ETV Bharat / state

କଟକରେ ଦୁର୍ଗାପୂଜା ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ, ମଣ୍ଡପରେ ମା'ଙ୍କ ଦର୍ଶନ କରି ନେଲେ ଆଶୀର୍ବାଦ

କଟକରେ ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମାଆଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଛନ୍ତି ।

author img

By ETV Bharat Odisha Team

Published : 3 hours ago

CM MOHAN CHARAN MAJHI
CM MOHAN CHARAN MAJHI (ETV BHARAT ODISHA)

କଟକ: ଭୁବନେଶ୍ବର ପରେ କଟକରେ ଦୁର୍ଗାପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହାନବମୀରେ ବିଭିନ୍ନ ପୂଜାମଣ୍ଡପ ବୁଲି ଜଗତଜନନୀ ମା'ଦୁର୍ଗାଙ୍କ ଆଶୀର୍ବାଦ ନେଲେ । ଏଥିସହ ଦେବୀଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ ଦୁଃଖ ଏବଂ ରାଜ୍ୟର ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । କଟକରେ ପହଞ୍ଚିବା ପରେ ମହାନଗର ଶାନ୍ତି କମିଟି ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ଏହାପରେ ମା' ଦୁର୍ଗାଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ ମୋହନ ମାଝୀ ।

  • 33ଟି ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ:

ହଜାରେ ବର୍ଷର ଭାଇଚାରାର ସହର କଟକରେ ମଣ୍ଡପବୁଲା ଅଭିଯାନ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ପାଖାପାଖି ସକାଳ 11ଟା ସମୟରେ କଟକ ମହାନଗର ଶାନ୍ତି କମିଟି ପୂଜା ମଣ୍ଡପରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । କମିଟି ସଭାପତି ଦେବେନ୍ଦ୍ର ସାହୁ ଏବଂ ସମ୍ପାଦକ ଭିକାରୀ ଦାସଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଏବଂ ସାହି ବସ୍ତି ପୂଜା କମିଟିର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କୁ ମଣ୍ଡପକୁ ପାଛୋଟି ନେଇଥିଲେ । ଏହି ସମୟରେ କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ, ସଦର ବିଧାୟକ ପ୍ରକାଶ ସେଠୀ, ନୟନ କିଶୋର ମହାନ୍ତି ମଧ୍ୟ ଏହି ଗସ୍ତରେ ପ୍ରମୁଖ ଉପସ୍ଥିତ ଥିଲେ। ଗୋପାଳପୁର, ଚାଉଳିଆଗଞ୍ଜ, ନୂଆବଜାର, ପୋତାପୋଖରୀ, ଶିଖରପୁର, ଯୋବ୍ରା, ରାଣୀହାଟ, କଲେଜ ଛକ, ମଙ୍ଗଳାବାଗ, ଖାନନଗର, ମଧୁପାଟଣା, ଛାତ୍ର ବଜାର, ଚୌଧୁରୀ ବଜାର, ଚନ୍ଦିନ୍ ଚୌକ ଆଦି 33ଟି ପୂଜାମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ପୂଜା ମଣ୍ଡପ ବୁଲିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୂଜା କମିଟିର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି ।

DURGA PUJA IN CUTTACK
DURGA PUJA IN CUTTACK (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଜନ୍ମମାଟିରେ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ, ଆଜିଠୁ 3ଦିନିଆ କେନ୍ଦୁଝର ଗସ୍ତ

ଏହା ମଧ୍ୟ ପଢନ୍ତୁ-ଦୁର୍ଗାଷ୍ଟମୀରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଛାଡ଼ କଲେ ଭଡ଼ା

ସନ୍ଧ୍ୟାରେ କେନ୍ଦୁଝରରେ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ :

କଟକରେ ଦୁର୍ଗାପୂଜା ମଣ୍ଡପ ବୁଲିବା ପରେ ଅପରାହ୍ନରେ କେନ୍ଦୁଝର ଜିଲ୍ଲା ଗସ୍ତରେ ବାହାରିବେ ମୁଖ୍ୟମନ୍ତ୍ରୀ । ସନ୍ଧ୍ୟାରେ ଓ ଆସନ୍ତାକାଲି କେନ୍ଦୁଝରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲିବେ । ନବମୀ ଏବଂ ଦଶମୀରେ ଦୁର୍ଗାପୂଜା ମଣ୍ଡପ ବୁଲିବା ପାଇଁ କେନ୍ଦୁଝରର ବିଭିନ୍ନ ପୂଜା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ରାଜଧାନୀ ଭୁବନେଶ୍ବରର ଏକାଧିକ ପୂଜା ମଣ୍ଡପରେ ମା’ ଜଗତଜନୀନଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ସେ ଏକ ବଡ ଘୋଷଣା ମଧ୍ୟ କରିଥିଲେ । ପାଟଣା ସାହି ମଣ୍ଡପରେ ମା’ଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟରେ ଦୁର୍ଗା ପୂଜା ପେଣ୍ଡାଲ ଭଡ଼ା ଛାଡ ନେଇ ଘୋଷଣା କରିଥିଲେ । ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ପୂଜା କମିଟି ସ୍ବାଗତ ମଧ୍ୟ କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.