍ଧି ଅର୍ଜନ କରିଥିବା ଡାକ୍ତର ଓ ନର୍ସିଂ ଷ୍ଟାଫଙ୍କ ଜରିଆରେ ରୋଗୀ ଏଠାରେ ଅତ୍ୟାଧୁନିକ ଓ ଫଳପ୍ରଦ ଚିକିତ୍ସା ସେବା ପାଇପାରିବେ । ଏହି ହସ୍ପିଟାଲ ମଧ୍ୟ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନୁବନ୍ଧିତ ହୋଇଛି । କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.